Advertisment

‘ବିଜେଡିର ସାଧା ଟିକେଟ୍‌ ପାଣ୍ଡିଆନଙ୍କ ହାତରେ, ଦସ୍ତଖତ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ୍‌ ପାଣ୍ଡିଆନଙ୍କ ହାତରେ ଅଛି।’

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Leader Pradip Purohit On 5T Secretary

BJP Leader Pradip Purohit Big Statement On 5T Secretary

5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ବିଜେଡି ଆଉ ବିଜେଡି ହାତରେ ନାହିଁ। 5T ସଚିବଙ୍କ ହାତକୁ ବିଜେଡି ଚାଲିଗଲାଣି ବୋଲି ମୋର ସନ୍ଦେହ ହେଉଛି।’

Advertisment

ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି ଯେ, ‘ବିଜେଡିର ବଡ଼ ବଡ଼ ନେତା 5T ସଚିବଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଅସନ୍ତୁଷ୍ଟ ଥିଲେ ବି ଟିକେଟ୍‌ କଟିଯିବା ଭୟରେ ସେମାନେ ବାହାରେ କିଛି ପ୍ରକାଶ କରିପାରୁ ନାହାନ୍ତି। ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ୍‌ ପାଣ୍ଡିଆନଙ୍କ ହାତରେ ଅଛି।’

‘ସାଧା ଟିକେଟ୍‌ରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିସାରିଛନ୍ତି। ଟିକେଟ୍ ପାଣ୍ଡିଆନଙ୍କ ପାଖରେ ରହିଛି, ସେ ହିଁ ଟିକେଟ୍‌ ବାଣ୍ଟିବେ। ଟିକେଟ୍‌ ପାଣ୍ଡିଆନ ବାଣ୍ଟିବାର ଥିବାରୁ ସେଥିପାଇଁ ସମସ୍ତେ ଚୁପ୍’ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି। 

Advertisment

ପ୍ରଦୀପ ପୁରୋହିତ କହିଛନ୍ତି ଯେ, ‘ଯଦି ବିଜେଡି ଜିତେ, ତା’ହେଲେ ମୁଖ୍ୟମନ୍ତ୍ରୀ ଆସନରେ ଅନ୍ୟ ଜଣେ ବସିଥିବେ। ମୁଖ୍ୟମନ୍ତ୍ରୀ ପ୍ରେସର୍‌ରେ ଅଛନ୍ତି, ସେ କିଛି ଜାଣୁ ନାହାନ୍ତି। ଚକ୍ରବ୍ୟୁହ କରାଯାଇଛି, 5T ଯାହା ଚାହୁଁଛନ୍ତି, ସିଏମ୍ ତାହା କରୁଛନ୍ତି।’

Odisha Politics 5T Secretary
Advertisment
Advertisment