/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735989067.jpg)
Loot Attempt In Jajpur
ଦିନ ଦ୍ବିପହରରେ ଫୁଟିଲା ଗୁଳି...ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ... ଫାୟାରିଂରେ ଜଣେ ମୃତ, ଆଉ ଜଣେ ଗୁରୁତର... ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼...ଏନେଇ ପୋଲିସର ତନାଘନା ଜାରି ରହିଛି। ଜଣଙ୍କ ପେଟରେ ଓ ଅନ୍ୟ ଜଣଙ୍କର ଅଣ୍ଟାରେ ବାଜିଛି ଗୁଳି। ପାଣିକୋଇଲି ବଜାରରେ ବାଇକ୍ରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ। ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିବା ସୂଚନା। ଏନେଇ ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ଉତ୍ତେଜନା ।
ତେବେ ମୃତକ ହେଲେ ନୀଳମାଧବ ପଣ୍ଡା । ସେ ବିଦ୍ୟୁତ୍ ବିଭାଗ କର୍ମଚାରୀ ବୋଲି ସୂଚନା ମିଳିଛି । ପଣ୍ଡା ଅଳଙ୍କାର ନାମକ ସୁନା ଦୋକାନର ୨ କର୍ମଚାରୀ ସୁନିଲ ରାୟ ଓ ଅନ୍ୟ ଜଣେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ହୋଇଛି ଆକ୍ରମଣ। ଲୁଟ ପାଇଁ 3 ଦୁବୃର୍ତ୍ତ ଏକ ବାଇକ୍ରେ ଆସିଥିଲେ।
ଅଧିକ ପଢ଼ନ୍ତୁ: ଦୁର୍ନୀତିକୁ ପଦାକୁ ଆଣିଲେ ସାମ୍ବାଦିକ; ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡ଼ି ଦେଲେ କଣ୍ଟ୍ରାକ୍ଟର...
ସେପଟରେ ଆକ୍ରମଣ କରିଥିବା ଦୁବୃର୍ତ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଛି ପୋଲିସ । ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । ଯାହାର ପରିଚୟ ଜଣାପଡି ନାହିଁ । ସେପଟେ ସୁନା ଦୋକାନୀ ଦୁଇ କର୍ମଚାରୀଙ୍କୁ ଚିକିତ୍ସା ଲାଗି ଅନ୍ୟତ୍ର ପଠାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)