• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜିକା ମହରଗ ଯୁଗରେ ସ୍ୱାମୀଙ୍କ ସହ କାନ୍ଧ ମିଳାଇ ଘରର ବୋଝ ବୋହିବାରେ ଲାଗିଲେଣି ଅନେକ ମହିଳା । କିଏ ଚାକିରି କରୁଛି ତ ଆଉ କିଏ ବେପାର କରି ଦୁଇ ପଇସା ରୋଜଗାର କରୁଛି । ଆଉ ସେତିକି ଟଙ୍କାରେ ବେଶ୍‌ ଖୁସିରେ ଚଳୁଛନ୍ତି ସ୍ୱାମୀ-ସ୍ତ୍ରୀ । ହେଲେ ନିଜ ଟ୍ୱିଟର ଆକାଉଣ୍ଟରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଯେଉଁ ଭିଡିଓ ସେୟାର କରିଛନ୍ତି ତାହାକୁ ଦେଖିବା ପରେ ଆପଣ ବି କହିବେ ଦମ୍ପତି ହେବ ଠିକ୍‌ ଏମିତି ।

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖାଯାଉଛି କି ଦମ୍ପତି ରାତିରେ ସାଇକେଲ୍‌ ଧରି ଘରକୁ ଫେରୁଛନ୍ତି । ଆଉ ଏହି ସମୟରେ ସ୍ୱାମୀ ଜଣକ ଜୋମାଟୋ ଡ୍ରେସ୍‌ ପିନ୍ଧି ନିଜ ପିଲାକୁ କାନ୍ଧରେ ପକାଇ ଯାଉଥିବା ବେଳେ ସ୍ୱାମୀଙ୍କ ସାଇକେଲକୁ ଗଡେଇ ଗଡେଇ ସ୍ତ୍ରୀ ନେଇକି ଯାଉଛନ୍ତି । ଖାଲି ସାଇକେଲ୍‌ ନେଇକି ଯାଉଛନ୍ତି ତାହା ନୁହେଁ ବରଂ ତାଙ୍କ କାନ୍ଧରେ ବି ବ୍ୟାଗ୍‌ ଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି । ବାସ୍‌ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଆଖି ନିଶ୍ଚୟ ଛଳଛଳ ହୋଇଯିବ । ଆଉ ନିଶ୍ଚୟ ଆପଣ କହିବେ, ଏମିତି ଦମ୍ପତି ଆମେ ପୂର୍ବରୁ କେବେ ଦେଖିନଥିଲୁ ।

ମୋଟ୍‌ ଉପରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଏବେ ଲୋକଙ୍କ ମନ କିଣିଛି । ଏଥିରେ ଜଣେ ଜୋମାଟୋ ଡେଲିଭରି ବୟ କାମ ଶେଷ କରି ତାଙ୍କ ପତ୍ନୀ ଏବଂ ପିଲାଙ୍କ ସହ ଘରକୁ ଯାଉଥିବା କୁହାଯାଉଛି । ତେବେ ଏହି ଭିଡିଓଟି କେଉଁ ସ୍ଥାନର ଏବଂ ଦମ୍ପତି କିଏ, ସେ ବିଷୟରେ କୌଣସି ସୂଚନା ମିଳିନାହିଁ । କିନ୍ତୁ ଭିଡିଓକୁ ଯିଏ ଦେଖୁଛି ସିଏ ସେୟାର କରୁଛି ।