/odishatv-khabar/media/post_attachments/uploadimage/library/16_9/16_9_0/s_1688980225.jpg)
OTP Sharing Case
ପାକ୍ ଆତଙ୍କୀ ଲିଙ୍କ୍ ମାମଲାରେ ଅଭିଜିତ ଜମ୍ବୁରେକୁ NIA ଜେରା କରିଛି। ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଏସଟିଏଫ୍ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି। OTP ଶେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେକୁ ଏନ୍ଆଇଏ ଜେରା କରିଛି। ଭୁବନେଶ୍ୱର ସ୍ଥିତ ଏସ୍ଟିଏଫ୍ ଅଫିସରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେକୁ ଜେରା ହୋଇଛି।
ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗ ଓ ଆର୍ଥିକ କାରବାର ଲିଙ୍କ୍ ନେଇ ଏନ୍ଆଇଏ ଜେରା କରିଛି। ଆଜି ଅଭିଯୁକ୍ତକୁ ମେଡିକାଲ ଯାଞ୍ଚ ପାଇଁ ନେବାବେଳେ ସେ ପ୍ରତିକ୍ରିୟା ରଖିଥିଲା। ଓଡ଼ିଶାର ପଠାଣି ଲେଙ୍କାକୁ ଟଙ୍କା ପଠାଇଥିବା ଅଭିଜିତ କହିଥିଲା। ଥରେ ନୁହେଁ, ଅନେକ ଥର ଟଙ୍କା ପଠାଇଥିବା ସେ କହିଥିଲା। ତେବେ ISI ଏଜେଣ୍ଟଙ୍କ ସହ ଲିଙ୍କ୍ ନେଇ ପ୍ରଶ୍ନରେ ପ୍ରତିକ୍ରିୟା ଅଭିଜିତ ଦେଇନଥିଲା।
OTP ସେୟାରିଂ ମାମଲାରେ ଅଭିଜିତ ଜମ୍ବୁରେର ପ୍ରତିକ୍ରିୟା..ଓଡ଼ିଶାର ପଠାଣି ଲେଙ୍କାକୁ ଟଙ୍କା ପଠାଇଥିବା କହିଲା ଅଭିଜିତ#Odisha#OTVpic.twitter.com/97u3uCwSBI
— ଓଟିଭି (@otvkhabar) July 10, 2023
ସୂଚନାଥାଉ କି, ମେ’ ୧୪ରେ ଗିରଫ ହୋଇ ପଠାଣି ସାମନ୍ତ ଲେଙ୍କା ଜେଲ୍ରେ ଅଛି। ଅଭିଜିତ ହେଉଛି ପୁଣେ ନିବାସୀ। ସେ ଏକ ସଫ୍ଟୱେୟାର କମ୍ପାନୀରେ କାମ କରୁଥିଲା। କିନ୍ତୁ ଆମେରିକାର ଏକ ନିର୍ଦ୍ଦିଷ୍ଟ ୱେବ୍ସାଇଟ୍ ଜରିଆରେ ଟଙ୍କା ରୋଜଗାର କରି ISI ଏଜେଣ୍ଟଙ୍କୁ ୨୦୧୮ରୁ ଫଣ୍ଡିଂ କରୁଥିଲା। ଓଟିପି ଶେୟାରିଂ ମାମଲାରେ ଗିରଫ ୫ ଓଡ଼ିଆ ଅଭିଯୁକ୍ତ ସହ ଲିଙ୍କ୍ ଥିବାରୁ କ୍ରାଇମବ୍ରାଞ୍ଚ STFର ଗିରଫଦାରୀ ପରେ ATS, IB ପରେ NIA ଜେରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)