/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690374798.jpg)
World Hepatitis Day 2023 history importance and theme
‘ହେପାଟାଇଟିସ୍’ ଯକୃତ ସହିତ ଜଡିତ ଏକ ଗୁରୁତର ରୋଗ। ଭାଇରାଲ୍ ସଂକ୍ରମଣ କାରଣରୁ ହେଉଥିବା ଏହି ରୋଗ ହେତୁ ଯକୃତ ସହିତ ଜଡିତ ଅନେକ ସମସ୍ୟା ଦେଖାଯାଏ। ଯକୃତ ଯନ୍ତ୍ରଣା ଠାରୁ ଆରମ୍ଭ କରି ଯକୃତ କର୍କଟ ଏଥିରେ ସାମିଲ।
ହେପାଟାଇଟିସ୍ ଏବଂ ଯକୃତ ସମ୍ବନ୍ଧୀୟ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିନାରୁ ଆସନ୍ତୁ ବିଶ୍ୱ ହେପାଟାଇଟିସ୍ ଦିବସର ଇତିହାସ, ମହତ୍ତ୍ୱ ଏବଂ ଚଳିତ ବର୍ଷର ଥିମ୍ ବିଷୟରେ ଜାଣିନେବା।
ଅଧିକ ପଢ଼ନ୍ତୁ: ଯକୃତ ଜନିତ ରୋଗ କ’ଣ ? କେମିତି ଏହି ମାରାତ୍ମକ ରୋଗର କରିବେ ନିରାକରଣ
ଇତିହାସ:
ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଡକ୍ଟର ବାରୁକ୍ ବ୍ଲୁମବର୍ଗ ହେପାଟାଇଟିସ୍ ବି ଭାଇରସ୍ (HBV) ଆବିଷ୍କାର କରିବା ପରେ ଏକ ଡାଇଗ୍ନୋଷ୍ଟିକ୍ ପରୀକ୍ଷା ଏବଂ ଜୀବାଣୁ ଚିକିତ୍ସା ପାଇଁ ଏକ ଟିକାର ମଧ୍ୟ ବିକାଶ କରିଥିଲେ। ଡକ୍ଟର ବ୍ଲୁମବର୍ଗଙ୍କ ଆବିଷ୍କାରର ସମ୍ମାନରେ ତାଙ୍କ ଜନ୍ମଦିନ ଜୁଲାଇ ୨୮ରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୨୦୦୮ମସିହାରେ ପ୍ରଥମ ଥର ପାଇଁ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଇଥିଲା।
ମହତ୍ତ୍ୱ:
ସଚେତନତା ଅଭାବରୁ ସମଗ୍ର ବିଶ୍ୱର ଲୋକମାନେ ହେପାଟାଇଟିସ୍ର ଶିକାର ହେଉଛନ୍ତି। ଏହି ଗୁରୁତର ରୋଗ କାରଣରୁ ଯକୃତ ସହିତ ଜଡିତ ସମସ୍ୟା ହେତୁ ମୃତ୍ୟୁର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ଅବସରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଲୋକମାନଙ୍କୁ ଏହି ରୋଗ ବିଷୟରେ ସଚେତନ କରାଯାଏ।
ଚଳିତ ବର୍ଷର ଥିମ୍:
ଚଳିତ ବର୍ଷର ବିଶ୍ୱ ହେପାଟାଇଟିସ୍ ଦିବସର ଥିମ୍ ହେଉଛି 'ୱାନ୍ ଲାଇଫ୍ ୱାନ୍ ଲିଭର'(ଗୋଟିଏ ଜୀବନ ଗୋଟିଏ ଯକୃତ)। ବିଭିନ୍ନ ସଚେତନତା ମାଧ୍ୟମରେ ୨୦୩୦ ସୁଦ୍ଧା ଯକୃତର ସ୍ୱାସ୍ଥ୍ୟକୁ ବିକଶିତ କରି ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବାର ଲକ୍ଷ୍ୟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)