Advertisment

ମୁଁ ଯେବେ ଭିଲେନ୍ ହେଇକି ଆସେ, ହିରୋ ମୋ ସାମ୍ନାରେ ଠିଆ ହୋଇ ପାରନ୍ତି ନାହିଁ: ଶାହରୁଖ

'ଜୱାନ୍'ର ଟ୍ରେଲର ରିଲିଜ୍‌ ହେବା ପୂର୍ବରୁ ଏହାର ପ୍ରିଭ୍ୟୁ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶାହରୁଖ ଖାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଭିଡିଓରେ ଶାହରୁଖ ଖାନଙ୍କ ଦମଦାର୍ ଡାଏଲଗ୍ ସମସ୍ତଙ୍କୁ ରୋମାଞ୍ଚିତ କରିବା ଭଳି।

author-image
Pramod Behera
ଅଦ୍ୟତନ ହୋଇଛି
Jawan prevue out shah rukh khan action and look make you shocked

Jawan prevue out shah rukh khan action and look make you shocked

ଶେଷରେ ଅପେକ୍ଷାର ଅନ୍ତ ହେଇଛି! ଶାହରୁଖ ଖାନଙ୍କ ବହୁ ଅପଡେଟ୍ ଫିଲ୍ମ 'ଜୱାନ୍'ର ଟ୍ରେଲର ରିଲିଜ୍ ପୂର୍ବରୁ ଏକ ଭିଡିଓ ରିଲିଜ୍ ହୋଇଛି। ଏହାକୁ ''ଜୱାନ୍'ର ପ୍ରିଭ୍ୟୁ କୁହାଯାଉଛି। ଏଥିରେ ଶାହାରୁଖ ଖାନ ମୁଖ୍ୟ ଭୂମିକାରେ ଥିବା ବେଳେ ତାମିଲ ନିର୍ଦ୍ଦେଶକ ଏଟ୍‌ଲୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Advertisment

ଶାହରୁଖଙ୍କ ବ୍ୟତୀତ 'ଜୱାନ'ରେ ନୟନନ୍ତରା, ବିଜୟ ସେତୁପତି ଏବଂ ସାନ୍ନ୍ୟା ମଲହୋତ୍ରା ମଧ୍ୟ ଅଭିନୟ କରିଛନ୍ତି। ୨ ମିନିଟ୍ ୧୨ ସେକେଣ୍ଡର ଏହି ଭିଡିଓରେ ଶାହାରୁଖଙ୍କୁ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ଏଥି ସହିତ ଭିଡିଓରେ ଥିବା ଦୀପିକା ପାଦୁକୋନଙ୍କ ଝଲକ ମଧ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି।

'ଜୱାନ୍'ର ଟ୍ରେଲର ରିଲିଜ୍‌ ହେବା ପୂର୍ବରୁ ଏହି ଭିଡିଓରେ ଶାହରୁଖ ଖାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଏହା ସହିତ ନୟନତାରାଙ୍କ ଷ୍ଟାଇଲ୍ ଏବଂ ଲୁକ୍ ମଧ୍ୟ ଖୁବ ଚମତ୍କାର ହୋଇଛି। ବିଜୟ ସେତୁପତିଙ୍କ କେବଳ ହାଲ୍‌କା ଝଲକ ଦେଖିବାକୁ ମିଳିଛି। ଏଥି ସହିତ ଦୀପିକା ପାଦୁକୋନଙ୍କୁ ଏକ ବିଶେଷ ଲୁକ୍‌ରେ ଉପସ୍ଥାପନା କରାଯାଇଛି। ସେ ଦକ୍ଷିଣ ଭାରତୀୟ ଲୁକ୍‌ରେ ନଜର ଆସିଛନ୍ତି ଏବଂ ବର୍ଷାରେ ଭିଜୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଟେକି କଚିଦେବାର ଦେଖିବାକୁ ମିଳୁଛି।

