• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବଜାରଠୁ ହାଟ...ଗଳିଠୁ ମାର୍କେଟ୍‌...ଯୁଆଡେ ଦେଖିବେ ସିଆଡେ ଲାଗିଛି ମାଳମାଳ ସିସିଟିଭି । ଆଉ ଏହି କ୍ଲୋଜ୍‌ ସର୍କିଟ୍‌ କ୍ୟାମେରାରେ ପୂରା ସହର ଉପରେ ରଖାଯାଇଛି ନଜର । କିଏ କେତେବେଳେ କୁଆଡ଼େ ଗଲା ? କ’ଣ କଲା ? ତନତନ କରି ଏଇ କ୍ୟାମେରା କରୁଛି ଯାଂଚ । ପ୍ରତି ଛକରେ ସିସିଟିଭି ଲାଗିଥିବାରୁ ଏବେ ଅପରାଧୀକ କାର୍ଯ୍ୟକଳାପ କମିବ ବୋଲି ଆଶା ରଖିଛନ୍ତି ସହରବାସୀ ।

ଗୁଣପୁର ସହରର ଜନଗହଳି ପୂର୍ଣ୍ଣ ପୁରୁଣା ବସଷ୍ଟାଣ୍ଡ, ମୁନିସିପାଲିଟି ନିକଟ ମନ୍ଦିର, ହଳଦିଆ ନାଳ ଛକ, ନୂଆ ବସଷ୍ଟାଣ୍ଡ, ବାଇପାସ୍ ଛକ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ, ଷ୍ଟେଟ୍ ବ୍ୟାଙ୍କ ଆଦି ଛକରେ ଲାଗିଛି ସିସିଟିବି କ୍ୟାମେରା । ଆଉ ଏହି କ୍ୟାମେରାରେ ପୂରା ସହର ଉପରେ ରଖାଯାଇଛି ନଜର । ପୌରପାଳିକା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସହରରେ ୧୧୬ ଟି କ୍ୟାମେରା ଲଗାଇବା ନେଇ ସ୍ଥିର ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ୧୫ ଛକରେ ପ୍ରାୟ ୫୦ କ୍ୟାମେରା ଲଗାଯାଇଛି ।

ସହରରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଲାଗି ପୌର ପରିଷଦ ପକ୍ଷରୁ ପ୍ରାୟ ୪୫ ଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ୧୧୬ଟି ସିସିଟିଭି କ୍ୟାମେରା ଲଗାଇବାକୁ ଧାର୍ଯ୍ୟ ହୋଇଛି । ଯାହାଦ୍ୱାର ସହର ସୁରକ୍ଷିତ ରହିପାରିବ ବୋଲି ଆଶା କରାଯାଉଛି । କାରଣ ପୂର୍ବରୁ ମାର୍କେଟ୍‌ ଉପରେ ଥିବା ସୁନା ଦୋକାନରୁ ୩କେଜି ସୁନା ଧରି ଚମ୍ପଟ ମାରିଥିବା ବ୍ଲାକ୍ ପଲସର ଆତଙ୍କ ସହ ବିଭିନ୍ନ ମନ୍ଦିର ଓ ଘରୁ ଚୋରି ଏବଂ ମାସେ ତଳେ ହୋଇଥିଲା ଗୁଳିକାଣ୍ଡ । ତେଣୁ ଗୁଣପୁର ସହର ଏକ ପ୍ରକାର ଅଶାନ୍ତ ହୋଇ ପଡିଥିବା କୁହାଯାଉଥିଲା । ତେଣୁ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ସହର ସାରା ସିସିଟିଭି ଲଗାଇବାକୁ ଏମିତି ବ୍ୟବସ୍ଥା ହୋଇଥିବା କୁହାଯାଉଛି ।

(ଗୁଣପୁରରୁ ଇନ୍ଦ୍ରଜିତ ପଣ୍ଡାଙ୍କ ରିପୋର୍ଟ)