Advertisment

ପାକିସ୍ତାନ ହାତକୁ ଚାଲିଯାଇଛି କି ଭାରତର ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ?

ଜେରାବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଧରାପଡ଼ିଛି ଅନ୍ୟତମ ହନିଟ୍ରାପ୍ କୁଇନ୍ ନୁର୍ ଫତିମାର ବଡ଼ ଲିଙ୍କ୍। ଫତିମା ହେଉଛି, ସେହି ମାୟାବିନୀ ଯିଏ ରାଜସ୍ଥାନର ଆର୍ମି ଅଫିସରଙ୍କୁ ଟ୍ରାପ୍ କରି ସିକ୍ରେଟ୍ ତଥ୍ୟ ପଠାଇଥିଲା ପାକିସ୍ତାନ ଏଜେଣ୍ଟଙ୍କୁ।

author-image
Chandan Shishu
OTP sharing scam

OTP sharing scam

ଭାରତର ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ଚାଲିଯାଇଛି କି ପାକିସ୍ତାନ ହାତକୁ ? ହନି ଆଉ ମନିଟ୍ରାପରେ ପଡ଼ି ଓଡ଼ିଆ ଯୁବକ ଯୁବତୀ ଶତ୍ରୁପକ୍ଷଙ୍କୁ ଟେକିଦେଇଛନ୍ତି କି ସୁରକ୍ଷା ସଂପର୍କିତ ତଥ୍ୟ ? ଓଟିପି ସେୟାରିଂ ମାମଲାରେ ଗିରଫ ଓଡ଼ିଆ ଯୁବକଙ୍କ ସହ ଲିଙ୍କ୍ ଥିବା ଅଭିଯୁକ୍ତ ଅଭିଜିତ ଜୁମ୍ବରେକୁ ATS, IB ଏବଂ STFର ଜେରା ପରେ ଆଜି ଭୁବନେଶ୍ବରରେ ଘାଣ୍ଟୁଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନସି-NIA। ସାମ୍ନାକୁ ଆସିଛି ଟେରର୍ ଫଣ୍ଡିଂ ସହ ଆର୍ମି ଅଫିସରଙ୍କୁ ଟ୍ରାପ୍ କରି ଚର୍ଚ୍ଚାକୁ ଆସିଥିବା ଫାତିମାର ଲିଙ୍କ୍। ଯିଏ କି ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍ ଭାବେ କାମ କରୁଥିଲା। 

Advertisment

ପାକିସ୍ତାନ ଏଜେଣ୍ଟଙ୍କ ଓଡ଼ିଶା କନେକ୍ସନ। କେବେ MONEYର ଲୋଭ ତ ଆଉ କେବେ HONEYର ମାୟାରେ ବାୟା କରି ଦେଶର ଗୁପ୍ତ ତଥ୍ୟ ସଂଗ୍ରହ। ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଅପରାଧ ଦିଗରେ ତଦନ୍ତ କରୁଥିବା ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍, ଗୁଇନ୍ଦା ବିଭାଗର ଖୋଳତାଡ଼ ଭିତରେ ଭୁବନେଶ୍ୱରରେ ପହଞ୍ଚିଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ-NIA। ପୁଣେରୁ କ୍ରାଇମବ୍ରାଞ୍ଚ STF ଦ୍ୱାରା ଗିରଫ ଅଭିଯୁକ୍ତ ଅଭିଜିତ ଜମ୍ବୁରେକୁ ଧରି ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା।

ଜେରାବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଧରାପଡ଼ିଛି ଅନ୍ୟତମ ହନିଟ୍ରାପ୍ କୁଇନ୍ ନୁର୍ ଫତିମାର ବଡ଼ ଲିଙ୍କ୍। ଫତିମା ହେଉଛି, ସେହି ମାୟାବିନୀ ଯିଏ ରାଜସ୍ଥାନର ଆର୍ମି ଅଫିସରଙ୍କୁ ଟ୍ରାପ୍ କରି ସିକ୍ରେଟ୍ ତଥ୍ୟ ପଠାଇଥିଲା ପାକିସ୍ତାନ ଏଜେଣ୍ଟଙ୍କୁ। ପାକିସ୍ତାନ ଆର୍ମି ଇଣ୍ଟେଲିଜେନସର ଅଫିସର୍ ଅବଦୁଲ ହମିଦକୁ ଫତିମା ଜାଣିଥିବାରୁ ଆଶଙ୍କା କରାଯାଉଛି, ଦେଶର ପ୍ରତିରକ୍ଷା କ୍ଷେତ୍ରର ସମ୍ବେଦନଶୀଳ ତଥ୍ୟ ଅବଦୁଲ୍ ପାଇଯାଇଥିବ। ତେଣୁ ଫତିମାକୁ ଅଭିଜିତ ଜାଣିଥିବାରୁ ଏବଂ ତା ଲିଙ୍କରେ ଥିବାରୁ ଅଭିଜିତ ଠାରୁ ସତ ଉଗାରୁଛି NIA।

