Advertisment

Beer Price Hiked: ମଦ ହେଲା ମହଙ୍ଗା, ବୋତଲ ପିଛା ବଢିଲା ଏତିକି ଟଙ୍କା

ରାଜ୍ୟରେ ମଦ ଦର ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିୟର ବୋତଲ ପିଛା ୧୦ ଟଙ୍କା ବଢା ଯାଇଥିବା ବେଳେ ସମାନ ଭାବେ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଉପରେ ୧୦ ଟଙ୍କା ଲେଖାଏ ମୂଲ୍ୟବୃଦ୍ଧି ଘୋଷଣା କରାଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଅବକାରୀ ରାଜସ୍ବରେ କ୍ଷତି ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାଇସ ଫିକ୍ସେସନ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
liquor

liquor

ରାଜ୍ୟରେ ମଦ ଦର ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଅନେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ଦର ବୃଦ୍ଧି ହୋଇଥିବା ବେଳେ ବର୍ତ୍ତମାନ ମଦ ଦର ବଢିଛି । ବିୟର ବୋତଲ ପିଛା ୧୦ ଟଙ୍କା ବଢା ଯାଇଥିବା ବେଳେ ସମାନ ଭାବେ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଉପରେ ୧୦ ଟଙ୍କା ଲେଖାଏଁ ମୂଲ୍ୟବୃଦ୍ଧି ଘୋଷଣା କରାଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଅବକାରୀ ରାଜସ୍ବରେ କ୍ଷତି ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାଇସ ଫିକ୍ସେସନ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାଣିକୋଇଲିରେ ଲୁଟ୍ ପାଇଁ ଫାୟାରିଂ; ଜଣେ ମୃତ, ଆଉ ଜଣେ ଗୁରୁତର

ଶେଷ ଥର ପାଇଁ ୨୦୨୩/୨୪ ବର୍ଷରେ ଏପ୍ରିଲ ୧ ତାରିଖରେ ମଦ ଦର ୫-୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା। ସେହିପରି ଚଳିତ ବିଧାନସଭା ଅଧିବେଶନ ସମୟରେ ‘Aska-40’ର ମୂଲ୍ୟ ବୃଦ୍ଧି ପାଇଁ ଦାବି କରିଥିଲେ ବିଧାୟକ ସରୋଜ କୁମାର ପାଢୀ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଗୃହରେ ବିଧାୟକ ସରୋଜ ପାଢ଼ୀ କହିଥିଲେ, ଆସିକା ସମବାୟ ଚିନି ଶିଳ୍ପରେ ଥିବା ସୁରା ଶିଳ୍ପ ତଥା ବଟଲ୍ଂ ପ୍ଲାଣ୍ଟରେ ପ୍ରସ୍ତୁତ ଦେଶୀ ସୁରା ‘Aska-40’କୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିଃକୁ ପ୍ରେରଣ କରାଯାଉଛି। ତେବେ ଏହି ଦେଶୀ ସୁରା ‘Aska-40’ର ମୂଲ୍ୟ ବୃଦ୍ଧି ଶେଷ ଥର ପାଇଁ ୨୦୧୯ ମସିହାରେ ହୋଇଥିଲା। ବର୍ତ୍ତମାନ ପ୍ରତ୍ୟେକ ଜିନିଷର ବଜାର ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲେ ସୁଦ୍ଧା ୫ ବର୍ଷ ମଧ୍ୟରେ ଏହାର ମୂଲ୍ୟ ବୃଦ୍ଧି ହୋଇନାହିଁ। ଯଦ୍ୱାରା କି ଚିନି ଶିଳ୍ପକୁ ଏହାର ପରିଚାଳନାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଉଚିତ।

ଅଧିକ ପଢ଼ନ୍ତୁ: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର

Advertisment
Liquor
Advertisment
Advertisment