Advertisment

‘ଆଦିପୁରୁଷ’ ବିବାଦ ଭିତରେ ପୁଣି ଟିଭି ପରଦାକୁ ଫେରିବ ରାମାନନ୍ଦ ସାଗରଙ୍କ ‘ରାମାୟଣ’ !

ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଓ ଚର୍ଚ୍ଚା ଭିତରେ ରାମାନନ୍ଦ ସାଗରଙ୍କ ପପୁଲାର ଶୋ’ ‘ରାମାୟଣ’ ଖୁବ୍‌ଶୀଘ୍ର ପୁଣିଥରେ ଟିଭି ପରଦାକୁ ଫେରିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Adipurush Row: Ramanand Sagar Ramayan To Return To TV

Adipurush Row: Ramanand Sagar Ramayan To Return To TV

ଜୁନ୍‌ ୧୬ରେ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହୋଇଥିଲା। ଫିଲ୍ମକୁ ନେଇ ରିଲିଜ୍ ପୂର୍ବରୁ ବିବାଦ ଦେଖାଦେଇ ଥିବାବେଳେ ରିଲିଜ୍ ବେଳେ ଏପରିକି ରିଲିଜ୍ ପରେ ମଧ୍ୟ ବିବାଦ ପିଛା ଛାଡ଼ି ନଥିଲା। ଅଧିକାଂଶ ଲୋକ ‘ଆଦିପୁରୁଷ’ ଦେଖିବା ପରେ ସେମାନଙ୍କ ନିରାଶାକୁ ଖୋଲାଖୋଲି ଜାହିର କରିଛନ୍ତି। ସାରା ଦେଶରେ ଏହି ଫିଲ୍ମକୁ ନେଇ ଅନେକ ନେଗେଟିଭ୍‌ କମେଣ୍ଟସ୍‌ ମଧ୍ୟ ଆସିଛି। VFXଠୁ ଆରମ୍ଭ କରି ଡାଇଲଗ୍‌ ପର୍ଯ୍ୟନ୍ତ ଯେଭଳି ଭାବେ ଦର୍ଶକଙ୍କ ମନ ଜିଣିବା ନେଇ ମେକର୍ସ ଆଶା ରଖିଥିଲେ ସେଭଳି କିଛିବି ହୋଇନାହିଁ। ଏସବୁ ବିବାଦ ଓ ଚର୍ଚ୍ଚା ଭିତରେ ରାମାନନ୍ଦ ସାଗରଙ୍କ ପପୁଲାର ଶୋ’ ‘ରାମାୟଣ’ ଖୁବ୍‌ଶୀଘ୍ର ପୁଣିଥରେ ଟିଭି ପରଦାକୁ ଫେରିବ।

Advertisment

ଜୁଲାଇ ୩ରୁ Shemaroo ଟିଭି ଚ୍ୟାନେଲରେ ‘ରାମାୟଣ’ ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି।। ଜୁଲାଇ ୩ରୁ ସନ୍ଧ୍ୟା ସାଢ଼େ ୭ଟାରେ ଆପଣମାନେ ଏହି ଚ୍ୟାନେଲରେ ଦେଖିପାରିବେ ବୋଲି ସୂଚନା ମିଳିଛି। ରାମାନନ୍ଦ ସାଗରଙ୍କ ଏହି ରାମାୟଣ ଆଜି ପର୍ଯ୍ୟନ୍ତ ଟିଭିରେ ପ୍ରସାରିତ ହୋଇଥିବା ରାମାୟଣ ମଧ୍ୟରୁ ଅନ୍ୟତମ। ଏହି ଶୋ’ରେ ଅରୁଣ ଗୋଭିଲ୍ ରାମ ଏବଂ ଅରବିନ୍ଦ ତ୍ରିବେଦୀଙ୍କ ରାବଣ ଚରିତ୍ର ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ସୀତା ଭୂମିକାରେ ଦୀପିକା ଚିଖଲିଆ, ଲକ୍ଷ୍ମଣ ସୁନୀଲ ଲହରୀ ଓ ହନୁମାନ ଭୂମିକାରେ ଦାରା ସିଂ ଅଭିନୟ କରିଥିଲେ। ଏହି ଶୋ’କୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ଥିଲା ଯେ ଏହାର ଟେଲିକାଷ୍ଟ୍‌ ସମୟରେ ରାସ୍ତାଗୁଡ଼ିକ ଶୂନ୍‌ଶାନ୍ ହେଉଯାଉଥିଲା।

Ramanand Sagar's RamayanRamanand Sagar's Ramayan

୧୯୮୭ରେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ରାମାୟଣ ଦୂରଦର୍ଶନରେ ରିଲିଜ୍ ହୋଇଥିଲା। ଅରୁଣ ଗୋଭିଲଙ୍କ ଶ୍ରୀରାମ ଅବତାର ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ଉଜ୍ଜୀବିତ। ଅରୁଣଙ୍କୁ ଲୋକେ ଆଜି ବି ଶ୍ରୀରାମ ଭାବନ୍ତି, ପୂଜା କରନ୍ତି, ସମ୍ମାନ ଦିଅନ୍ତି। ଏପରିକି କରୋନା କାଳରେ ଦୂରଦର୍ଶନରେ ରାମାୟଣ ପୁଣି ପ୍ରଦର୍ଶିତ ହୋଇଥିଲା। ସେହି ସମୟରେ ଏହା ଆଣିଥିଲା ସବୁଠୁ ଅଧିକ ଟିଆରପିା ଏଥିରୁ ଅନୁମାନ ପ୍ରଭୁ ଶ୍ରୀରାମଙ୍କୁ କେତେ ଭଲ ପାଆନ୍ତି ଦେଶବାସୀ।

Advertisment

ତାନାଜୀ ଫେମ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ସିନେମା ୬ ମାସ ପୂର୍ବରୁ ରିଲିଜ୍ ହେବାର ଥିଲା। କିନ୍ତୁ ଟ୍ରେଲରରେ ଚରିତ୍ର ଚିତ୍ରଣ, ଲୁକ୍ସ ଏବଂ ପରିକଳ୍ପନାକୁ ନେଇ ବିବାଦ ଦେଖା ଦେଇଥିଲା। ପରିସ୍ଥିତି ଏମିତି ହେଲା କି ଫିଲ୍ମର ରିଲିଜକୁ ଘୁଞ୍ଚାଇବାକୁ ପଡ଼ିଥିଲା। ୫୦୦ କୋଟିରେ ନିର୍ମିତ ‘ଆଦିପୁରୁଷ’ରେ ଆଉ ୧୦୦ କୋଟି ବିନିଯୋଗ କରାଯାଇ VFXକୁ ବଦଳା ଯାଇଥିଲା। ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ଏହି ସିନେମା ଜୁନ୍ ୧୬ରେ ସାରା ଭାରତରେ ରିଲିଜ୍ ହୋଇଥିଲା। 

Ramayan
Advertisment
Advertisment