Advertisment

Border Gavaskar trophy :୧୦ ବର୍ଷ ପରେ ଅଷ୍ଟ୍ରେଲିଆ ଜିତିଲା ବର୍ଡର-ଗାଭାସ୍କର ଟ୍ରଫି

ସିଡନୀରେ ଅନୁଷ୍ଠିତ ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି ଅଷ୍ଟ୍ରେଲିଆ। ତୃତୀୟ ଦିନରେ ବିଜୟ ପାଇଁ ୧୬୨ ରନ ଆବଶ୍ୟକ ଥିବା ବେଳେ ଘରୋଇ ଦଳ ୪ ୱିକେଟ ହରାଇ ହାସଲ କରି ନେଇଥିଲା। ଏହା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କରିଛି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ ହୋଇଥିଲା। ଦ୍ବିତୀୟ ଇନିଂସରେ ଭାରତ ଆଉଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୭ ରନରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୭ ଓଭରରେ ୪ ୱିକେଟ ହରାଇ ୧୬୨ ରନ ସ୍କୋର କରିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
border gavaskar trophy

ରୋହିତ ଶର୍ମାଙ୍କ ବିନା ଓହ୍ଲାଇଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ୧୮୫ ରନରେ ଅଲଆଉଟ ହୋଇଥିଲା। ଜଣେ ବି ବ୍ୟାଟର ଅର୍ଦ୍ଧଶତକ ହାସଲ କରିବାରେ ସମର୍ଥ ହୋଇ ନଥିବା ବେଳେ ରିଷଭ ପନ୍ତ ସର୍ବାଧିକ ୪୦ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ୨୬ ଓ ଯଶପ୍ରୀତ ବୁମରା ୨୨ ରନ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ୪, ମିଚେଲ ଷ୍ଟାର୍କ ୩ ଓ ପ୍ୟାଟ କମିନ୍ସ ୨ ୱିକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନରେ ଅଲଆଉଟ ହୋଇଥିଲା। ଅଲରାଉଣ୍ଡର ବ୍ୟୁ ୱେବଷ୍ଟର ସର୍ବାଧିକ ୫୭ ରନ କରିଥିଲେ। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରଜ ୩ଟି ଲେଖାଏ, ଯଶପ୍ରୀତ ବୁମରା ଓ ନୀତିଶ କୁମାର ରେଡ୍ଡୀ ୨ଟି ଲେଖାଏ ଉଇକେଟ ନେଇଥିଲେ। ବୋଲିଂ ସମୟରେ ଯଶପ୍ରୀତ ବୁମରା ଆହତ ହେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ପ୍ରଥମ ଇନିଂସରେ ୪ ରନର ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଭାରତ ଏହାର ଫାଇଦା ଉଠାଇ ପାରି ନଥିଲା। ରିଷଭ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରି ୩୩ ବଲରୁ ୬୧ ରନ କରିଥିବା ବେଳେ ଦଳ ୧୫୭ ରନ କରିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ ୨୨ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ୬ ଉଇକେଟ ନେଇଥିଲେ। ଏହା ସହିତ ଉଭୟ ଇନିଂସରେ ୧୦ ଉଇକେଟ ସଫଳତା ଅର୍ଜନ କରିଥିଲେ ବୋଲାଣ୍ଡ।

Advertisment

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇବ କି କ୍ରିକେଟର କଳା ଇତିହାସ ? ସେବେ ଗାଙ୍ଗୁଲି-ଏବେ ରୋହିତ !

୧୬୨ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ବାଜା ସର୍ବାଧିକ ୪୧ ରନ କରିଥିଲେ। ୪୫ ବଲ ଖେଳି ସେ ୪ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରାଭିସ ହେଡ ୩୪ ଓ ବ୍ୟୁ ୱେବଷ୍ଟର ୩୯ ରନରେ ଅପରାଜିତ ରହି ଘରୋଇ ଦଳକୁ ଫିନିଶ ଲାଇନ ପାର କରାଇଥିଲେ। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ। ସ୍କଟ ବୋଲାଣ୍ଡଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା। ସେହିପରି ସିରିଜରେ ସର୍ବାଧିକ ୩୨ ୱିକେଟ ନେଇଥିବା ଯଶପ୍ରୀତ ବୁମରାଙ୍କୁ ପ୍ଲେୟର ଅଫ ଦ ସିରିଜ ଘୋଷଣା କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

India Australia India Vs Australia Border-Gavaskar Trophy Cricket
Advertisment
Advertisment