Advertisment

Himesh Reshammiya: ହିମେଶ ରେଶମିୟାଙ୍କ ଆକ୍ସନ୍ ଫିଲ୍ମ 'ବ୍ୟାଡେସ୍ ରବି କୁମାର'...୭ ଦମଦାର ଡାଏଲଗ୍

'ବ୍ୟାଡେସ୍ ରବି କୁମାର'ର ଟ୍ରେଲର୍ ଲଞ୍ଚ୍‌ କରାଯାଇଛି। ୟୁଟ୍ୟୁବରେ ଟ୍ରେଲର୍‌ ଟ୍ରେଣ୍ଡ୍‌ ହେଉଛି। ଟ୍ରେଲରରେ ହିମେଶ ଏପରି ଡାଏଲଗ୍ କହୁଛନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

author-image
Pramod Behera
ଅଦ୍ୟତନ ହୋଇଛି
Badass Ravi Kumar 7 Dialogues

Badass Ravi Kumar 7 Dialogues

ହିମେଶ ରେଶମିୟାଙ୍କ ଆକ୍ସନ୍ ଫିଲ୍ମ 'ବ୍ୟାଡେସ୍ ରବି କୁମାର'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଏହାର ଟ୍ରେଲର୍ ଲଞ୍ଚ୍‌ କରାଯାଇଛି। ୟୁଟ୍ୟୁବରେ ଟ୍ରେଲର୍‌ ଟ୍ରେଣ୍ଡ୍‌ ହେଉଛି। ଏହି ଚଳଚ୍ଚିତ୍ରରେ ହିମେଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଭୁ ଦେବା ମଧ୍ୟ ତାଙ୍କ ସହିତ ଅଛନ୍ତି। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରର କାହାଣୀ ନିଜେ ହିମେଶ ଲେଖିଛନ୍ତି।

Advertisment

ଏଥିରେ ଦମଦାର ଆକ୍ସନ ସହିତ, ଧାସୁଁ ଡାଏଲଗ୍ ମଧ୍ୟ ଦେଖିବାକୁ ମିଳେ। ଏହା ୮୦ ଦଶକ ଦ୍ୱାରା ପ୍ରଭାବିତ ଏବଂ ଏହାର ମ୍ୟୁଜିକ୍ ମଧ୍ୟ ସେହିଭଳି। ଏହା ଦର୍ଶକଙ୍କୁ ନଷ୍ଟାଲଜିକ୍ ଭାଇବ୍ସ ଦେଉଛି। ନିର୍ମାତା ମଧ୍ୟ ଏହାର ଇଣ୍ଟ୍ରୋରେ ଏଭଳି କିଛି କହିଛନ୍ତି। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ହିମେଶ କୌଣସି ଫିସ୍ ନେଇ ନାହାଁନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆସିଲା ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମର ଟ୍ରେଲର୍; ୨୦୨୫ରେ ଦେବେ କି ହିଟ୍


କିପରି ନେବେ ଟଙ୍କା:

ରିପୋର୍ଟ ଅନୁଯାୟୀ, ହିମେଶ ରେଶମିୟା ତାଙ୍କ ଅଭିନୟ ଏବଂ ସଙ୍ଗୀତ ପାଇଁ ଫିସ୍ ଛାଡିଛନ୍ତି। ଏହି କାରଣରୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ୨୦ କୋଟି ଟଙ୍କା ବଜେଟ୍ ଭରଣ କରିସାରିଲାଣି। ଫାଇନାନ୍‌ସିଆଲ୍ ଷ୍ଟ୍ରାଟେଜୀ ଏବଂ କ୍ରିଏଟିଭ୍ ଡିଲ୍ ହେତୁ ହିମେଶ ଫିଲ୍ମର ପ୍ରଡକ୍ସନ୍ ମୂଲ୍ୟ ମ୍ୟାନେଜ୍ କରିଛନ୍ତି। ସେ ଫିସ୍ ଚାର୍ଜ କରିବା ପରିବର୍ତ୍ତେ ପ୍ରଫିଟ୍ ଶେୟାରିଂ ମଡେଲକୁ ବାଛିଛନ୍ତି, ଅର୍ଥାତ୍ ଫିଲ୍ମ ଯେତେ ଲାଭ କରିବ ସେହି ଅନୁଯାୟୀ ସେ ଫିସ୍ ଆଦାୟ କରିବେ।


ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

ଦମଦାର ଡାଏଲଗ୍:

