Advertisment

ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ !

ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ, ଜୁଲାଇରେ ଅଧା ଦିନ ବ୍ୟାଙ୍କ ବନ୍ଦ ରହିବ। ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍‌ କରି ନିଅନ୍ତୁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bank Holidays List In July 2023

Bank Holidays List In July 2023

ଜୁନ୍‌ ମାସ ଶେଷ ହେବା ପୂର୍ବରୁ ଆସନ୍ତା ମାସ ଅର୍ଥାତ୍‌ ଜୁଲାଇ ମାସ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ବ୍ୟାଙ୍କ ଛୁଟି ତାଲିକା(Bank Holidays List) ଜାରି କରିଛି। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ, ଜୁଲାଇରେ ଅଧା ଦିନ ବ୍ୟାଙ୍କ ବନ୍ଦ ରହିବ। ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍‌ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଜୁଲାଇରେ ମୋଟ୍‌ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ।

Advertisment

ଜୁଲାଇ ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

  • ଜୁଲାଇ ୨: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ 
  • ଜୁଲାଇ ୫: ଗୁରୁ ହରଗୋବିନ୍ଦ ଜୀ ଜୟନ୍ତୀ ଯୋଗୁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୬: ଏମ୍‌ଏଚ୍‌ଆଇପି ଦିବସ ଯୋଗୁ ମିଜୋରାମରେ ବ୍ୟାଙ୍କ ବନ୍ଦ 
  • ଜୁଲାଇ ୮: ଦ୍ୱିତୀୟ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୯: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୧୧: କେର ପୂଜା ଯୋଗୁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ 
  • ଜୁଲାଇ ୧୩: ଭାନୁ ଜୟନ୍ତୀ ଯୋଗୁ ସିକ୍କିମରେ ବ୍ୟାଙ୍କ ବନ୍ଦ 
  • ଜୁଲାଇ ୧୬: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ 
  • ଜୁଲାଇ ୧୭: ୟୁ ତିରୋଟ ସିଙ୍ଗ ଡେ’ ଯୋଗୁ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୨୧: Drukpa Tshe-zi ଯୋଗୁ ସିକ୍କିମରେ ବ୍ୟାଙ୍କ ବନ୍ଦ 
  • ଜୁଲାଇ ୨୨: ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୨୩:  ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ 
  • ଜୁଲାଇ ୨୮: ଆଶୁରା ଯୋଗୁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୨୯: ମୁହର୍ରମ ଯୋଗୁ ତ୍ରିପୁରା, ମିଜୋରାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ବିହାର, ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶ
  • ଜୁଲାଇ ୩୦: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ 

କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ।

Advertisment

ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

Bank Holidays
Advertisment
Advertisment