Advertisment

Sonu Sood: ବଲିଉଡ୍‌ ପାର୍ଟିର ଗୁମର୍ ଖୋଲିଲେ ସୋନୁ ସୁଦ; କହିଲେ ପାର୍ଟିରେ କ୍ୟାରିୟର ତିଆରି ହୁଏ ନାହିଁ

ନିକଟରେ ଏକ ସାକ୍ଷାତକାରରେ ସୋନୁ ସୁଦ ବଲିଉଡ୍‌ ପାର୍ଟିର କିଛି ରହସ୍ୟ ମଧ୍ୟ ପ୍ରକାଶ କରିଛନ୍ତି। ତେବେ ବଲିଉଡ୍ ପାର୍ଟିକୁ ନେଇ ସୋନୁ ସୁଦ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Sonu sood reveal bollywood parties secret

Sonu sood reveal bollywood parties secret

ଆଜିକାଲି ଅଭିନେତା ସୋନୁ ସୁଦ ତାଙ୍କ ଫିଲ୍ମ 'ଫତେହ'ର ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି। 'ଫତେହ'ର ଟିଜର୍ ରିଲିଜ୍ ପରେ ଫିଲ୍ମ ପ୍ରତି ଲୋକଙ୍କ ଉତ୍ସାହ ବଢିଯାଇଛି। ଦମଦାର ଅଭିନୟ ସହିତ ସେ ତାଙ୍କ ଫିଟ୍‌ନେସ୍ ପାଇଁ ମଧ୍ୟ ବେଶ ପ୍ରସିଦ୍ଧ। ନିକଟରେ ଏକ ସାକ୍ଷାତକାରରେ ସୋନୁ ସୁଦ ବଲିଉଡ୍‌ ପାର୍ଟିର କିଛି ରହସ୍ୟ ମଧ୍ୟ ପ୍ରକାଶ କରିଛନ୍ତି। ତେବେ ବଲିଉଡ୍ ପାର୍ଟିକୁ ନେଇ ସୋନୁ ସୁଦ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Advertisment


ପାର୍ଟିରୁ କାମ ମିଳେ ନାହିଁ:

ସାକ୍ଷାତକାରରେ ସୋନୁ ସୁଦଙ୍କୁ ବଲିଉଡ ପାର୍ଟିକୁ ନେଇ ସେ କ’ଣ ଭାବୁଛନ୍ତି ବୋଲି ପଚରାଯାଇଥିଲା। ଏହା ଉପରେ ଅଭିନେତା କହିଛନ୍ତି, “ମୁଁ କ୍ୟାମେରା ଆଗରେ ଉଦ୍ୟମ କରେ, କାହାର ଘର କିମ୍ବା ପାର୍ଟିକୁ ଯାଇ ମୁଁ କାହିଁକି ଉଦ୍ୟମ କରିବି? ପାର୍ଟି କରିବା ଦ୍ୱାରା କ୍ୟାରିୟର ତିଆରି ହୁଏ ନାହିଁ। ଏହା ହୋଇପାରେ ବି ବଲିଉଡ ପାର୍ଟିରେ ଯୋଗଦେବା ହୁଏତ କାହାର କ୍ୟାରିୟର କରିଥାଇପାରେ। ତା’ପରେ ମଧ୍ୟ, ମୁଁ ମଦ୍ୟପାନ କରେ ନାହିଁ, ମୁଁ ଧୂମପାନ କରେ ନାହିଁ, ତେବେ ମୁଁ ପାର୍ଟିକୁ କାହିଁକି ଯିବି। ମୁଁ ପାର୍ଟିରେ ନିଜକୁ ଏକୁଟିଆ ଅନୁଭବ କରେ।”

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Advertisment


ଛଳନା କରିପାରେ ନାହିଁ:

ସାକ୍ଷାତକାରରେ ସୋନୁ ଆହୁରି କହିଛନ୍ତି, “ମୁଁ ଯାହା ନୁହେଁ, ତାହା ଦେଖେଇହେବା ମୁଁ କରିପାରେ ନାହିଁ। ମତେ ଅନେକ ବଲିଉଡ ପାର୍ଟି ଫେକ୍ ବା ଦେଖେଇହେବା ଭଳି ଲାଗେ। ଏହି ପାର୍ଟିଗୁଡିକରେ ଅନେକ ଲୋକ କ୍ୟାମେରା ସାମ୍ନା ଅପେକ୍ଷା ଭଲ ଅଭିନୟ କରନ୍ତି। ଏହା ହୋଇପାରେ ଯେ, ସେମାନେ ଏହା କରିବା ଦ୍ୱାରା ଏକ ପ୍ରକାର ପୁରସ୍କାର ପାଇପାରନ୍ତି।”

ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

ସଲମାନ ଖାନ ମିଶେଇଥିଲେ ମଦ:

ଅଭିନେତା ପ୍ରକାଶ କରିଛନ୍ତି ଯେ ସେ କଦାପି ମଦ୍ୟପାନ କରିନାହାଁନ୍ତି ଏବଂ ସଲମାନ ତାଙ୍କ ପାନୀୟରେ କିପରି ମଦ ମିଶାଇଥିଲେ ତାହା ସେ କହିଛନ୍ତି। ସୋନୁ ସୁଦ କହିଛନ୍ତି, “ମୁଁ ଆଦୌ ମଦ୍ୟପାନ କରେ ନାହିଁ। ଅନେକ ସହ-ତାରକା ମୋତେ ମଦ୍ୟପାନ କରେଇବାକୁ ଚେଷ୍ଟା କରିଛନ୍ତି। ସେମାନେ କହୁଥିଲେ ଆଜି ଆମେ ପିଆଇକି ରହିବୁ। ଅନେକ ଲୋକ ମୋ ପାନୀୟରେ ଗୁପ୍ତ ଭାବରେ ମଦ ମିଶାଇବାକୁ ଚେଷ୍ଟା କରିଛନ୍ତି। ସଲମାନ ଭାଇଙ୍କୁ ଏହା ବଡ ଶୌକ ଥିଲା।”

ସୋନୁ ସୁଦ ଆହୁରି କହିଛନ୍ତି, “ସେ (ସଲମାନ ଖାନ) ମୋତେ ଲୁଚାଛପାରେ  ଏକ ଗ୍ଲାସ ଦେଉଥିଲେ ଏବଂ ମୁଁ ସେ ଗ୍ଲାସ୍‌କୁ ଅନ୍ୟ କାହାକୁ ଦେଉଥିଲି। ମୁଁ ସେହି ଗ୍ଲାସ୍‌କୁ ଅନ୍ୟକୁ ଦେଉଛି କି ନାହିଁ ଦେଖିବା ପାଇଁ ସେ ଦେଖୁଥିଲେ। ଯେତେବେଳେ କେହି ମଦ୍ୟପାନ କରିବାକୁ ଇଛା କରନ୍ତି, ସେମାନେ ମଧ୍ୟ ଚାହାନ୍ତି ଯେ ଅନ୍ୟମାନେ ମଧ୍ୟ ପିଅନ୍ତୁ, ଯାହା ଠିକ୍। କିନ୍ତୁ, ମଦ୍ୟପାନ କରିବାରେ ମୋର କେବେ ବି ମନ ଲାଗିନି।”

ସାଉଥ୍‌ରେ ସକ୍ରିୟ ହେବେ:

ବଲିଉଡ୍‌ ବ୍ୟତୀତ ସୋନୁ ସୁଦ ସାଉଥ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସୋନୁ ମଧ୍ୟ ସାଉଥ୍‌ରେ ଏକ ବଡ ନାାଁ । ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି ଯେ, ସାଉଥ୍‌ରେ କିଛି ପ୍ରଶଂସକ ତାଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ସାଉଥ୍‌ ଦର୍ଶକମାନେ ସୋନୁ ସୁଦଙ୍କୁ ସେମାନଙ୍କ ପରିବାରର ସଦସ୍ୟ ଭଳି ମାନନ୍ତି।

ସୋନୁ ସୁଦ ଭବିଷ୍ୟତରେ ମଧ୍ୟ ସାଉଥ୍‌ ଚଳଚ୍ଚିତ୍ରରେ କାମ କରିବାକୁ ଇଚ୍ଛା କରନ୍ତି। ବର୍ତ୍ତମାନ ସେ ଫିଲ୍ମ 'ଫତେହ' ଉପରେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ଚାହୁଁଛନ୍ତି। ଏହି ଫିଲ୍ମରେ ହିରୋଇନ୍ ଭାବରେ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିସ୍ ତାଙ୍କ ସହ ଅଛନ୍ତି। ଫିଲ୍ମ 'ଫତେହ'ରେ ଜ୍ୟାକ୍‌ଲିନଙ୍କ ସରଳ ଲୁକ୍‌କୁ ବହୁତ ପ୍ରଶଂସା କରାଯାଉଛି।

ଅଧିକ ପଢ଼ନ୍ତୁ: ନିର୍ଦ୍ଦେଶକଙ୍କ ୨୫୦ କୋଟି ଟଙ୍କାର ଫିଲ୍ମ ଫ୍ଲପ୍ ହେଲା, ଏବେ ବାଜିରେ ୪୦୦ କୋଟି; ହେବ କି ବ୍ଲକ୍‌ବଷ୍ଟର୍...

Sonu Sood Bollywood South Indian Film Industry
Advertisment
Advertisment