/odishatv-khabar/media/post_attachments/uploadimage/library/16_9/16_9_0/brave_1680768245.jpg)
brave
ଦବଙ୍ଗ ପୋଲିସ୍ ବାବୁଙ୍କ ସାହସକୁ ସଲାମ୍ । ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ହତ୍ୟା ଏବଂ ଡକାୟତି ଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଏକୁଟିଆ କାବୁ କରି ଗିରଫ କରିଥିଲେ । ଉଭୟ ଅପରାଧୀଙ୍କ ହାତରେ ପିସ୍ତଲ ଥିଲେ ମଧ୍ୟ ସେ ଡରିଯାଇ ନଥିଲେ । ସାହସର ସହ ସେମାନଙ୍କର ମୁକାବିଲା କରିଥିଲେ । ଅପରାଧୀ ଦୁଇ ଜଣ ପୋଲିସ ଉପରକୁ ଗୁଳି ଚଳାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ଅତ୍ୟନ୍ତ ସାବଧାନତାର ସହ ସେ ତା’ଙ୍କୁ ଧରି ନେଇଛନ୍ତି । ଏହି ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସାହସିକତା ସ୍ପଷ୍ଟ ଦେଖିବା ପାଇଁ ମିଳିଛି । ଭିଡିଓ ଦେଖିବା ପରେ ଲୋକମାନେ ଯୁବକଙ୍କୁ ପ୍ରଶଂସା କରୁଛନ୍ତି ।
ଅଧିକ ପଢ଼ନ୍ତୁ: ଯାହାର ହାତ ଧରି ବାଟ ଚାଲିଥାନ୍ତେ, ତା’ ହାତରେ ହ୍ୟାଣ୍ଡକପ୍ ପକାଇ ଜେଲ୍ ପଠାଇ ଦେଲେ ଦବଙ୍ଗ ମହିଳା ପୋଲିସ ଅଫିସର
ଏହି ଭିଡିଓ ଦିଲ୍ଲୀର ନିହାଲ ବିହାର ଅଞ୍ଚଳ ନିକଟସ୍ଥ ଏକ ରାସ୍ତାର ବୋଲି ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଅପରାଧୀ ପିସ୍ତଲ ଦେଖାଇ ବାଇକ ଆରୋହୀଙ୍କୁ ଲୁଟିବାକୁ ଚେଷ୍ଟା କରୁଛି । ସେହି ସମୟରେ ଅନେକ ଲୋକ ଯିବାଆସିବା କରୁଥିଲେ ସୁଦ୍ଧା କେହି ବାଇକ୍ ଆରୋହୀଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ । ସେହି ସମୟରେ କେବଳ ଦିଲ୍ଲୀ ପୋଲିସର ମୁଖ୍ୟ କନଷ୍ଟେବଳ ମନୋଜ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ହେଡ କନଷ୍ଟେବଳଙ୍କୁ ଦେଖିବା ପରେ ଅପରାଧୀ ଭୟଭୀତ ହୋଇ ପଡ଼ିଥିଲେ । ଆଉ ଏହାର ସୁଯୋଗ ନେଇ ବାଇକ୍ ଆରୋହୀ ସେଠାରୁ ପଳାଇ ଯାଇଥିଲେ ।
Displaying indomitable courage, #DelhiPolice HC Devender nabbed a suspect M/Cycle rider, while the pillion rider carrying pistol was overpowered by HC Manoj & public.
5 cases worked out. Country made pistol, 2 live rounds and M/Cycle recovered. One of them is murder accused. pic.twitter.com/d7aIsdY5nq
— Delhi Police (@DelhiPolice) April 4, 2023
ସେପଟେ ଦୁର୍ଦ୍ଦାନ୍ତ ଅପରାଧୀ ଜଣକ କନେଷ୍ଟବଳ ମନୋଜଙ୍କ ଆଡକୁ ପିସ୍ତଲ ଦେଖାଇ ଗୁଳି ଚଳାଇବା ପାଇଁ ଧମକ ଦେଇଥିଲା । ହେଲେ ମନୋଜ ଡରି ନଯାଇ ଏକ ଇଟା ଉଠାଇ ତା ଆଡକୁ ଫିଙ୍ଗିଥିଲେ । ଏପରି ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା ଅଭିଯୁକ୍ତ । ତା’ପରେ ମନୋଜ ଦଉଡ଼ି ଯାଇ ତାକୁ ଧରି ପକାଇଥିଲେ । ସେତେବେଳକୁ ଅନେକ ଲୋକ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ । ସମସ୍ତେ ମିଶି ଅପରାଧୀକୁ ମାଡ଼ ମାରିବା ସହ ପୋଲିସ୍ ଜିମା ଦେଇଥିଲେ ।
ଦିଲ୍ଲୀ ପୋଲିସର ହରେନ୍ଦ୍ର ସିଂ କହିଛନ୍ତି, ଗିରଫ ହୋଇଥିବା ଅପରାଧୀଙ୍କ ନାମ ଧ୍ୟାନ ସିଂ (୨୬) ଏବଂ ନବନୀକ (୨୧)। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଏବଂ ଏକ ମୋଟରସାଇକେଲ୍ ଉଦ୍ଧାର କରାଯାଇଛି । ଉଭୟଙ୍କ ବିରୋଧରେ ହତ୍ୟା ଏବଂ ଡକାୟତି ଭଳି ୫ ଟି ମାମଲା ରୁଜୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)