• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଷାଢ ଯାଇ ଶ୍ରାବଣ ଛୁଇଁଲାଣି...ଏ ସମୟରେ ଦିନରାତି ଏକ କରି ହିଡ ମୁଣ୍ଡରେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ତଳା ରୁଆପୋତା କରେ ଚାଷୀ ଭାଇ । ହେଲେ ଏଥର ସ୍ଥିତି ପୂରା ଗୋଳମାଳିଆ । ଶ୍ରାବଣ ମାସରେ ବି ଟାଙ୍ଗରା ପଡିଛି ବିଲ । ଗୋରୁ ଚରୁଛନ୍ତି, ବିଲକୁ ଆସିନି ଚଷା ପୁଅ । କେମିତି ଚାଷ ହେବ ସେଇ ଚିନ୍ତାରେ କଟୁଛି ଦିନ ।

ଟିଟିଲାଗଡ ଉପଖଣ୍ଡରୁ ଯେଉଁ ଦୃଶ୍ୟ ଆସିଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବର୍ଷା ନହେଉନଥିବା କାରଣରୁ ସ୍ଥିତି ପୂରା ସଙ୍ଗୀନ ହେଲାଣି । ବିଲରେ ଏଯାଏଁ ହଳବେଉସା ବି ହୋଇନି । ଯଦି ଏମିତି ସ୍ଥିତି ଲାଗି ରହିବ ମରୁଡି ନିଶ୍ଚୟ ହେବ ବୋଲି କହିଲେଣି ଚାଷୀ ଭାଇ ।

ଚଳିତବର୍ଷ ପାଣିପାଗ ବିଭାଗର ପୂର୍ବାନୁମାନ ଥିଲା ମୌସୁମୀ ଠିକ୍‌ ସମୟରେ ଆସିବ ଓ ଭଲ ବର୍ଷା ହେବ । ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ଶୁଣି ଚାଷୀମାନେ ବେଶ୍‍ ଖୁସି ଥିଲେ । ହେଲେ ବର୍ତ୍ତମାନ ବର୍ଷାର ଲୁଚକାଳି ଖେଳ ଚାଷୀ ମାନଙ୍କୁ ହତାଶ କରିଛି । ପ୍ରାକ୍‍ ମୌସୁମୀ ବର୍ଷା ହେବା ପରେ ଚାଷୀ ମାନେ ଧାନ ବୁଣାବୁଣି କରିଥିଲେ । ହେଲେ ପ୍ରଥମ ବର୍ଷା ପରେ ଆଉ ବର୍ଷା ନହେବାରୁ ବର୍ତ୍ତମାନ ଧାନ ତଳି ଜଳିବାରେ ଲାଗିଲାଣି , ବିଲର ମାଟି ଫାଟି ଆଁ କଲାଣି । ଯାହାକୁ ଦେଖି ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ ।

ସାଧାରଣତଃ ଜୁନ୍‌ମାସରୁ ବର୍ଷା ଆରମ୍ଭ ହେଉଥିଲେ ମଧ୍ୟ ଚଳିତ ବର୍ଷ ଜୁଲାଇ ମାସର ଅଧା ହେଲାଣି କିନ୍ତୁ ବର୍ଷାର ଦେଖାଦର୍ଶନ ନାହିଁ । ତେଣୁ ନଈନାଳ ସବୁ ଶୁଖିଗଲାଣି । ଏମିତି ପରିସ୍ଥିତିରେ ଚାଷ କେମିତି ହେବ ତାକୁ ନେଇ ସମସ୍ତେ ଚିନ୍ତାରେ । ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ଅଭିଯୋଗ ପରେ ବି ସରକାରଙ୍କ ପକ୍ଷରୁ କୌଣସି ମେଗାଜଳ ସେଚନ ପ୍ରକଳ୍ପ କରାଯାଉନି ତେଣୁ ଚାଷକାମରେ ଅନେକ ପ୍ରକାର ସମସ୍ୟା ଦେଖାଯାଉଥିବା କୁହାଯାଉଛି । ସେପଟେ ଏ ସମ୍ପର୍କରେ କୃଷି ଅଧିକାରୀ କହିଛନ୍ତି, ଚଳିତ ବର୍ଷ ଖୁବ କମ ବର୍ଷା ହୋଇଛି ଓ ଏହା ଦ୍ୱାରା ଚାଷ କାମରେ ପ୍ରଭାବ ପଡିଛି । ତେବେ ଆଗାମୀ ୫/୭ ଦିନ ମଧ୍ୟରେ ବର୍ଷା ନହେଲେ ଅବସ୍ଥା ଗୁରୁତର ହୋଇପାରେ। ଏଭଳି ସ୍ଥିତିରେ ଚାଷୀଙ୍କୁ ଅଣ ଧାନ ଚାଷ କରିବାକୁ ପରାମର୍ଶ ଦିଆଯାଇଛି ।

 

  • Reported by:
  • Manas Ranjan Mohanty