କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ ।
ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି ।
ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?
ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା। ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।
ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ରଥ, ତ୍ରିପୁରାର ଉନ୍ନାକୋଟିରେ ଏହି ଅଘଟଣ ଘଟିଛି ।
ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
କାଳ ହେଲା ଡ୍ରାଇଭର୍ର ମନମାନୀ । ମନା କରିବା ସତ୍ତ୍ୱେ ନିର୍ମାଣାଧୀନ ବ୍ରିଜ ଉପରେ ଗାଡ଼ି ଚଳାଇବା ପରେ...
ନୱାଜଙ୍କ ଘର୍-ୱାପସି ଲାଗି ଶେହବାଜଙ୍କ କସରତ !
ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ସାଆନ୍ତ। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ତେବେ ଆସନ୍ତୁ ଏହି ଅସରରେ ଆଜି ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି... ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ।
ଶୀର୍ଷରେ ଆମେରିକାର ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ୧୨ ବର୍ଷ ଧରି ଶୀର୍ଷରେ ରହି ଆସିଛି ଏହି ବିଶ୍ୱବିଦ୍ୟାଳୟ।
ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଓ ଚର୍ଚ୍ଚା ଭିତରେ ରାମାନନ୍ଦ ସାଗରଙ୍କ ପପୁଲାର ଶୋ’ ‘ରାମାୟଣ’ ଖୁବ୍ଶୀଘ୍ର ପୁଣିଥରେ ଟିଭି ପରଦାକୁ ଫେରିବ।
ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀର କରୋଲବାଗରେ ପହଞ୍ଚି ସେଠାରେ ମୋଟର ସାଇକେଲ ମେକାନିକଙ୍କ ସହ କଥାବାର୍ତ୍ତା କରିଛନ୍ତି ।
ନୋଏଡା ରାସ୍ତାକଡ଼ରେ ହୋର୍ଡିଂ ଲଗାଇ ଯୁବତୀ ଜଣକ ତାଙ୍କ ସାଙ୍ଗକୁ କ୍ଷମା ମାଗିଛନ୍ତି। ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।
କୌଣସି ସୁସ୍ଥସବଳ ଯୁବକ ଠାରୁ କମ୍ ନୁହଁନ୍ତି ରାମବାଇ । ଯେଉଁ ବୟସରେ ଲୋକେ ରୋଗଶଯ୍ୟାରେ ପଡ଼ି ଘାଣ୍ଟି ହେଉଛନ୍ତି, ସେହି ବୟସରେ ସେ ରେକର୍ଡ ପରେ ରେକର୍ଡ କରୁଛନ୍ତି ।
କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରାପଡା ଆଳିର ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡ ଗାଁ ଲୋକେ ।
ଗୋଟିଏ ପଟେ ରାସନ୍ ଓ ଅନ୍ୟ ପଟେ କଞ୍ଚା ପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାର ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁ ନାହାନ୍ତି।
ଦୁର୍ନୀତିର ଗନ୍ତାଘର ଫାଇଭ୍-ଟି। ପୁରୁଣା ଘରେ ରଙ୍ଗ ମାରି ବିଲ୍ ହେଉଛି କୋଟି କୋଟି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବିଜେପି ଅଭିଯୋଗ କରିଛି, କେବଳ ଦୁର୍ନୀତି ଲାଗି ଖୋଲାଯାଇଛି ଏଇ ବିଭାଗ ।
ଡେଲିଭରି ବୟଙ୍କ ଉପରେ କାମ ଚାପ ଏତେ ଅଧିକ ଥାଏ ଯେ, ଭୋଜନ କରିବା ପାଇଁ ସେମାନଙ୍କ ପାଖରେ ୧୦ ମିନିଟ୍ ସମୟ ନଥାଏ। ତା’ହେଲେ ଥରଟେ ଭାବନ୍ତୁ...ଏମାନେ ନିଜେ କେତେ କଷ୍ଟରେ ରହି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି।
ଆଉ କେତେ ଦିନ ? ଖଣ୍ଡେ ସେତୁ ଲାଗି ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । କାମ ଥିଲେ ଜୀବନକୁ ବାଜିରେ ଲଗାଇ ପାର ହୁଅ ନାଳ । ଲୋକେ କହୁଛନ୍ତି, ପ୍ରତିବର୍ଷ ୪ ମାସ ଲାଗି ଆମେ ରହୁ ଲକଡାଉନରେ।
ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି।
ଆଶ୍ଚର୍ଯ୍ୟ !! ଚମକି ଯିବେ ଆପଣ...ଏଣିକି ଜୋତାର ରହିବନି ଟେନସନ୍ । ପାଦ ଯେତିକି ଯେତିକି ବଢିବ, ଜୋତା ବି ସେହି ଅନୁସାରେ ବଢିବ ।
ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ, ଜୁଲାଇରେ ଅଧା ଦିନ ବ୍ୟାଙ୍କ ବନ୍ଦ ରହିବ। ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍ କରି ନିଅନ୍ତୁ।