• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କୋଭିଡ୍‌ ୧୯ ମହାମାରୀ ପରେ ଏବେ ବିଶ୍ୱରେ ଭୟର ବାତାବରଣ ଖେଳାଇଛି ଆଉ ଏକ ନୂଆ ଭାଇରସ୍‌ । ଚୀନ୍‌ରେ ଆତଙ୍କ ଖେଳାଇବା ପରେ ଭାରତକୁ ବ୍ୟାପିଲା HMPV । ଭାରତରୁ ଚିହ୍ନଟ ହେଲେ ଦୁଇ ହ୍ୟୁମାନ୍ ମେଟାନିମୋ ଭାଇରସ୍- HMPV ଆକ୍ରାନ୍ତ । ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ପଷ୍ଟ କରିଛି ଆଇସିଏମଆର । ଜଣେ ୩ ମାସ ଓ ଅନ୍ୟ ଜଣେ ୮ ମାସର ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ ମାସର ଶିଶୁଟି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁଟି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି ।

ଅଧିକ ପଢ଼ନ୍ତୁ: ଚୀନର HMPV ଭାଇରସକୁ ନେଇ ଭାରତରେ ଛନକା, ସତର୍କ ରହିବାକୁ ପରାମର୍ଶ

ସୂଚନା ଅନୁସାରେ ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ନୂଆ ଭାଇରସ୍ । ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି ବୋଲି କୁହାଯାଉଛି । ଆକ୍ରାନ୍ତଙ୍କ ଠାରେ କାଶ, ଜ୍ବର, ନାକ ବନ୍ଦ, ନିଶ୍ବାସ-ପ୍ରଶ୍ବାସ ବେଳେ ହ୍ବିସିଲ୍ ବାଜିବା ଭଳି ଶବ୍ଦ ହେବା ଏବଂ ଜଟିଳ କ୍ଷେତ୍ରରେ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଲକ୍ଷଣ ପ୍ରକାଶ ପାଉଛି । ଛୋଟ ପିଲା ଏବଂ ବୃଦ୍ଧମାନଙ୍କରେ HMPV ସଂକ୍ରମଣ ଗୁରୁତର ହୋଇପାରେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କଠାରେ ଏହି ଭାଇରସ୍ ଗୁରୁତର ରୋଗ ସୃଷ୍ଟି କରିପାରେ ।

ବିଶେଷଜ୍ଞମାନେ ମଧ୍ୟ HMPV ପାଇଁ ଆଣ୍ଟିଭାଇରାଲ୍ ବ୍ୟବହାର କରିବାକୁ ମନା କରିଛନ୍ତି । ବର୍ତ୍ତମାନ HMPV ଭାଇରସ୍ ପାଇଁ କୌଣସି ଟିକା ଆସିନାହିଁ । ୨୦୨୩ ମସିହାରେ ନେଦରଲ୍ୟାଣ୍ଡ, ବ୍ରିଟେନ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଚୀନ୍‌ରେ HMPV ଭାଇରସ୍‌ ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ: କରୋନାର ୫ ବର୍ଷ ପରେ ପୁଣି ଆସିଲା ନୂଆ ଭାଇରସ୍‌; ଖେଳାଉଛି ଆତଙ୍କ, ଚିନ୍ତାରେ ଲୋକେ !

OTV is now on Whatsapp

Join and get latest news update delivered to you via whatsapp

Join Now