ପରିବାରରେ କେହି ନାହାନ୍ତି କି ସରକାରୀ ସହାୟତା କିଛି ମିଳୁନି । ରୋଗ ମାଡ଼ିବସିବା ପରେ ଅସହାୟ ଟୁକୁଲୁ । ଗାଁ ଲୋକେ କେତେବେଳେ କଣ ଖାଇବାକୁ ଦେଉଛନ୍ତି, ନହେଲେ ଭୋକ ଉପାସରେ ବିତୁଛି ଦିନ । କି ଖରା, କି ବର୍ଷା, ବାଉଁଶ ବୁଦାରେ ଦିନ କାଟୁଛନ୍ତି ଏଇ ବୃଦ୍ଧ।
ଆଶାଙ୍କ କହିବାନୁସାରେ ଗୋବିନ୍ଦ ନିଜ ପତ୍ନୀଙ୍କୁ ମୋହାଂବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
Hotstar ୟୁଜର୍ସ, ସଂସ୍ଥାର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଅନେକ ୟୁଜର କହିଛନ୍ତି ହଟ୍ଷ୍ଟାର ନଦେଖିଲେ ଆମର କିଛି ଅସୁବିଧା ହେବ ନାହିଁ ।
ବିଲ୍ ମିଳିନି ବୋଲି ନୂଆ ଘର ତିଆରି ପରେ ବି ତାଲା ଖୋଲୁନି ଠିକାଦାର । ଘର ସରିବାର ୩ ବର୍ଷ ପୂରିଲାଣି ହେଲେ ଏଯାଏଁ ଆରମ୍ଭ ହେଲାନି ପଢା...ଭଙ୍ଗାଦଦରା ମାଟି ଘରେ ବର୍ଷାରେ ଓଦା ହୋଇ ପିଲା ପଢୁଛନ୍ତି ପାଠ।
ଇଏ ଟ୍ରକ୍ ନୁହେଁ କିଲର୍ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୁରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି।
ସଂପର୍କର ମାନେ ମଣିଷ ବୁଝିନି ବାଦୁଡ଼ି ବୁଝିଛି । ୧୨ ବର୍ଷ ହେଲାଣି ଅମୂଲ୍ୟଙ୍କ ସହ ମିତ ବସିଛି । ଖୁଆଇ ଦେଲେ ଖାଉଛି...ପୁଣି ଘର ସାରା ବୁଲୁଛି । ମଣିଷ ନଦେଖିଲେ ବୋବେଇ ବାୟା କରିଦେଉଛି...ଗାଁଟା ଯାକର ଲୋକ ଅମୂଲ୍ୟଙ୍କ ଘରେ ଜମାଉଛନ୍ତି ଭିଡ଼।
ରେଡ୍ ବେଳେ ମଦ ମାଫିଆଙ୍କ ଆକ୍ରମଣ। ଖଣ୍ଡାରେ ଆକ୍ରମଣ କରିବା ସହ ସହ ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମଦ ମାଫିଆ।
ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣିନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ।
ରାଜସ୍ଥାନର ଭିୱାଡିରୁ ସିଧା ଯାଇ ପାକିସ୍ତାନରେ ପହଞ୍ଚିଥିବା ଭାରତୀୟ ମହିଳା ଅଞ୍ଜୁ ପ୍ରସାଦ ଏବେ ଫତିମା ହୋଇଯାଇଛନ୍ତି। ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ସୀମା ଡେଇଁଛନ୍ତି ଭାରତର ଅଞ୍ଜୁ।
ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।
ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି ।
ଜାହାଜରେ ହଠାତ୍ ନିଆଁ ବ୍ୟାପିଯିବାରୁ ଅନେକ କ୍ରୁ ମେମ୍ବର ସମୁଦ୍ରକୁ ଡେଇଁପଡ଼ିଥିଲେ । ଫଳରେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭାରତୀୟ ବୋଲି ସୂଚନା ମିଳିଛି ।
ଆପଣ କେବେ ଭୁବନେଶ୍ୱରର ସାହି ରାସ୍ତାରେ ଯାଇଛନ୍ତି ? ମୁଖ୍ୟ ରାସ୍ତା ଚକାଚକ୍ କିନ୍ତୁ ଏଠି ସାହି ଭିତରକୁ ପଶିଲେ ଅସଲ ସ୍ମାର୍ଟ ସିଟିର ଚେହେରା ପଦାରେ ପଡ଼ିଯିବ। କେଉଁଠି ଖାଲଖମା ତ ପୁଣି କେଉଁଠି ପାଚେରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି ଲୋକେ।
ଠିକାଦାରଙ୍କୁ ଦାଦା ବଟି ମାଗିଲେ ଓ ତା’ପରେ ବୋମାମାଡ଼ କଲେ। ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ।
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୭.୦୭ ଗତେ ବିଛା । ତିଥି- ୧୦ମୀ ଦିବା ୦୨.୫୧ ଗତେ ୧୧ଶୀ । ଆଜି ଆପଣ କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି କି ? ଜାଣିନିଅନ୍ତୁ ସମୟ....
ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’।
ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତି ଦିନକୁ ଦିନ ପ୍ରମୁଖ ପ୍ରସଙ୍ଗ ପାଲଟିବାରେ ଲାଗିଛି। ସମସ୍ତେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ପରିବେଶର ସୁରକ୍ଷା ପାଇଁ କିଛି କରିବା ଉଚିତ।
ହେପାଟାଇଟିସର କାରଣ ମୁଖ୍ୟତଃ ଏହି ଭୂତାଣୁ ହେଲେ ମଧ୍ୟ ଅନେକ ବାହ୍ୟ କାରକ ମଧ୍ୟ ଏଥିପାଇଁ ଦାୟୀ । ଯେପରିକି ଆଲକହଲ ବା ମଦ୍ୟପାନ କରିବା, ଅନ୍ୟ କୌଣସି ଔଷଧର ସାଇଡ୍ ଇଫେକ୍ଟ ଯୋଗୁଁ ମଧ୍ୟ ଯକୃତ ପ୍ରଭାବିତ ହୁଏ, ବେଳେବେଳେ ଆମର ଇମ୍ୟୁନୋ ସିଷ୍ଟମ୍ ବା ରୋଗ ପ୍ରତିରୋଧକାରୀ ଶକ୍ତି ମଧ୍ୟ ଯକୃତ ଉପରେ ପ୍ରଭାବ ପକାଏ ଯାହାକୁ ଅଟୋ ଇମ୍ୟୁନୋ ଡିଜଅର୍ଡ଼ର ବୋଲି ଆମେ କହିଥାଉ ।
ହେପାଟାଇଟିସ୍ ଏବଂ ଯକୃତ ସମ୍ବନ୍ଧୀୟ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିନାରୁ ଆସନ୍ତୁ ବିଶ୍ୱ ହେପାଟାଇଟିସ୍ ଦିବସର ଇତିହାସ, ମହତ୍ତ୍ୱ ଏବଂ ଏହି ଚଳିତ ବର୍ଷର ଥିମ୍ ବିଷୟରେ ଜାଣିନେବା।
ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ ।
ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି ।
ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପ୍ରତିବର୍ଷ ଏକାସଙ୍ଗେ ଅନୁଷ୍ଠିତ ହେବ। ତେବେ ବିସ୍ତୃତ ପରୀକ୍ଷା କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି କହିଛି ବୋର୍ଡ।
ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ ।
ମନୋରଞ୍ଜନର ମାଧ୍ୟମ ସାଜିଛି କି ମରଣଯନ୍ତା ? ରିଲ୍ସ ବା ସର୍ଟ ଭିଡିଓ ନେଉଛି କି ଜୀବନ ? ଯୁବପିଢିଙ୍କ ପାଇଁ ସର୍ଟ ଭିଡିଓ ସାଜିଛି କି ସାଇଲଣ୍ଟ କିଲର ? ଭିଡିଓ ସୁଟ୍ ବେଳେ ଆସାବଧାନତା ସାଜୁଛି କି କାଳ ? କାର୍ଗିଲ ବିଜୟ ଦିବସରେ ଜଣେ ଯବାନଙ୍କ ଅକାଳ ମୃତ୍ୟୁ ଘଟିଛି ଏଭଳି ରିଲସ୍ ନିଶା ଯୋଗୁଁ ।
ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଚଢାଇ ନଦେବାର କଳଙ୍କିତ ପ୍ରଥା ଉପରେ ବ୍ରେକ୍ ଦେବାକୁ ପରିବହନ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।