Advertisment

କାହିଁକି ବଢ଼ୁଛି ଟମାଟୋ ଦର ? ଜାଣନ୍ତୁ, କ’ଣ କହିଲେ ଯୋଗାଣ ମନ୍ତ୍ରୀ...

ଗୋଟିଏ ପଟେ ରାସନ୍ ଓ ଅନ୍ୟ ପଟେ କଞ୍ଚା ପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାର ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁ ନାହାନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tomato price rise: know the reaction of Odisha Food Supplies Minister

Tomato price rise: know the reaction of Odisha Food Supplies Minister

ବଜାରରେ ଟମାଟୋ ଦର ଆକାଶ ଛୁଆଁ। ସପ୍ତାହକରେ ୧୦୦ ପାର୍ କରିଛି ଟମାଟୋ ଦର। ଗୋଟିଏ ପଟେ ରାସନ୍ ଓ ଅନ୍ୟ ପଟେ କଞ୍ଚା ପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାର ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁ ନାହାନ୍ତି।

Advertisment

ଓଡ଼ିଶାର ବିଭିନ୍ନ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କା ପାର୍‌ କରିଛି। ଟମାଟୋ ଦର ବୃଦ୍ଧି ପାଇଁ ଯୋଗାଣ ମନ୍ତ୍ରୀ ବର୍ଷାକୁ ଦୋଷ ଦେଇଛନ୍ତି। ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ‘ଲଗାଣ ବର୍ଷା ଯୋଗୁ ଚାଷୀଙ୍କ ସହ ବଜାର ଉପରେ ପ୍ରଭାବ ପଡ଼ିଛି। ଓଡ଼ିଶାକୁ ବିଶେଷ କରି ବେଙ୍ଗାଲୁରୁରୁ ଟମାଟୋ ଆସିଥାଏ। ଏହା ଭିତରେ ସ୍ଥିତିରେ କିଛିଟା ପରିବର୍ତ୍ତନ ହେବାର ଆଶା କରୁଛୁ’।

Advertisment

ସେପଟେ ହୋଡିଂ କରି ଡାଲି ଦର ବଢାଉଥିଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ସୂଚନାଥାଉ କି, ମାସକ ପୂର୍ବେ ଟମାଟୋ ଦର ଥିଲା ମାତ୍ର ୨୦ ଟଙ୍କା। ସପ୍ତାହେ ତଳେ ୫୦ ଟଙ୍କା। ଆଉ ଏବେ ସିଧା ସେଞ୍ଚୁରୀ ପାର୍। ରୋଷେଇ ଶାଳରେ ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ଟମାଟୋ ଏବେ ଅମୂଲ ମୂଲ। ଯେଉଁଠି ଲୋକେ କିଲେ କି ଦୁଇକିଲୋ କିଣି ନେଉଥିଲେ, ଏବେ ଅଢେଇ ଶହରୁ ବି ଅଧିକ କିଣିବାକୁ ଇଚ୍ଛା କରୁନାହାନ୍ତି।

Tomato Price
Advertisment
Advertisment