Advertisment

କଲେଜ ବେଳରୁ ହିଁ ପୁଅମାନଙ୍କ ହୃଦୟ ଚୋରି କରିବାରେ ମାହିର ଥିଲେ ମଲାଇକା; ବିଦ୍ୟା ବାଲାନ୍

ବଲିଉଡ୍‌ ଆଇଟମ୍ ନମ୍ବରର ମାଷ୍ଟର ବା ଡ୍ୟାନ୍ସ କ୍ୱିନ୍ ମଲାଇକା ପୁଅମାନନଙ୍କୁ ପାଗଳ କରିବା ଆଜିକାଲିର କଥା ନୁହେଁ। ସେ ତାଙ୍କ କଲେଜ ଦିନରୁ ପୁଅମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ଯେତେବେଳେ ମଲାଇକା କଲେଜରେ ପଢୁଥିଲେ, ପୁଅମାନେ ତାଙ୍କ ଆଗ ପଛରେ ଚକ୍କର କାଟୁଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Malaika Arora used to be heart robber in college days

Malaika Arora used to be heart robber in college days

ମଲାଇକା ଅରୋରାଙ୍କ ସୌନ୍ଦର୍ଯ୍ୟରେ ଆଜି ବି ଲକ୍ଷ ଲକ୍ଷ ଲୋକ ପାଗଳ ହୁଅନ୍ତି। ମଲାଇକାଙ୍କ ଷ୍ଟାଇଲ୍‌ରେ ପାଗଳ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଅନୁସରଣ କରନ୍ତି ଏବଂ ତାଙ୍କୁ ପ୍ରଶଂସା କରିବାର କୌଣସି ସୁଯୋଗ ହାତ ଛଡା କରନ୍ତି ନାହିଁ।

Advertisment

ବଲିଉଡ୍‌ ଆଇଟମ୍ ନମ୍ବରର ମାଷ୍ଟର ବା ଡ୍ୟାନ୍ସ କ୍ୱିନ୍ ମଲାଇକା ପୁଅମାନନଙ୍କୁ ପାଗଳ କରିବା ଆଜିକାଲିର କଥା ନୁହେଁ। ସେ ତାଙ୍କ କଲେଜ ଦିନରୁ ପୁଅମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ସେ ପୁଅମାନଙ୍କୁ ଆକର୍ଷିତ କରିବାରେ ମାହିର ଥିଲେ। ଯେତେବେଳେ ମଲାଇକା କଲେଜରେ ପଢୁଥିଲେ, ପୁଅମାନେ ତାଙ୍କ ଆଗ ପଛରେ ଚକ୍କର କାଟୁଥିଲେ। ବର୍ତ୍ତମାନ ଏହାର ଖୁଲାସା କରିଛନ୍ତି ବିଦ୍ୟା ବାଲାନ ।

ଉଭୟ ବିଦ୍ୟା ଏବଂ ମଲାଇକା ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ରହୁଥିଲେ। ଉଭୟ ପ୍ରାୟ ସମାନ ବୟସର ଥିଲେ ଏବଂ ପାଖାପାଖି ସ୍କୁଲ୍‌ରେ ପାଠ ପଢୁଥିଲେ। ବିଦ୍ୟା ବାଲାନ୍ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ନିୟତ’କୁ ପ୍ରମୋଟ୍ କରିବାରେ ବ୍ୟସ୍ତ ଅଛନ୍ତି। ବିଦ୍ୟା ନିକଟରେ ତାଙ୍କର ଏକ ସାକ୍ଷାତକାରରେ ତାଙ୍କ ସ୍କୁଲ ଓ କଲେଜ ଦିନର କାହାଣୀକୁ ଶେୟାର କରିଛନ୍ତି।

Advertisment

ଏହି ସାକ୍ଷାତକାରରେ ବିଦ୍ୟା ବାଲାନ ତାଙ୍କ ପିଲାଦିନର ସାଙ୍ଗ ମଲାଇକାଙ୍କ ବିଷୟରେ କହିଛନ୍ତି ଯେ “ମଲାଇକା ଏବଂ ମୁଁ ଅଲଗା ଅଲଗା ସ୍କୁଲ୍‌ରେ ପଢୁଥିଲୁ। କିନ୍ତୁ ଚେମ୍ବୁର ଅନେକ ସୁନ୍ଦରୀଙ୍କୁ ଦେଇଛି। ଏମାନଙ୍କ ମଧ୍ୟରୁ କେତେକ ଆଜି ସୁପରଷ୍ଟାର। ମଲାଇକା ଅରୋରା ଏବଂ ମୁଁ ଗୋଟିଏ ଜାଗାରେ ରହୁଥିଲୁ। ମଲାଇକା ତାଙ୍କ କଲେଜ ସମୟରେ ଫ୍ରେଞ୍ଚ୍‌ କ୍ଲାସ୍‌ କରୁଥିଲେ।”

ସେହି ଆହୁରି କହିଛନ୍ତି ଯେ “ଏହି ସମୟରେ ମଲାଇକା ମୋ ଘର ବାହାରକୁ ଆସୁଥିଲେ। ସେତେବେଳେ ବି ମୁଁ ଦେଖୁଥିଲି ମଲାଇକାଙ୍କ ପାଇଁ ପାଗଳ ଥିବା ପୁଅମାନେ ତାଙ୍କର ଟିକିଏ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ। ଆରମ୍ଭରୁ ହିଁ ମଲାଇକା ଏକ ହୃଦୟ ଚୋରିରେ ମହିର୍ ଥିଲେ।”

ମଲାଇକା ୧୯୯୮ରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକାଠି ଦୀର୍ଘ ଦିନ ରହିଥିଲେ। ଅରବାଜ ଏବଂ ମଲାଇକା ୨୦୧୭ରେ ପରସ୍ପରଙ୍କୁ ଛାଡପତ୍ର ଦେଇଥିଲେ। ବର୍ତ୍ତମାନ ମଲାଇକା ବଲିଉଡ୍‌ ତାରକା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି।

ବଲିଉଡ୍‌ର ଏହି ହଟ ଯୋଡି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ। ବିଦ୍ୟା ବାଲାନ ତାଙ୍କ ସାକ୍ଷାତକାରରେ ଶିଳ୍ପା ଶେଟ୍ଟୀଙ୍କ ବିଷୟରେ ମଧ୍ୟ କହିଛନ୍ତି। ବିଦ୍ୟା ବାଲାନ ଏବଂ ଶିଳ୍ପା ଶେଟ୍ଟୀ ଗୋଟିଏ ସ୍କୁଲରେ ପଢୁଥିଲେ। ଶିଳ୍ପା ଶେଟ୍ଟୀ କିନ୍ତୁ ବିଦ୍ୟା ବାଲାନଙ୍କଠାରୁ ତିନି ବର୍ଷ ସିନିୟର୍ ଥିଲେ। ସ୍କୁଲ୍‌ରେ ଶିଳ୍ପା ଶେଟ୍ଟୀଙ୍କର ମଧ୍ୟ ଜଲୱା ଥିଲା ବୋଲି ବିଦ୍ୟା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସ୍କୁଲ୍‌ରେ ଶିଳ୍ପା ବାସ୍କେଟବଲ୍ ଖେଳୁଥିଲେ ଆଉ ସେ ତାଙ୍କୁ ବାସ୍କେଟବଲ୍ ଖେଳିବା ଶିଖାଇଥିଲେ।

Bollywood Vidya Balan Malaika Arora Shilpa Shetty
Advertisment
Advertisment