/odishatv-khabar/media/post_attachments/uploadimage/library/16_9/16_9_0/shoes_1687880193.jpg)
shoes
ଜୋତା ସାନ ହୋଇଯାଉଛି କି ? ପ୍ରତିବର୍ଷ ପିଲାଙ୍କ ଲାଗି କିଣିବାକୁ ପଡୁଛି କି ନୂଆ ଜୋତା ? ଏଣିକି ଜମାରୁ ଟେନ୍ସନ୍ ହୁଅନ୍ତୁ ନାହିଁ । କାରଣ ଏବେ ଆଉ ପିଲାଙ୍କ ଲାଗି ବାରମ୍ବାର ଜୋତା କିଣିବେନି ଆପଣ । କଥାଟା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ଏମିତି କେମିତି ସମ୍ଭବ ? ହଁ..ଏଣିକି ଏହା ସମ୍ଭବ ହୋଇପାରିବ ।
ଆଜିକାଲି ସମସ୍ତେ ନିଜ ନିଜ ପିଲାଙ୍କ ଲାଗି ବଡ ସାଇଜ୍ର ଜୋତା କିଣନ୍ତି । କାରଣ କିଛି ଦିନ ତାହାକୁ ପିଲାମାନେ ବ୍ୟବହାର କରିବା ପରେ ଜୋତା ଗୁଡିକ ଛୋଟ ହୋଇଯାଉଛି । ତେଣୁ ପିଲାଙ୍କ ପାଦଠାରୁ ଟିକିଏ ବଡ଼ ଜୋତା କିଣୁଛନ୍ତି ଅଭିଭାବକ । ଏମିତି ସମସ୍ୟା ବାରମ୍ବାର ସାମ୍ନାକୁ ଆସିବା ପରେ ପୁଣେର ସତ୍ୟଜିତ୍ ମିତ୍ତଲ କିଛି ଏମିତି ଚମତ୍କାରିତା କରି ଦେଖାଇଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସତ୍ୟଜିତଙ୍କ ଷ୍ଟାର୍ଟଅପ୍ କମ୍ପାନି ଆରେଟୋ ଏପରି ଜୋତା ତିଆରି କରିଛି ଯାହା ପିଲାମାନଙ୍କର ପାଦ ସହିତ ତାଳ ଦେଇ ବଢ଼ିଥାଏ ଏବଂ ସେମାନଙ୍କ ପାଦରେ ତିନିଟି ସାଇଜ ପର୍ଯ୍ୟନ୍ତ ଫିଟ୍ ଆସିଥାଏ ।
୩୦ ବର୍ଷୀୟ ସତ୍ୟଜିତ୍ ଦୁଇ ବର୍ଷ ପୂର୍ବେ ମାର୍କେଟରେ ରିସର୍ଚ୍ଚ କରିଥିଲେ । ଆଉ ଏହି ରିସର୍ଚ୍ଚ ସମୟରେ ଜାଣିବାକୁ ପାଇଥିଲେ କି କେବଳ ଭାରତ ନୁହେଁ ବରଂ ପୂରା ବିଶ୍ୱରେ ଲୋକମାନେ ଏହି ସମସ୍ୟାରେ ପଡ଼ିଛନ୍ତି । ତେଣୁ ନିଜ ଲ୍ୟାବରେ ସେ ଏମିତି ଜୋତା ତିଆରି କରିବାକୁ ଆରମ୍ଭ କଲେ ଯାହା ଏବେ ମାର୍କେଟ୍ରେ ଏକ ପ୍ରକାର ଚହଳ ପକାଇଲାଣି । ଏନେଇ ସତ୍ୟଜିତ କହିଛନ୍ତି, ଜୋତାରେ ତିନି ଲେୟାରର କପଡା ଦିଆଯାଇଛି । ତେଣୁ ପିଲାଙ୍କ ପାଦ ଅନୁସାରେ ଏହା ବଢିଥାଏ ଓ କମିଥାଏ ।
ସତ୍ୟଜିତ୍ ଅଗଷ୍ଟ ୨୦୨୨ରେ ଆରେଟୋ ବ୍ରାଣ୍ଡ ନାମରେ ଏହି ଜୋତାକୁ ବିକ୍ରି କରିବା ଆରମ୍ଭ କରିଥିଲେ । କେବଳ ଗୋଟିଏ ବର୍ଷରେ ଜୋତା ବି ବେଶ୍ ଭଲ ବିକ୍ରି ହୋଇପାରିଥିଲା । ବର୍ତ୍ତମାନ ସମୟରେ ଭାରତ ଛଡ଼ା ଅନ୍ୟ ଦେଶରେ ମଧ୍ୟ ଏହି ଜୋତାର ବେଶ୍ ଚାହିଦା ବଢିଛି । ସତରେ ଏମିତି ଜୋତାର ଦାମ୍ କେତେ ରହିଛି ତାହାକୁ ନେଇ ଏବେ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)