Advertisment

Dense Fog: ଦିଲ୍ଲୀ ଆକାଶରେ ଘନ କୁହୁଡି, ବିଳମ୍ବରେ ଉଡିଲା ୪୦୦ ବିମାନ

ଦିଲ୍ଲୀ ଆକାଶରେ ଘନ କୁହୁଡିର ଆସ୍ତରଣ କାରଣରୁ କ୍ରମାଗତ ତୃତୀୟ ଦିନ ପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ଧରି କୁହୁଡି ରହିଥିବା ବେଳେ ୪୦୦ ବିମାନର ଯାତ୍ରା ବିଳମ୍ବିତ ହୋଇଥିଲା। ଏହା ବ୍ୟତୀତ ୪୫ଟି ବିମାନ ଯାତ୍ରା ବାତିଲ କରାଯାଇଥିବା ବେଳେ ୧୯ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଘନ କୁହୁଡି କାରଣରୁ ବିମାନ ବନ୍ଦରର ଭିଜିବିଲିଟି ୦ ମିଟରରେ ପହଞ୍ଚିଲା। ଅନ୍ୟ ପକ୍ଷରେ ରନୱେର ଭିଜିବିଲିଟି୧୦୦ରୁ ୨୫୦ ମିଟର ରହିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Flight delayed

ବିମାନ ସେବା ବାଧାପ୍ରାପ୍ତ

ଦିଲ୍ଲୀ ଆକାଶରେ ଘନ କୁହୁଡିର ଆସ୍ତରଣ କାରଣରୁ କ୍ରମାଗତ ତୃତୀୟ ଦିନ ପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ଧରି କୁହୁଡି ରହିଥିବା ବେଳେ ୪୦୦ ବିମାନର ଯାତ୍ରା ବିଳମ୍ବିତ ହୋଇଥିଲା। ଏହା ବ୍ୟତୀତ ୪୫ଟି ବିମାନ ଯାତ୍ରା ବାତିଲ କରାଯାଇଥିବା ବେଳ ୧୯ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଘନ କୁହୁଡି କାରଣରୁ ବିମାନ ବନ୍ଦରର ଭିଜିବିଲିଟି ୦ ମିଟରରେ ପହଞ୍ଚିଲା। ଅନ୍ୟ ପକ୍ଷରେ ରନୱେର ଭିଜିବିଲିଟି୧୦୦ରୁ ୨୫୦ ମିଟର ରହିଥିଲା।

Advertisment

ଦିଲ୍ଲୀ ଚଳିତ ବର୍ଷ ସବୁଠାରୁ ଅଧିକ ସମୟର ଜିରୋ ଭିଜିବିଲିଟି ରେକର୍ଡ କରିଛି ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି। ଶନିବାର ଲଗାତାର ୯.୩୦ ଘଣ୍ଟା ଧରି ଜିରୋ ଭିଜିବିଲିଟି ରହିଥିବା ନେଇ ଜେନାମଣି ସୂଚନା ଦେଇଛନ୍ତି। ବିମାନ ବନ୍ଦରର ୪ଟି ଯାକ ରନୱେରେ ଭିଜିବିଲିଟି୧୦୦ରୁ ୨୫୦ ମିଟର ମଧ୍ୟରେ ରହିଥିଲା। ସାଧାରଣତଃ କାଟାଗୋରୀ-୧ ପାଇଲଟଙ୍କ ବିମାନ ଅବତରଣ ପାଇଁ ଭିଜିବିଲିଟି ୫୫୦ ମିଟର ରହିବା ଆବଶ୍ୟକ ହୋଇଥାଏ। କାଟାଗୋରୀ-୨ ପାଇଲଟଙ୍କ ବିମାନ ଅବତରଣ ପାଇଁ ଭିଜିବିଲିଟି ୨୭୫ରୁ ୫୫୦ ମିଟର ମଧ୍ୟରେ ରଖାଯାଇଥାଏ। ୪୦୦ ବିମାନ ବିଳମ୍ବିତ ହୋଇଥିବା ବେଳେ ହାରାହାରି ବିଳମ୍ବିତ ସମୟ ୩୪ ମିନିଟ ରହିଛି। ସେହିପରି ଖରାପ ପାଗ କାରଣରୁ ୪୫ଟି ବିମାନ ଯାତ୍ରା ଆରମ୍ଭ କରି ପାରି ନଥିଲେ। ଅନ୍ୟ ପକ୍ଷରେ ୧୯ଟି ବିମାନର ରୁଟ ପରିବର୍ତ୍ତନ କରାଯାଇଥିଲା। ଏହା ମଧ୍ୟରେ ୧୭ଟି ଡୋମେଷ୍ଟିକ ଓ ୨ଟି ଅନ୍ତର୍ଜାତୀୟ ବିମାନ ସାମିଲ ଥିଲା।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

Advertisment

ଦିଲ୍ଲୀ ସହରରେ ଘନ ଧୂଆଁ ଓ କୁହୁଡ଼ି ରହିଥିବା ବେଳେ ରବିବାର ସକାଳ ୮ଟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୨୮ ରେକର୍ଡ କରାଯାଇଥିଲା। ସକାଳ ୬ଟା ୪୫ ମିନିଟ୍‌ରେ ନିଆଯାଇଥିବା ଡ୍ରୋନ୍ ଦୃଶ୍ୟରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ନିକଟରେ ସମଗ୍ର ଅଞ୍ଚଳ କୁହୁଡ଼ିମୟ ହୋଇଯାଇଥିଲା। ଆଜି ସକାଳେ ଆଇଟିଓ ସମେତ ପ୍ରଗତି ମଇଦାନ ଓ ଆଖପାଖ ଅଞ୍ଚଳର ଏକ୍ୟୁଆଇ ୨୯୧ ରେକର୍ଡ କରାଯାଇଥିଲା, ଯାହାକୁ ‘ଅତ୍ୟନ୍ତ ଖରାପ’ ଶ୍ରେଣୀଭୁକ୍ତ କରାଯାଇଛି। କାଳିନ୍ଦୀ କୁଞ୍ଜ ଆଖପାଖ ଅଞ୍ଚଳ ମଧ୍ୟ କୁହୁଡ଼ିରେ ଆଚ୍ଛାଦିତ ରହିଥିଲା। ଏମ୍ସ ନିକଟରେ ମଧ୍ୟ ବାୟୁର ଗୁଣବତ୍ତା ସୂଚକାଙ୍କ ଖରାପ ରହିଥିଲା।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର କଟକଣାକୁ ଫୁ’… ପୁଣି ଉଡିଲା ଡ୍ରୋନ୍…ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

Dense Fog Indira Gandhi International Airport Flight Cancelled
Advertisment
Advertisment