Advertisment

ପାଣ୍ଡିଆନଙ୍କୁ ନେଇ ଅକଳରେ ବିଜେଡି, ମୁଖ୍ୟମନ୍ତ୍ରୀ ଚାପରେ ଥିବା ଚର୍ଚ୍ଚା !

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି।

author-image
Chandan Shishu
ଅଦ୍ୟତନ ହୋଇଛି
 5T secretary VK Pandian’

5T secretary VK Pandian’

 5T ସଚିବଙ୍କ ଗସ୍ତକୁ ନେଇ ବିବାଦ ବଢୁଥିବା ବେଳେ ଆଜି ବିଜେପି ନେତା ପ୍ରଦୀପ ପୁରୋହିତ ମାରିଛନ୍ତି ଟିକଟ୍ ବାଣ। ଅଭିଯୋଗ କରିଛନ୍ତି, ଆସନ୍ତା ନିର୍ବାଚନ ଲାଗି ନବୀନଙ୍କ ଦସ୍ତଖତ 
ଥିବା ସାଦା ଟିକଟ ପାଣ୍ଡିଆନଙ୍କ ହାତରେ ଥିବାରୁ ବିଜେଡି ନେତାମାନେ ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ଡରୁଛନ୍ତି। ତେଣେ ଆଜି 5T ସଚିବଙ୍କ ଅନୁଗୁଳ ଗସ୍ତ ବେଳେ ଜୋରଦାର ବିରୋଧ 
କରିଛି ବିଜେପି। ସେପଟେ ବିଜେପି ଅଭିଯୋଗର ଜବାବ ରଖି ବିଜେଡି କହିଛି, ଏସବୁ ଭିତ୍ତିହୀନ।

Advertisment

ଫାଇଭ୍ ଟି ସଚିବଙ୍କୁ ଚାରିଆଡ଼େ ବିରୋଧ। ପାଣ୍ଡିଆନଙ୍କୁ ନେଇ ଅକଳରେ ବିଜେଡି, ମୁଖ୍ୟମନ୍ତ୍ରୀ ଚାପରେ ଥିବା ଚର୍ଚ୍ଚା ! ଏଥର ବିଜେଡି ଟିକଟ୍ ବାଣ୍ଟିବ କିଏ? ଫାଇଭ୍-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପିର ଧାରଣା, ବିକ୍ଷୋଭ। ପାଣ୍ଡିଆନ ଗୋ ବ୍ୟାକ୍  ସ୍ଲୋଗାନ ଦେବା ସହ ସ୍ଥାନୀୟ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କୁ ବି କଡ଼ା ସାମଲୋଚନା କରିଛି ବିଜେପି। ପଦ୍ମ ଦଳର ଧାରଣା ବେଳେ ଜଣେ ଅଣଓଡ଼ିଆ ସଚିବଙ୍କ ପାଇଁ ବିଜେଡି ସାଂସଦ ଓ ବିଧାୟକମାନେ ଲୋକ ଡାକିବା ସହ ଟେଣ୍ଟ ବାନ୍ଧୁଥିବା ଅଭିଯୋଗ କରିଛନ୍ତି ଦଳୀୟ ନେତା। ତାସହିତ ୧୦ଟି ହେଲିପ୍ୟାଡ୍ ନିର୍ମାଣ ଓ ଗାଡି ମଟରରେ ଲୋକଙ୍କୁ ବୁହାହେବା ନେଇ ଖର୍ଚ୍ଚ ହେଉଥିବା ଟଙ୍କା କେଉଁଠି ଆସୁଛି ବୋଲି ପ୍ରଶ୍ନ କରିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି।

Advertisment

ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ୧୪୭ ବିଧାନସଭା ସିଟ୍ ଓ ୨୧ ଲୋକସଭା ସିଟ୍ ପାଇଁ ପାଣ୍ଡିଆନଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ସାଦା ଟିକଟ ରହିଛି। ଟିକଟ ଭୟରେ ବିଜେଡି ନେତାମାନେ ଚୁପ୍ ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚକ୍ରବ୍ୟୁହରେ ଅଛନ୍ତି, ବିଜେଡି ଯଦି ୨୦୨୪ରେ ପୁଣି କ୍ଷମତାକୁ ଆସେ ତେବେ ଅନ୍ୟ କିଏ ମୁଖ୍ୟମନ୍ତ୍ରୀ ଚୌକିରେ ବସିବ ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି। ଜବାବରେ ବିଜେଡି କହିଛି, ଏସବୁ ଅଭିଯୋଗ ଭିତ୍ତିହୀନ। ଟିକଟ କେବଳ ବିଜେଡି ସୁପ୍ରିମୋ ନବୀନ ପଟ୍ଟାନୟକ ହିଁ ଦେବେ।

ଫାଇଭ୍-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଏବେ ରାଜ୍ୟ ରାଜନୀତିରେ ସବୁଠାରୁ ବଡ଼ ତଥା ବିବାଦୀୟ ପ୍ରସଙ୍ଗ ହୋଇଛି। ଯାହାକୁ ନେଇ ଶାସକ ବିଜେଡିକୁ ବାରମ୍ବାର ଆକ୍ରମଣ କରୁଛନ୍ତି ବିରୋଧୀ। 5T ସଚିବଙ୍କୁ ନେଇ ବିଜେଡି ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ସମସ୍ତଙ୍କ ନଜର ତାଉପରେ।

VK Pandian
Advertisment
Advertisment