• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଝି ସମୁଦ୍ରରେ ଜଳିଗଲା ଜାହାଜ । ପ୍ରାୟ ୩ ହଜାର କାର ବୋଝେଇ ଏକ ଜାହାଜ ମଝି ସମୁଦ୍ରରେ ଜଳିଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଜାହାଜଟି ଜର୍ମାନୀରୁ ଇଜିପ୍ଟ ଯାଉଥିଲା । ଜାହାଜଟି ସମୁଦ୍ରରେ ଯାଉଥିବା ସମୟରେ ନିଆଁ ଲାଗିଯାଇଥିଲା । ଡଚ୍ ଉପକୂଳ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଜାହାଜର ଜଣେ କ୍ରୁ ମେମ୍ବରଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ଜାହାଜରେ ହଠାତ୍‌ ନିଆଁ ବ୍ୟାପିଯିବାରୁ ଅନେକ କ୍ରୁ ମେମ୍ବର ସମୁଦ୍ରକୁ ଡେଇଁପଡ଼ିଥିଲେ । ଫଳରେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭାରତୀୟ ବୋଲି ସୂଚନା ମିଳିଛି । ମଙ୍ଗଳବାର ରାତିରେ ଫ୍ରିମେଣ୍ଟେଲ ହାଇୱେ ନାମକ କାର୍ଗୋ ଜାହାଜରେ ନିଆଁ ଲାଗିଯାଇଥିଲା ।

ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ନେଦରଲ୍ୟାଣ୍ଡସ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଜାହାଜଜରେ ୨୧ ଜଣ ଭାରତୀୟୟ କ୍ରୁ ମେମ୍ବର ଥିଲେ । ଆହତ ସମସ୍ତ କ୍ରୁ ସଦସ୍ୟଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି । ଡଚ୍ କୋଷ୍ଟଗାର୍ଡ ପକ୍ଷରୁ ଜାହାଜର ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚାଲିଛି ।

ତେବେ ଅଧିକ ପାଣି ମାଡ଼ କଲେ ଜାହାଜ ବୁଡ଼ି ଯିବା ଆଶଙ୍କା ଥିବା ଡଚ୍ କୋଷ୍ଟ ଗାର୍ଡ କହିଛି । ତେଣୁ ନିଆଁକୁ ଆୟତ୍ତ କରିବା ପାଇଁ ସମୟ ଲାଗୁଛି । ଜାହାଜର ନିଆଁ ଆୟତ୍ତ ପାଇଁ ଆହୁରି ସମୟ ଲାଗିବ ବୋଲି ଡଚ କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଜାହାଜରେ ବୋଝେଇ ହୋଇଥିବା ୩ ହଜାର କାରରୁ ଅଧିକାଂଶ ଇଲେକ୍ଟ୍ରିକ୍‌ କାର ଥିଲା ।

ତେବେ ମୋଟ କାର ମଧ୍ୟରୁ ୩୫୦ କାର ମର୍ସିଡିଜ୍ ବେଞ୍ଜ କଂପାନିର ଥିଲା ବୋଲି ସୂଚନା ମିଳିଛି । ଅନ୍ୟ କାର୍‌ ଗୁଡ଼ିକ BMW ବୋଲି ଜଣାପଡ଼ିଛି । ତେବେ ଜାହାଜଟିରେ କିପରି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଜାରି ରହିଛି ।