/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735993827.jpg)
Manoj Sahoo
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତି ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଥିବା ମନୋଜ ସାହୁଙ୍କୁ ନିଯୁକ୍ତି ମିଳିଛି। ମନୋଜ ୨୦୦୬ ବ୍ୟାଚର ଆଇଏଏସ ଅଧିକାରୀ। ଓଡ଼ିଶାକୁ ବଦଳି ହୋଇ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦକୁ ସ୍ୱତନ୍ତ୍ର ସଚିବ ପାହ୍ୟା ସହ ସମାନ କରାଯାଇଛି । ଏ ସଂପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମନୋଜଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସିଂହାରପୁର ଗ୍ରାମରେ ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରେ କଟକ ଜିଲ୍ଲାପାଳ ଥିବା ଅରିନ୍ଦମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ଅରିନ୍ଦମଙ୍କୁ ନଗର ପାଳିକା ପ୍ରଶାସନ ଓ ଏକ୍ସଅଫିସିଓ ଆଡିସିନାଲ ସେକ୍ରେଟାରୀ, ହାଉସିଂ ଓ ଅର୍ବାନ ଡେଭେଲପମେଣ୍ଟ ବିଭାଗ ପ୍ରଦାନ କରାଯାଇଛି । ୫ ମାସ ଧରି ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଦାୟିତ୍ବରେ ରହିବା ପରେ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସହ ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଥିଲା । ପ୍ରେମଚନ୍ଦ୍ର ଚୌଧୁରୀ (୨୦୧୦), କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦ୍ଦେଶକ ରହିଥିବା ବେଳେ ତାଙ୍କୁ ଅତିରିକ୍ତ ଭାବେ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ କରପୋରେସନ ଲିମିଟେଡ ଓ ଟେକ୍ସଟାଇଲ ଆଣ୍ଡ ହ୍ୟାଣ୍ଡଲୁମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁରଙ୍କୁ ଅତିରିକ୍ତ ଭାବେ ଗଭର୍ଣ୍ଣମେଣ୍ଟ ପବ୍ଲିକ ଏଣ୍ଟିପ୍ରାଇଜେସର ପ୍ରମୁଖ ସଚିବ ଦାୟିତ୍ବ ଦିଆଯାଇଛି ।
ତେମଞ୍ଜୱା ପଙ୍ଗଙ୍କୁ ଯୋଜନା ଓ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ନିଯୁକ୍ତ କରାଯାଇଛି । ୨୦୦୮ ବ୍ୟାଚର ଆଇଏଏସ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ତାଙ୍କ ଆଇସିଓଏଲର ପରିଚାଳନା ନିର୍ଦ୍ଦେଶକ ପଦ ସହ ଅତିରିକ୍ତଭାବେ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଭାବେର ନିଯୁକ୍ତି ମିଳିଛି। କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)