Advertisment

ପର ଘରେ ପୋଛା ମାରି ସ୍ୱାମୀଙ୍କୁ ଟ୍ୟାକ୍ସ ଅଫିସର୍‌ କରାଇଲେ, ତା’ପରେ...

କେତେବେଳେ ସ୍ୱାର୍ଥ ସରିଗଲେ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଦେଉଛି ତ କେତେବେଳେ ସ୍ୱାମୀ ସ୍ତ୍ରୀକୁ । ସ୍ୱାମୀକୁ ଚାକିରି କରାଇବା ଲାଗି ପର ଘରେ ପୋଛା ମାରିବା ପରେ ବି ସ୍ତ୍ରୀର ଭଲ ପାଇବାକୁ ବୁଝି ପାରିଲାନି ସ୍ୱାମୀ । ଶେଷରେ ସ୍ତ୍ରୀକୁ ପାଖରେ ରଖିବାକୁ ମନା କରିଦେଲା ସ୍ୱାମୀ ।

author-image
Manoranjan Behera
ଅଦ୍ୟତନ ହୋଇଛି
Husband Leaves Wife

Husband Leaves Wife

SDM ଜ୍ୟୋତି ମୌର୍ଯ୍ୟଙ୍କ ନାମ ଗତ କିଛି ଦିନ ହେବ ବେଶ୍‌ ଚର୍ଚ୍ଚାରେ ରହିଛି । ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ୱାମୀ ଆଲୋକ ମ‌ୌର୍ଯ୍ୟଙ୍କ କାହାଣୀକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗୋଟାଏ ପଟେ ସ୍ୱାମୀ ଆଲୋକ ନିଜ ପତ୍ନୀଙ୍କୁ ପାଠ ପଢ଼ାଇ SDM ଚାକିରି କରାଇବା ପରେ ସେ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଥିବା ବେଳେ ‌ସ୍ୱାମୀଙ୍କ ନାମରେ ପାଲଟା ଅଭିଯୋଗ ଆଣି ଛାଡ଼ପତ୍ର ଆବେଦନ କରିଛନ୍ତି SDM ଜ୍ୟୋତି ମୌର୍ଯ୍ୟ। ଠିକ୍‌ ସେହିପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ସ୍ୱାମୀକୁ ଉଚ୍ଚଶିକ୍ଷିତ କରିବା ଲାଗି ସତଚେଷ୍ଟା କରିଥିଲା ସ୍ତ୍ରୀ । ଶେଷରେ ସଫଳତା ପାଇବା ପରେ ନିଜ ସ୍ତ୍ରୀକୁ ଭୁଲି ଅନ୍ୟ ମହିଳା ସହ ପଳାଇଲା ସ୍ୱାମୀ ।

Advertisment

ସ୍ୱାର୍ଥ ପୂରଣ ହେବା ପରେ କିଏ ବା କାହାକୁ ପଚାରେ । କାମ ସରିଲେ ଯେ ଯାହା ବାଟରେ । ଏମିତି କିଛି ଘଟଣା ମଧ୍ୟପ୍ରଦେଶ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ମମତା ଓ କମ୍ରୁ ହଥିଲେ ନାମକ ଜଣେ ଦମ୍ପତି ୨୦୧୫ ରେ ପ୍ରେମ ବିବାହ କରିଥିଲେ । ସେତବେଳେ କମ୍ରୁ ଡିଗ୍ରୀ ହାସଲ କରିସାରିଥିଲେ, କିନ୍ତୁ କୌଣସି ଚାକିରି କରିନଥିଲେ । ମମତା ସବୁବେଳେ ତାଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବା ପାଇଁ ପ୍ରୋତ୍ସାହନ ଦେଉଥିଲେ । ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ସ୍ୱାମୀକୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ ମମତା ପର ଘରେ ପୋଛା ସାଙ୍ଗକୁ ବାସନ ମଧ୍ୟ ମାଜୁଥିଲେ । ଏମିତିକି ସ୍ୱାମୀର ବହିପତ୍ର କିଣିବା ପାଇଁ ସେ ଭିନ୍ନ ଭିନ୍ନ ଦୋକାନରେ କାମ ମଧ୍ୟ କରୁଥିଲେ । ସ୍ତ୍ରୀର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ କମ୍ରୁ ବାଣିଜ୍ୟକର ଭବନରେ ଟ୍ୟାକ୍ସ ଅଫିସର୍‌ ଭାବେ ଚାକିରି ପାଇଲେ । ତାଙ୍କର ଏହି ସଫଳତା ପଛରେ ଥିବା ସ୍ତ୍ରୀର ପରିଶ୍ରମକୁ ଭୁଲି ସେ ଅନ୍ୟ ମହିଳା ସହ ସମ୍ପର୍କ ରଖି ତାଙ୍କୁ ବିବାହ କରିଥିଲେ । ଏହା ଜାଣିବା ପରେ ମମତା ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ ।

Advertisment

ବର୍ତ୍ତମାନ କମ୍ରୁ ମମତାଙ୍କ ସହ ରହିବା ପାଇଁ ସଫା ସଫା ମନା କରିଦେଇଛନ୍ତି । ସେ ମମତାଙ୍କୁ ମାସିକ ୧୨ ହଜାର ଟଙ୍କା ଭରଣପୋଷଣ ଦେବା ପାଇଁ ରାଜି ବି ହୋଇଛନ୍ତି, କିନ୍ତୁ ତାଙ୍କୁ ପାଖରେ ରଖିବା ପାଇଁ ମନା କରିଦେଇଛନ୍ତି । ମମତା କମ୍ରୁଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ପ୍ରଥମ ସ୍ୱାମୀ ବାହାଘରର ଅଢ଼େଇ ବର୍ଷ ପରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି । ଯିଏକି ମାତ୍ର ୧୫ ବର୍ଷ ବୟସରେ ପ୍ରାଣ ହରାଇଥିଲା । ବର୍ତ୍ତମାନ ମମତା ଓ କମ୍ରୁଙ୍କ ମାମଲା କୋର୍ଟ ଅଧିନରେ ରହିଛି । ଦୁହିଁଙ୍କର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ ତାରିଖରେ ରହିଛି ।

Tax Officers Madhya Pradesh
Advertisment
Advertisment