Advertisment

ଆର୍ଥିକ ଅନଟନ ଓ ରୋଗ ଦୁଃଖରେ ଷଢୁଛନ୍ତି ବିଜୁବାବୁଙ୍କ ପୁତୁରା ଓ ଝିଆରୀ

କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

ନବୀନଙ୍କ ବଡ଼ବାପା ପୁଅ ଭାଇ ଦିଲୀପ ପଟ୍ଟନାୟକ

ଆପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନ କଥା ଜାଣିଥିବେ। ଯାହାକି ଏବେ ସଂଗ୍ରହାଳୟ ପାଲଟିଛି। ହେଲେ ବିଜୁ ବାବୁଙ୍କ ଭାଇ ଜର୍ଜ ପଟ୍ଟନାୟକଙ୍କ ପରିବାର ସମ୍ପର୍କରେ କିଛି ଜାଣନ୍ତି କି? ଏବେ ପରିଣତ ବୟସରେ ଦୁଃଖ କଷ୍ଟରେ କାଳ କାଟୁଛନ୍ତି ନବୀନଙ୍କ ବଡ଼ବାପା ପୁଅ ଭାଇ ଦିଲୀପ ପଟ୍ଟନାୟକ ଏବଂ ଭଉଣୀ ରେଖା। ରୋଗରେ ପଡ଼ି ଯନ୍ତ୍ରଣା ଭୋଗୁଛନ୍ତି। ଆର୍ଥିକ ଅନଟନରେ କାଳ କାଟୁଛନ୍ତି ସେମାନେ।

Advertisment

କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ। ଘର ଆଗରେ ଆଣ୍ଠୁଏ ବହଳର ଘାସ ଓ ଅନାବନା ଗଛ ଭରି ଯାଇଛି। ଘର ଭାଙ୍ଗିରୁଜି ଗଲାଣି। ଆଉ ଏହାରି ଭିତରେ ରହୁଛନ୍ତି ଜର୍ଜଙ୍କ ପୁଅ ତଥା ନବୀନଙ୍କ ବଡ଼ବାପା ପୁଅ ଭାଇ ଦିଲୀପ ପଟ୍ଟନାୟକ।

୧୯୪୭ରେ ଜନ୍ମ ଗ୍ରହଣ କରିଥିବା ଦିଲୀପ ପଟ୍ଟନାୟକ ରେଭେନସା ଏବଂ ବାଣୀବିହାରରେ ପାଠପଢିବା ପରେ ଏକ ସ୍ପଞ୍ଜ ଆଇରନ କାରଖାନାରେ କାମ କରୁଥିଲେ। ହେଲେ ଗତ ପ୍ରାୟ ୨୦ ବର୍ଷ ତଳୁ ସେ ଚାକିରି ଛାଡି ସାରିଲେଣି।

Advertisment

ଅବସର ପରେ ଯାହା ପଇସା ମିଳିଥିଲା ସେଥିରେ ବଡ଼ କଷ୍ଟରେ ଚଳୁଛନ୍ତି ଦିଲୀପ। ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ଏବେ ବି ସେ ଚାଲିବା କଷ୍ଟକର ହୋଇପଡୁଛି। ଦିଲୀପ ଅବିବାହିତ, ତାଙ୍କ ଦେଖାଶୁଣା କରିବାକୁ କେହି ନାହାଁନ୍ତି। ଖାଲି ସେତିକି ନୁହେଁ ଏବେ ତାଙ୍କ ସଙ୍ଗେ ତାଙ୍କ ବଡ଼ ଭଉଣୀ ମଧ୍ୟ ରହୁଛନ୍ତି। ସେ ମଧ୍ୟ ଚଲାବୁଲା କରିପାରୁନାହାଁନ୍ତି। ବଡ଼ କଷ୍ଟରେ ଉଭୟ ଏହି ଘରେ କାଳ କାଟୁଛନ୍ତି। 

ଦିଲୀପ କହିଛନ୍ତି, ତାଙ୍କ ଭଉଣୀ ରେଖା ପରିବାରରେ ସବୁଠାରୁ ବଡ଼। ପୂର୍ବରୁ ଆନନ୍ଦ ଭବନରେ ଏମାନେ ସବୁ ମିଶିକି ରହୁଥିଲେ। ଏଠାରେ ନବୀନ, ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଏବଂ ଗୀତା ପଟ୍ଟନାୟକଙ୍କ ପିଲା ଦିନ କଟିଛି। ଦିଲୀପଙ୍କ ପିଲାବେଳ ନବୀନଙ୍କ ସଙ୍ଗେ ଖେଳକୁଦରେ କଟିଛି। ହେଲେ ବର୍ତ୍ତମାନ ତାଙ୍କର ଏଭଳି ଅବସ୍ଥାରେ ପାଖରେ କେହି ନାହାନ୍ତି। ନବୀନଙ୍କ ସମ୍ପର୍କରେ ଦିଲୀପ କହିଛନ୍ତି, ସେ ଓଡ଼ିଶା ପାଇଁ ଅନେକ କାମ କରୁଛନ୍ତି। ହେଲେ ତାଙ୍କ ଦାଦା ବିଜୁ ପଟ୍ଟନାୟକ ଯେମିତି ବିକାଶ କରିଥିଲେ ସେଭଳି ବିକାଶ ଆଉ ଓଡ଼ିଶାରେ ହେଉନାହିଁ।

ଖାଲି ବିଜୁ ପଟ୍ଟନାୟକ ନୁହଁନ୍ତି ତାଙ୍କ ଭାଇ ଜର୍ଜ ପଟ୍ଟନାୟକ ମଧ୍ୟ କଟକର ଅନେକ ବିକାଶ କରିଛନ୍ତି। ଜର୍ଜ ପଟ୍ଟନାୟକ କଟକରେ ସେ ସମୟରେ ଜଣେ ପ୍ରସିଦ୍ଧ ଦାନ୍ତ ଡାକ୍ତର ଥିଲେ। ସେହିପରି ବିଜୁ ବାବୁଙ୍କ ସାନ ଭାଇ ଶ୍ରୀଜୟାନନ୍ଦ ପଟ୍ଟନାୟକ ଜଣେ ପାଇଲଟ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟର ବିକାଶ କରୁଥିବା ବେଳେ ତାଙ୍କ ବଡ଼ବାପା ପୁଅ ଭାଇ ଭଉଣୀଙ୍କ କଥା ମଧ୍ୟ ଟିକେ ବିଚାର କରନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ରିପୋର୍ଟ: ସ୍ୱାଧୀନ ରାଉତ

CM Naveen Patnaik Biju Patnaik
Advertisment
Advertisment