• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ହିନ୍ଦୁସ୍ତାନ କପର୍ ଲିମିଟେଡ୍ (HCL) ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୧୮୪ ପଦବୀ ପୂରଣ ହେବ।

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ HCL ର ଅଫିସିଆଲ୍ ୱେବସାଇଟ୍ hindustancopper.com କୁ ଯାଇ ଅନ୍‌ଲାଇନ ଆବେଦନ କରିପାରିବେ। ଯେଉଁମାନେ ଏହାର ସରକାରୀ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ HCL recruitment 2023 PDFରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୫ ଅଗଷ୍ଟ ୨୦୨୩
  • ସର୍ଟଲିଷ୍ଟ୍ ତାଲିକା ପ୍ରକାଶ – ୦୯ ଅଗଷ୍ଟ ୨୦୨୩

ଅଧିକ ପଢ଼ନ୍ତୁ: ଦଶମ ପାଶ କରିଥିଲେ ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ଚାକିରି

ପ୍ରଶିକ୍ଷଣ:

  • ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଟ୍ରେଡ ଆଧାରରେ ପ୍ରଶିକ୍ଷଣ ଦିଆଯିବ
  • ଏହି ପ୍ରଶିକ୍ଷଣ ୧ ରୁ ୩ ବର୍ଷ ମଧ୍ୟରେ ହେବ

ଶିକ୍ଷାଗତ ଯୋଗ୍ୟତା:

  • ଟ୍ରେଡ୍ ମେଟ୍ ଓ ବ୍ଲାଷ୍ଟର୍ ପାଇଁ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ୧୦ + ୨ ଆଧାରରେ ଦଶମ / ମାଟ୍ରିକ୍ ପାଶ୍ କରିଥିବେ
  • ଅନ୍ୟାନ୍ୟ ଟ୍ରେଡ୍ ପାଇଁ ଦଶମ ସହିତ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ପୃକ୍ତ ଟ୍ରେଡ୍‌ରେ ITI କରିଥିବା ଜରୁରୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୦୫ ଅଗଷ୍ଟ ୨୦୨୩ ଆଧାରରେ ହେବ
  • ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସରେ କୋହଳ କରାଯିବ

କିପରି କରିବେ ଆବେଦନ

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ apprenticeshipindia.gov.in କୁ ଯାଆନ୍ତୁ
  • ପଞ୍ଜିକରଣ କରନ୍ତୁ
  • 'Establishment Search’ ଉପରେ କ୍ଲିକ୍ କରନ୍ତୁ
  • ତାପରେ HCL ଚୟନ କରନ୍ତୁ
  • ଟ୍ରେଡ୍ ଆପ୍ରେଣ୍ଟିସ୍ ପ୍ରୋଗ୍ରାମ୍ ପାଇଁ ଆବେଦନ କରନ୍ତୁ ଏବଂ Submit କରନ୍ତୁ
  • ବର୍ତ୍ତମାନ ୱେବସାଇଟ୍ hindustancopper.com କୁ ଯାଆନ୍ତୁ
  • କ୍ୟାରିଅର୍ ପୃଷ୍ଠାକୁ ଯାଆନ୍ତୁ
  • ଫର୍ମ ପୂରଣ କରନ୍ତୁ
  • ସମ୍ପୃକ୍ତ ବକ୍ସରେ ୱେବସାଇଟ୍ apprenticeshipindia.gov.in ରେ ପଞ୍ଜୀକରଣ ନମ୍ବର ଦିଅନ୍ତୁ
  • ପୂରଣ କରିଥିବା ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ

ଅଧିକ ପଢ଼ନ୍ତୁ: ଦଶମ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରେଲୱେରେ ଖାଲିପଡ଼ିଛି ୧୧୦୪ ପଦବୀ