Advertisment

Jajpur Firing Incident: ଦିବାଲୋକରେ ଫିଲ୍ମ ଷ୍ଟାଇଲରେ ଲୁଟ୍; ଡକାୟତଙ୍କ ଗୁଳିରେ ୨ଜଣଙ୍କର ମୃତ୍ୟୁ...

ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ।

author-image
Sujit kumar Swain
undefined

Jajpur Firing Incident

ଯାଜପୁର ପାଣିକୋଇଲିରେ ଚାଞ୍ଚଲ୍ୟ। ଜୁଏରାଲୀ ଦୋକାନରୁ ଫିଲ୍ମ ଷ୍ଟାଇଲରେ ସଶସ୍ତ୍ର ଡକାୟତି। ଲୁଟେରାଙ୍କ ଗୁଳିମାଡ଼ରେ ଚାଲିଗଲା ଜଣେ କର୍ମଚାରୀ ଓ ଜଣେ ସାଧାରଣ ଲୋକଙ୍କ ଜୀବନ। ଆଜି ଦିନ ପ୍ରାୟ ୨ଟା ବେଳେ ପାଣିକୋଇଲି ବଜାରରେ ଥିବା ପଣ୍ଡା ଅଳଙ୍କାରରେ ଲୁଟ୍ ଓ ଫାୟାରିଂ ଆତଙ୍କ ଖେଳାଇଥିଲେ ୪-୫ ଜଣ ଦୁର୍ବୃତ୍ତ। ଜଣେ ଲୋକଙ୍କଠାରୁ ବାଇକ୍ ଛଡ଼ାଇ ଫିଲ୍ମ ଷ୍ଟାଇଲରେ ଚମ୍ପଟ ମାରିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ଲୁଟେରା। ଜଣଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ ଉତ୍ୟକ୍ତ ଲୋକ। ଆଉ ଜଣଙ୍କୁ ଜୁଏଲାରୀ ଦୋକାନରୁ ହେପାଜତକୁ ନେଇଛି ପୋଲିସ। 

Advertisment

ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ। ସ୍ପଟରେ ଜଣେ ଓ 
ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ। ଯାଜପୁର ପାଣିକୋଇଲି ବଜାର ଘଟିଛି ଏଭଳି ଘଟଣା। ସମୟ- ପ୍ରାୟ ଦିନ ୨ଟାରେ ପଣ୍ଡା ଅଳଙ୍କାର ଦୋକାନକୁ ଲୁଟ୍ ପାଇଁ ଗ୍ରାହକ ବେଶରେ ଆସିଥିଲେ ୪-୫ ଦୁର୍ବୃତ୍ତ। ସୁରକ୍ଷାକର୍ମୀ ଅଟକାଇବାରୁ ଆତଙ୍କରାଜ ଖେଳାଇଥିଲେ ଲୁଟେରା।ବନ୍ଧୁକ ମୁନରେ ଲୁଟ୍‌ପାଟ୍‌ ଉଦ୍ୟମ କରୁଥିଲେ। ପ୍ରତିରୋଧ କରିବାରୁ ଚଳାଇଥିଲେ ଗୁଳି। ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏତିକିରେ ସେମାନଙ୍କର ଆତଙ୍କ ଥମି ନଥିଲା। ଫାୟାରିଂ କରି ଫିଲ୍ମ ଷ୍ଟାଇଲେ ଚମ୍ପଟ ମାରୁଥିଲେ ଡକାୟତ। ପାଣିକୋଇଲି ବଜାରରୁ ଜଣେ ବ୍ୟକ୍ତିଙ୍କ ବାଇକ ଛଡ଼ାଇ ଛୁ ମାରୁଥିଲେ। କିନ୍ତୁ ସେମାନଙ୍କର ବାଟ ଓଗାଲିଥିଲେ ଜୁଏଲାରୀ ଦୋକାନୀଙ୍କ କାର ଡ୍ରାଇଭର। ଆଉ ଲୋକଙ୍କ ହାତରେ ଧରାପଡିଥିଲେ ୨ ଦୁର୍ବୃତ୍ତ। ସେମାନଙ୍କୁ ଧରି ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରିଛନ୍ତି। ମୃତକମାନେ ହେଲେ ଗହଣା ଦୋକାନ କର୍ମଚାରୀ ସୁନୀଲ ରାୟ ଓ ଯାଜପୁରର ଜଣେ ଇଲେକ୍ଟ୍ରିସିଆନ୍ ନୀଳମାଧବ ପଣ୍ଡା । ଲୁଟେରାଙ୍କୁ କାବୁ କରିବାକୁ ଯାଇ ନୀଳମାଧବ ଗୁଳି ଖାଇଲେ।

ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା

Advertisment

ଫାୟାରିଂ ଘଟଣା ପରେ ପାଣିକୋଇଲିରେ ଦେଖାଦେଇଥିଲା ପ୍ରବଳ ଉତ୍ତେଜନା। ଜୁଏଲାରୀ ଦୋକାନରେ ଗୁଳିମାଡ଼ ଖବର ବିଜୁଳି ବେଗରେ ବ୍ୟାପିଥିଲା। ରୁଣ୍ଡ ହୋଇଥିଲା ଶହଶହ ଲୋକ। ଗୋଟିଏ ଦୋକାନ ଭିତରେ ରହିଥିଲେ ଗୁଳି କରିଥିବା ୨ ଦୁର୍ବୃତ୍ତ। ସେମାନଙ୍କୁ ଉଦ୍ଧାର ପାଇଁ ପୋଲିସ ନାକେଦମ ହେଲା। ପୋଲିସ ଗାଡ଼ିକୁ ଘେରିଥିଲେ ଶହ ଶହ ଉତ୍ୟକ୍ତ ଲୋକ। 

ସ୍ପଷ୍ଟ ଦିବାଲୋକରେ ଜୁଏଲାରୀ ଦୋକାନରୁ ସଶସ୍ତ୍ର ଲୁଟ୍ ଉଦ୍ୟମ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ଯୋଜନା କରିଥିଲେ କି ଦୁର୍ବୃତ୍ତ ? ପଣ୍ଡା ଅଳଙ୍କାରକୁ ଆସି ରେକି କରିଥିଲେ କି ? ଲୁଟେରା ହିନ୍ଦୀରେ କଥାବାର୍ତ୍ତା କରୁଥିବାରୁ ରାଜ୍ୟ ବାହାର ଗ୍ୟାଙ୍ଗର ସଂପୃକ୍ତି ରହିଛି କି ? ନା ରାଜ୍ୟର କୌଣସି ଲୁଟେରା ସାମିଲ ଅଛନ୍ତି ? ଲୁଟେରାଙ୍କ ନିକଟରୁ ଲୁଟ୍ ଗହଣା ଜବତ ହୋଇଛି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତନାଘନା ତଦନ୍ତ କରୁଛି ଯାଜପୁର ପୋଲିସ। 

ଅଧିକ ପଢ଼ନ୍ତୁ: ଦୁର୍ନୀତିକୁ ପଦାକୁ ଆଣିଲେ ସାମ୍ବାଦିକ; ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡ଼ି ଦେଲେ କଣ୍ଟ୍ରାକ୍ଟର...

Robbers Firing Incident Jewellery Shop
Advertisment
Advertisment