Advertisment

ଥମୁନି ପ୍ରକୃତିର ତାଣ୍ଡବ: ପାଣିରେ ଉବୁଟୁବୁ ଉତ୍ତର ଭାରତ, ସାମ୍ନାକୁ ଆସୁଛି ଛାତି ଥରାଇଲା ଭଳି ଦୃଶ୍ୟ...

ପ୍ରତିଦିନ ଉତ୍ତର ଭାରତରୁ ଆସୁଛି ଛାତି ଥରାଇଲା ଭଳି ଦୃଶ୍ୟ। ବର୍ଷା ସମ୍ଭାବନା ନେଇ ଆସନ୍ତା ଦୁଇ ଦିନ ଯାଏ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India Flood News

North India grapples with flood

ପାଣିରେ ଉବୁଟୁବୁ ଉତ୍ତର ଭାରତ। ପ୍ରକୃତିର ତାଣ୍ଡବ ଥମିବାର ନାଁ ନେଉନି। ପ୍ରତିଦିନ ଉତ୍ତର ଭାରତରୁ ଆସୁଛି ଛାତି ଥରାଇଲା ଭଳି ଦୃଶ୍ୟ। ବର୍ଷା ସମ୍ଭାବନା ନେଇ ଆସନ୍ତା ଦୁଇ ଦିନ ଯାଏ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି। ଜାମ୍ମୁ-କାଶ୍ମୀରଠୁ ଆରମ୍ଭ କରି ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ସବୁଠି ଅବିଶ୍ରାନ୍ତ ବର୍ଷା।ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଓ ବନ୍ୟାରେ ଘର ଭୁଶୁଡ଼ିବା ସହିତ ୩୫ରୁ ଅଧିକ ଜୀବନ ଗଲାଣି।

Advertisment

ହିମାଚଳ ପ୍ରଦେଶରେ ସ୍ଥିତି ସଙ୍ଗୀନ ରହିଛି। ଭୂସ୍ଖଳନ ଯୋଗୁ ଯାତାୟାତ ଠପ୍‌ ହୋଇଯାଇଛି। ହିମାଚଳ ପ୍ରଦେଶର ମଣ୍ଡିରେ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି କୁଲ୍ଲୁ, ମନାଲି, ମଣ୍ଡି ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପାଣି ମାଡ଼ି ଆସିବାରୁ ଘରଦ୍ୱାର ସବୁ ଭସାଇ ନେଇଛି। ପ୍ରତି ଘଣ୍ଟାରେ ଭୟାନକ ଚିତ୍ର ସାମ୍ନାକୁ ଆସୁଛି। କାର୍‌, ଟ୍ରକ୍‌, ଘର ସବୁ କାଗଜ ଭଳି ଭାସି ହୋଇ ନଦୀ ଗର୍ଭରେ ଲୀନ ହୋଇ ଯାଉଛି।

ଉତ୍ତରପ୍ରଦେଶ ସାହାରନପୁରରେ ଲୋକଙ୍କ ଘରେ ପାଣି ପଶିବା ଯୋଗୁ ବାହ୍ୟଜଗତରୁ ଅନେକ ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ବୟସ୍କ, ଛୋଟ ପିଲାଙ୍କୁ ରେସ୍କ୍ୟୁ ଟିମ୍ କାନ୍ଧରେ ବୋହି ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ସେପଟେ ପଞ୍ଜାବ ଓ ଉତ୍ତରପ୍ରଦେଶରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ପଞ୍ଜାବର ଅମ୍ବାଲାରେ  ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଛି। ଅମ୍ବାଲା-ଦିଲ୍ଲୀ ଜାତୀୟ ରାଜପଥରେ ଏତେ ପାଣି ଯେ ଗାଡ଼ି ଚଳାଚଳ କରିବା ମୁସ୍କିଲ୍‌ ହୋଇପଡ଼ିଛି। 

Advertisment

ପଞ୍ଜାବ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତର ପ୍ରଦେଶରେ ବି ଜଳପ୍ରଳୟ ଦେଖିବାକୁ ମିଳିଛି। ରାଜସ୍ଥାନ ଜୟପୁରରେ ନାଳରେ ୮ ବର୍ଷର ବାଳକ ଭାସି ଯାଇଥିବା ସୂଚନା ମିଳିଛି।

Heavy Rainfall
Advertisment
Advertisment