ପ୍ରଶଂସକମାନେ ଟ୍ରେଲର୍‌ରେ ହିମେଶ ରେଶମିୟାଙ୍କ ଏକ ଭିନ୍ନ ଲୁକ୍ ଦେଖିବାକୁ ପାଇଛନ୍ତି ଏବଂ ଯଦି ଆପଣ ତାଙ୍କର ଡାଏଲଗ୍ ଶୁଣନ୍ତି, ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଟ୍ରେଲରରେ ହିମେଶ ଏପରି ଡାଏଲଗ୍ କହୁଛନ୍ତି ଯେ ସେଗୁଡିକ ଶୁଣିବା ପରେ ଲୋକମାନେ କହୁଛନ୍ତି, “ଆରେ ଭାଇ, କ’ଣ କରିଦେଲ'। ଆଉ କେହି କହୁଛନ୍ତି ‘ମାର ମତେ ମାର’। ତେବେ ଆସନ୍ତୁ ଏହି ଚଳଚ୍ଚିତ୍ରର ଡାଏଲଗ୍‌ଗୁଡିକ ଜାଣିବା।

  • କୁଣ୍ଡଲୀ ମେ ଶନି, ଘି କେ ସାଥ ହନୀ ଔର୍ ରବିକୁମାର ସେ ଦୁଶ୍ମନୀ, ସେହତ କେଲିଏ ହାନିକାରକ ହୋ ସକ୍‌ତୀ ହେ
  • ତୁ ବୁରା ହେ ତୋ ମେ ପୁରେ ଲୋଗ୍ କା ନବାବ ହୁ, ତୁ ବଡା ହୋ କର୍ ବିଗଡା ହୋଗା, ମେ ବଚପନ୍ ସେ ଖରାପ ହୁ
  • ଜୋ ମୁଜରିମୋ କୋ ସଜା ଦେ ଉସେ ସରକାର କହତେ ହେ, ମୁଜରିମୋ କୋ ଜୋ ଉଡା ଦେ ଉସେ ରବିକୁମାର କହତେ।
  • ଜିନ୍ ତୁଫାନୋ ମେ ତୁମ୍ ଜୈସୋ କେ ଝୋପଡେ ଉଡ୍ ଜାୟା କରତେ ହେ, ହମ୍ ଉହ୍ନୀ ତୁଫାନୋ ମେ ଅପନେ କପଡେ ଶୁଖାୟା କରତେ ହେ
  • ତେରେ ଶରୀର ମେ ଉତନା ଖୁନ୍ ନେହିଁ ହୋଗା, ଜିତନା ରବିକୁମାର ଏକ୍ ବାର ମୁତ୍ ଦେତା ହେ
  • ଇମିଗ୍ରେସନ୍‌ କେ ବାଦ ସିଧା ତେରା କ୍ରିମେଶନ୍‌ ହୋଗା
  • ସୁଧର୍ ଜା ନହିଁ ତୋ ଗୁଜର ଜାଏଗା

କରିବ ଭଲ ଲାଭ:

ତେବେ ହିମେଶ ରେଶମିଆଙ୍କ ଏହି ଫିଲ୍ମ ରିଲିଜ୍ ହେବା ମାତ୍ରେ ଲାଭ କରିବ। ସାଟେଲାଇଟ୍ ରାଇଟ୍ସ୍ ଏବଂ ଡିଜିଟାଲ ପ୍ଲାଟଫର୍ମ ରାଇଟ୍ସରୁ ମଧ୍ୟ ଏହି ଚଳଚ୍ଚିତ୍ର ଫାଇଦା ପାଇବ। ଏହି ଫିଲ୍ମ ଆମକୁ ୧୯୮୦ ଦଶକକୁ ନେଇଯିବ।


କେବେ ହେବ ରିଲିଜ୍:

ନିର୍ମାତା ଦାବି କରିଛନ୍ତି ଯେ ଫିରୋଜ ଖାନ ଏବଂ ରାଜୀବ ରାୟଙ୍କ ପରି ନିର୍ମାତା ସେହି ସମୟରେ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ। ଏହାର ଟ୍ୟାଗ୍‌ଲାଇନ୍ ମଧ୍ୟ “୮୦ ଦଶକର ପିକ୍ଚର” ରହିଛି। ଏହି ଚଳଚ୍ଚିତ୍ର ୭ ଫେବୃଆରୀ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏଥିରେ ପ୍ରଭୁ ଦେବାଙ୍କୁ ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ହିମେଶଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି।

ଅଧିକ ପଢ଼ନ୍ତୁ: ନିର୍ଦ୍ଦେଶକଙ୍କ ୨୫୦ କୋଟି ଟଙ୍କାର ଫିଲ୍ମ ଫ୍ଲପ୍ ହେଲା, ଏବେ ବାଜିରେ ୪୦୦ କୋଟି; ହେବ କି ବ୍ଲକ୍‌ବଷ୍ଟର୍...

Himesh Reshammiya Bollywood
Advertisment
Advertisment