Advertisment

Police Raid Spa Centres: ସ୍ପା ସେଣ୍ଟରରେ ଅଚାନକ ଚଢାଉ, ଅସଞ୍ଜତ ଅବସ୍ଥାରେ ଧରାହେଲେ ଯୁବକ ଯୁବତୀ

ସ୍ପା ସେଣ୍ଟର ଆଢୁଆଳରେ ଚାଲିଥିବା ଦେହବେପାର ରାକେଟର ପର୍ଦାଫାସ ହୋଇଛି। ୧୮ଟି ସ୍ପା ସେଣ୍ଟର ଉପରେ ପୋଲିସ ଚଢାଉ କରିଥିବା ବେଳେ ୬୮ ଜଣଙ୍କୁ ଅଟକ ରଖାଯାଇଛି। ରେଡ ସମୟରେ ଏକାଧିକ ପୁରୁଷ ଓ ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Cops Raid Spa Centre

ସ୍ପା ସେଣ୍ଟରରେ ରେଡ୍

ଭୋପାଳରେ ସ୍ପା ସେଣ୍ଟର ଆଢୁଆଳରେ ଚାଲିଥିଲା ଦେହବେପାର । ଏହି ରାକେଟର ପର୍ଦାଫାସ ହୋଇଛି । ୧୮ଟି ସ୍ପା ସେଣ୍ଟର ଉପରେ ପୋଲିସ ଅଚାନକ ଚଢାଉ କରି  ୬୮ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି। ରେଡ ସମୟରେ ଏକାଧିକ ପୁରୁଷ ଓ ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରାଯିବା ସହ ସମସ୍ତଙ୍କୁ ଅଟକ ରଖା ଯାଇଥିଲା।

Advertisment

ପୋଲିସ କର୍ମଚାରୀଙ୍କୁ ନେଇ ଗଠିତ ଟିମ ସହରର ବିଭିନ୍ନ ସ୍ଥାନରେ  ଥିବା ୧୮ଟି ସ୍ପା ସେଣ୍ଟରରେ ଚଢାଉ କରିଥିଲେ।  ଏହି ଚଢାଉରେ ୨୫୦ ଜଣ ପୋଲିସ କର୍ମଚାରୀ ସାମିଲ ଥିଲେ ।  ୩୩ ଜଣ ପୁରୁଷ ଓ ୩୫ ଜଣ ମହିଳାଙ୍କୁ ଏହି ଘଟଣାରେ ଅଟକ ରଖାଯାଇଛି। ଏକାଧିକ ସ୍ପା ସେଣ୍ଟରରେ ଦେହ ବେପାର ଚାଲୁଥିବା ନେଇ ଆଗରୁ  ଅଭିଯୋଗ ହୋଇଆସୁଥିଲା । ତେଣୁ ପୋଲିସ ପକ୍ଷରୁ ଯୋଜନାବଦ୍ଧ ଭାବେ ଅଚାନକ ଚଢାଉ କରାଯାଇଥିଲା।

କମଳାନଗର, ଏମପି ନଗର, ହବିବଗଞ୍ଜ ଓ ବାଗ ସେୱନିଆରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। କ୍ରାଇମ ବ୍ରାଞ୍ଚ, ମହିଳା ଥାନା ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବରେ ଏହି ଅପରେସନ ଲଞ୍ଚ କରାଯାଇଥିଲା। ରେଡ୍‌ ସମୟରେ ପୋଲିସ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି । ଅଟକ ଥିବା ପୁରୁଷ ଓ ମହିଳାଙ୍କୁ ପୋଲିସ୍ ପଚରାଉଚରା କରୁଛି । 

Advertisment

ଅଧିକ ପଢ଼ନ୍ତୁ: ପାଣିକୋଇଲିରେ ଲୁଟ୍ ପାଇଁ ଫାୟାରିଂ; ଜଣେ ମୃତ, ଆଉ ଜଣେ ଗୁରୁତର

Sex Racket Prostitution
Advertisment
Advertisment