Advertisment

ଭିଡିଓରେ ଶାହରୁଖ ଖାନଙ୍କ ଜବରଦସ୍ତ ଡାଏଲଗ୍ ସମସ୍ତଙ୍କୁ ରୋମାଞ୍ଚିତ କରିବା ଭଳି। ସେ ଏକ ଡାଏଲଗ୍‌ରେ କହୁଛନ୍ତି, “ଜବ ମେ ଭିଲେନ୍ ବନତା ହୁଁ ତୋ ମେରେ ସାମ୍ନେ କୋଇ ହିରୋ ଟିକ୍ ନେହି ସକ୍‌ତା”। ଏହା ସୂଚିତ କରେ ଯେ ଯେତେବେଳେ ବି ସେ ଭିଲେନ୍ ହୋଇ ଫିଲ୍ମରେ ଆସନ୍ତି, ସେତେବେଳେ ସେ ହିଁ ପ୍ରାଧାନ୍ୟ ବିସ୍ତାର କରନ୍ତି। ତାଙ୍କ ଅଭିନୀତ ‘ବାଜିଗର୍’ ଆଉ ‘ଡର୍’ ଏହାର ପ୍ରମାଣ ମଧ୍ୟ। ସେ ସବୁବେଳେ ତାଙ୍କ ଚରିତ୍ର ମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ହଙ୍ଗାମା ସୃଷ୍ଟି କରିବାରେ ମାହିର।

ଭିଡିଓ ଦେଖି ଲାଗୁଛି ଯେ ଶାହରୁଖ ଖାନଙ୍କ ଟିମ୍‌ରେ ଅନେକ ଝିଅ କାମ କରୁଛନ୍ତି। ଏହି ଝିଅମାନେ ମଧ୍ୟ ପାୱାରପ୍ୟାକ୍ ଆକ୍ସନ୍ କରୁଥିବା ଦେଖିବାକୁ ମିଳନ୍ତି। ଭିଡିଓର ଶେଷରେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଯେ ଶାହରୁଖ ଜଣେ ଭିଲେନ ନା ହିରୋ। ସେ ଏନଏସଜି କମାଣ୍ଡୋଙ୍କ ସହ ଲଢୁଥିବା ନଜର ଆସନ୍ତି। ଏହି ସମୟରେ ତାଙ୍କୁ ଲଣ୍ଡିତ ମସ୍ତକରେ ଦେଖିବାକୁ ମିଳେ। ଏହି ଦୃଶ୍ୟ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଅଟେ।

'ଜୱାନ'ର ଏହି ପ୍ରିଭ୍ୟୁ ଶାହରୁଖ ଖାନଙ୍କ ସ୍ୱରରୁ ଆରମ୍ଭ ହୋଇଛି। ଏଥିରେ ଶାହରୁଖଙ୍କ ନୂଆ ନୂଆ ଲୁକ୍ ପ୍ରଶଂସକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଆଣିବାକୁ ଯାଉଛି। ଭିଡିଓରେ ଦମଦାର ଆକ୍ସନ୍ ସିନ୍‌ର ଝଲକ, ଜବରଦସ୍ତ ଗୀତ ଏବଂ ମ୍ୟୁଜିକ୍ ସମ୍ପୂର୍ଣ୍ଣ ଭିନ୍ନ।

'ଜୱାନ୍' ରେଡ୍ ଚିଲିସ୍ ଏଣ୍ଟରଟେନ୍‌ମେଣ୍ଟ ଦ୍ୱାରା ନିର୍ମିତ, ଯାହା ଶାହରୁଖଙ୍କ ପତ୍ନୀ ଗୌରୀ ଖାନଙ୍କର। ଗୌରବ ବର୍ମା ଏହାର କୋ-ପ୍ରଡ୍ୟୁସର୍। ଏହି ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସବୁ ସିନେମା ହଲ୍‌ରେ ୭ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Bollywood Shahrukh Khan
Advertisment
Advertisment