Advertisment

Firing Incident: ଫାୟାରିଂ କରି ଲୁଟ୍ ଉଦ୍ୟମ ଘଟଣା: ଲୁଟେରା ଅଣ୍ଟାରୁ ମିଳିଲା ପୁଳା ପୁଳା ସୁନା...

ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର। ଲୁଟେରା ଅଣ୍ଟାରୁ ମିଳିଲା ପୁଳା ପୁଳା ସୁନା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Robbers in Jajpur

Robbers in Jajpur

ଯାଜପୁର ପାଣିକୋଇଲିରେ ଫାୟାରିଂ କରି ଲୁଟ୍ ଉଦ୍ୟମ ଘଟଣା। ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର। ଲୁଟେରା ଅଣ୍ଟାରୁ ମିଳିଲା ପୁଳା ପୁଳା ସୁନା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଲୁଟ୍ ଉଦ୍ୟମ ବେଳେ ଜଣେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ। କାବୁ କରିବା ସମୟରେ ଲୁଟେରା ଅଣ୍ଟାରୁ ମିଳିଥିଲା ସୁନା। ତେବେ ଘଟଣା ସ୍ଥଳରେ କିଛି ସ୍ଥାନୀୟ ଲୋକ ଲୁଟେରାକୁ ମାଡ଼ି ବସି ଧରିଥିଲେ। ତା’ପରେ ଲୁଟୋରାକୁ ଚେକ୍‌ କରିବା ସମୟରେ ତା’ର ଶରୀରରେ ଲୁଚାଇ ରଖିଥିବା  ସୁନାଗହଣା ମିଳିଥିଲା। ଯାହାକୁ ଦେଖି ସ୍ଥାନୀୟ ଲୋକ ଆହୁରି ରାଗି ଯାଇଥିଲେ। ଏହି ଲୁଟେରା ଗୁଳିକାଣ୍ଡ ପରେ  ସୁନା ଦୋକାନ ଭିତରେ ଲୁଚି ରହିଥିଲା ।  ଘଟଣା ସ୍ଥଳରେ ପ୍ରବଳ ଉତ୍ତୋଜନା ଦେଖିବାକୁ ମିଳିଥିଲା। 

Advertisment

 ଏବେ ଲୋକଙ୍କ କବଳରୁ ଲୁଟେରାକୁ ଉଦ୍ଧାର କରିଛି ପୋଲିସ। ଦୋକାନ ଭିତରୁ ଲୁଟେରାକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ପୋଲିସ । ପ୍ରବଳ ଉତ୍ତେଜନା ଭିତରେ ଲୁଟେରାକୁ ଗାଡ଼ିକୁ ନେବା ପାଇଁ ନାକେଦମ୍ ହୋଇଥିଲା ପୋଲିସ। 

ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା

Advertisment

ତେବେ ଯାଜପୁର, ପାଣିକୋଇଲି ଛକରେ  ଗୁଳିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଲୁଟେରା ଗୁରୁତର ହୋଇଛନ୍ତି । ମୃତକ ହେଲେ ନୀଳମାଧବ ପଣ୍ଡା । ସେ ବିଦ୍ୟୁତ୍ ବିଭାଗ କର୍ମଚାରୀ ବୋଲି ସୂଚନା ମିଳିଛି । ଅନ୍ୟ ଜଣେ ମୃତକଙ୍କ ନାଁ ସୁନୀଲ୍ ରାୟ । 

Robbers Police
Advertisment
Advertisment