Advertisment

ତା’ସହ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା PIO ଏବଂ ISI ଏଜେଣ୍ଟଙ୍କୁ ପାଣ୍ଠି ଯୋଗାଡ଼ ସଂପର୍କରେ ବି ଖୋଳତାଡ଼ କରୁଛି। ବେନାମୀ ସଂପତ୍ତି ଏବଂ ତାର ଗାର୍ଲଫ୍ରେଣ୍ଡ ସଂପକରେ ବି ପଚରା ଯାଉଛି। ପାକ୍ ଆତଙ୍କୀ ଲିଙ୍କ୍ ମାମଲାରେ NIA ଜେରାର ସାମ୍ନା କରୁଥିବା ଅଭିଜିତର କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ତୃତୀୟ ଦିନ।

ଭୁବନେଶ୍ୱର STF ଅଫିସରେ OTP ସେୟାରିଂ, ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗ ଓ ଆର୍ଥିକ କାରବାର ଲିଙ୍କ୍ ନେଇ ପଚରାଉଚରା କରୁଛି NIA। ତାସହ ଅର୍ଥକାରର ହିସାବ ଜାଣିବା ପାଇଁ ଅର୍ଥ ମନ୍ତ୍ରାଳୟର ଫାଇନାନସିଆଲ୍ ଇଣ୍ଟେଲିଜେନସ ୟୁନିଟକୁ ଚିଠି ଲେଖିଛି STF! ତେବେ ଅଭିଜିତ୍ ପ୍ରତିକ୍ରିୟା ରଖି ଓଡ଼ିଆ ଯୁବକ ପଠାଣି ଲେଙ୍କାକୁ ଓଟିପି ସେୟାରିଂ ବାବଦକୁ ଟଙ୍କା ପଠାଇଥିବା ମାନିଛି। କିନ୍ତୁ ISI ଏଜେଣ୍ଟଙ୍କୁ ଜାଣିନଥିବା କହିଛି।  

ଚିନ୍ତାର ବିଷୟ ହେଉଛି, କେଇଟା ଟଙ୍କା ପାଇଁ ଶତ୍ରୁପକ୍ଷଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଟେକିଦେଇଛନ୍ତି ଓଡ଼ିଆ ଯୁବକ। ହନିଟ୍ରାପ୍ କୁଇନ୍ ଫତିମାର ଲିଙ୍କରେ ଥିବା ପଠାଣି ସାମନ୍ତ ଭଳି ସୌମ୍ୟରଂଜନ ପଟ୍ଟନାୟକ, ପ୍ରୀତମ କର, ପ୍ରଦ୍ୟୁମ୍ନ ସାହୁ, ସରୋଜ ନାୟକ ମଧ୍ୟ ଓଟିପି ସେୟାରିଂ ମାମଲାରେ ସଂପୃକ୍ତ ରହୁଥିଲେ। ଟଙ୍କା ପାଇଁ ପ୍ରି-ଆକଟିଭେଟେଡ୍ ସିମର ଓଟିପିକୁ ଅଭିଜିତ ଜରିଆରେ ବିକ୍ରି କରୁଥିଲେ ISI ଏଜେଣ୍ଟଙ୍କୁ। 

ଏପରିକି ବିହାରର ଗୁଡ୍ଡୁ କୁମାର ନାମକ ପାକିସ୍ତାନ ଅପରେଟିଭକୁ ବିକ୍ରି କରୁଥିଲେ ଏମାନେ। ସେସବୁ ସିମକୁ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରୁଥିଲେ ISI ଏଜେଣ୍ଟ। ଅତୀତରେ ହନିଟ୍ରାପର ମାୟାଜାଲରେ ପଡ଼ି DRDOର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ଯାଇଛି ଓଡ଼ିଶାରୁ। ତେବେ କାହିଁକି ପାକିସ୍ତାନ ଲିଙ୍କରେ ଆସିଯାଉଛନ୍ତି ଓଡ଼ିଆ ? ଓଡ଼ିଶାର କେତେ ଜଣଙ୍କ ସହ ସମ୍ପର୍କରେ ରହିଛି ପାକିସ୍ତାନ ? ସେନେଇ ଛିଡ଼ା ହୋଇଛି ନାନା ପ୍ରଶ୍ନ।      

OTP Scam Pak ISI Agents OTP
Advertisment
Advertisment