/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687943597.jpg)
World University Rankings
ଶିକ୍ଷା କ୍ଷେତ୍ରରେ ଅନେକ କିର୍ତ୍ତୀମାନ ସୃଷ୍ଟି କରିଥିବା ଆଇଆଇଟି ବମ୍ବେକୁ ଆଉ ଏକ ସଫଳତା । ବିଶ୍ୱର ୧୫୦ଟି ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଆଇଆଇଟି ବମ୍ବେ । ଚଳିତବର୍ଷ ବିଶ୍ୱର ୨୯୦୦ ବିଶ୍ୱ ବିଦ୍ୟାଳୟର ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିଲା। ତାଲିକାରେ ଏବର୍ଷ ୪୫ଟି ଭାରତୀୟ ବିଶ୍ୱ ବିଦ୍ୟାଳୟ ସ୍ଥାନ ପାଇଛନ୍ତି ।
ସେମାନଙ୍କ ମଧ୍ୟରେ ଆଇଆଇଟି ବମ୍ବେ ସବୁଠାରୁ ଉପରେ ୧୪୯ତମ ସ୍ଥାନରେ ରହିଛି । ଗତ ବର୍ଷ ଆଇଆଇଟି ବମ୍ବେର ରାଙ୍କିଙ୍ଗ୍ ୧୭୭ତମ ସ୍ଥାନରେ ରହିଥିଲା । ଚଳିତବର୍ଷ ଏହା ୨୬ଟି ସ୍ଥାନ ଉପରକୁ ଉଠିଛି । ଭୁବନେଶ୍ୱର ଆଇଆଇଟି ୫୭୧ତମ ରାଙ୍କରେ ରହିଛି । QSର ପ୍ରତିଷ୍ଠାତା ତଥା ସିଇଓ ନୁନଜିଓ କ୍ୱାକକୁରେଲି ବିଶ୍ୱର ଶ୍ରେଷ୍ଠବିଶ୍ୱ ବିଦ୍ୟାଳୟ ମାନଙ୍କ ତାଲିକା ଘୋଷଣା କରିଛନ୍ତି ।
ଆମେରିକାର ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି । ଗତ ୧୨ ବର୍ଷ ଧରି ଏମଆଇଟି ଶୀର୍ଷରେ ରହି ଆସୁଛି । ୟୁକେର କେମ୍ବ୍ରିଜ୍ ୟୁନିଭର୍ସିଟି ଦ୍ୱିତୀୟ ଓ ଅକ୍ସଫୋର୍ଡ ୟୁନିଭର୍ସିଟି ତୃତୀୟ ସ୍ଥାନରେ ରହିଛନ୍ତି। ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ପ୍ରଥମ ଥର ପାଇଁ ଏସୀୟ ବିଶ୍ୱ ବିଦ୍ୟାଳୟ ଭାବେ ଶ୍ରେଷ୍ଠ ୧୦ଟି ବିଶ୍ୱ ବିଦ୍ୟାଳୟ ତାଲିକାରେ ରହିଛି ।
ଗତ ୨୦ବର୍ଷ ଧରି QS ୟୁନିଭର୍ସିଟି ରାଙ୍କିଙ୍ଗ୍ ପ୍ରକାଶ ପାଇ ଆସୁଛି। ଏଥିପାଇଁ ନିରନ୍ତର ପ୍ରଗତି, ନିଯୁକ୍ତି ସୁଯୋଗ ଓ ଆନ୍ତର୍ଜାତିକ ସନ୍ଦର୍ଭ ଉପରେ ଗୁରୁତ୍ବ ଦିଆଯାଇଥିଲା । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)