/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736153212.jpg)
manu bhaker
ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ମନୁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଦୁଇଟି ପଦକ ଜିତିଥିଲେ।
ଦୀର୍ଘ ୧୨ ବର୍ଷ ପରେ ଶୁଟିଂରେ ଭାରତର ପଦକ ମରୁଡି ଶେଷ କରିଥିବା ମନୁଙ୍କ ଜୀବନରେ ଆସିଛି ବଡ ପରିବର୍ତ୍ତନ। ପ୍ୟାରିସର ସଫଳତା ପରେ ମନୁ ପାଲଟି ଯାଇଛନ୍ତି କୋଟିପତି। ବ୍ରୋଞ୍ଜ ପଦକ ସଫଳତା ପରେ ମନୁ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ମନୁଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ମାତ୍ର ୬୦ ଲକ୍ଷ ରହିଥବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୧୨ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହିତ ମନୁଙ୍କ ବ୍ରାଣ୍ଡ ଭାଲ୍ୟୁ ବୃଦ୍ଧି ପାଇ ୧.୫ କୋଟି ଟଙ୍କାରେ ପହଞ୍ଚିଛି।
ଅଧିକ ପଢନ୍ତୁ:ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି
ପିତାଙ୍କ ୧.୫ ଲକ୍ଷ ଟଙ୍କାର ଇନଭେଷ୍ଟମେଣ୍ଟରେ ମନୁଙ୍କ ଶୁଟିଂ କ୍ୟାରିୟର ଆରମ୍ଭ ହୋଇଥିଲା। ମର୍ଚ୍ଚାଣ୍ଟ ନାଭିରେ ଚିଫ ଇଞ୍ଜିନିୟର ଭାବେ କାମ କରୁଥିବା ରାମ କିଶନ ଭାକରଙ୍କ ପ୍ରୟାସରେ ଶୁଟିଂ ଆରମ୍ଭ କରିଥିଲେ ମନୁ। ପରବର୍ତ୍ତୀ ସମୟରେ ଜାତୀୟ ରେକର୍ଡ ନିଜ ନାମରେ କରିଥିଲେ ମନୁ। ୨୦୧୭ରେ ଏସିଆନ ଜୁନିୟର ଚାମ୍ପିୟନଶିପ ବିଜୟୀ ହେବା ସହିତ ସିନିୟର ଜାତୀୟ ଚାମ୍ପିୟନଶିପରେ ରେକର୍ଡ ୨୪୨.୩ ସ୍କୋର କରିଥିଲେ। ପରବର୍ତ୍ତୀ ସମୟରେ ଅଲିମ୍ପିକ୍ସ ଗୋଲ୍ଡ କ୍ବେଷ୍ଟ(ଓଜିକ୍ୟୁ) ସହିତ ଯୋଡି ହୋଇଥିଲେ ମନୁ। ଆଥଲେଟ ମାନଙ୍କ ଅଲିମ୍ପିକ୍ସ ପ୍ରସ୍ତୁତିରେ ଏହି ଅନୁଷ୍ଠାନ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ମନୁଙ୍କୁ ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ) ଓ ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ ସ୍କିମୋ(ଟପ୍ସ) ଜରିଆରେ ଭାରତ ସରକାରଙ୍କ ପକ୍ଷରୁ ସାହାଯ୍ୟ ମିଳିଥିଲା। ସାଇ ଓ ଟପ୍ସ ପକ୍ଷରୁ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ୧୨ ଲକ୍ଷ ୧୬ ହଜାର ୨୫୭ ଟଙ୍କାର ସାହାଯ୍ୟ ମିଳିଥିଲା।
୨୦୨୪ରେ ବିଭିନ୍ନ ରିପୋର୍ଟ ଅନୁସାରେ ମନୁ ଭାକରଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି ୧୨ କୋଟି ଟଙ୍କା। ଶୁଟିଂ କ୍ୟାରିୟରରେ ସଫଳତା ଓ ଏକାଧିକ ବ୍ରାଣ୍ଡ ଏନଡୋର୍ଷମେଣ୍ଟରୁ ମନୁ ଏହି ଅର୍ଥ ଉପାର୍ଜନ କରିଛନ୍ତି। ନଥିଙ୍ଗ ଇଣ୍ଡିଆ ଓ ପରଫରମାକ୍ସ ପରି ବ୍ରାଣ୍ଡ ପାଇଁ ମନୁ କାମ କରିଛନ୍ତି। ଭାରତରେ ମହିଳା ଆଥଲେଟ ମାନେ ଏକାଧିକ ବ୍ରାଣ୍ଡ ଏନଡୋର୍ଷମେଣ୍ଟ ପାଇଁ ୮ ଲକ୍ଷରୁ ୩୦ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ମନୁ ୧.୫ କୋଟି ଟଙ୍କା ଚାର୍ଜ କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)