• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଆଉ ହଟ୍‌ଷ୍ଟାର ୟୁଜର ସେୟାର କରିପାରିବେନି ପାସ୍‌ୱାର୍ଡ । ଏଭଳି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ହଟ୍‌ଷ୍ଟାର । ପ୍ରଥମେ ୱାଲ୍ଟ ଡିଜନି ଇଣ୍ଡିଆ ନେଟଫ୍ଲିକ୍ସ ଏଭଳି ପନ୍ଥା ଆପଣାଇଥିବା ବେଳେ ଏବେ ହଟ୍‌ଷ୍ଟାର ମଧ୍ୟ ସମାନ ପଥ ଆପଣାଇବାକୁ ଯାଉଛି । ପାସ୍‌ୱାର୍ଡ ସେୟାରିଂ ଅପ୍‌ସନ୍‌ ବନ୍ଦ କରିବାକୁ ଯାଉଛି ହଟ୍‌ଷ୍ଟାର ।

ତେବେ ଏଭଳି ଚର୍ଚ୍ଚା ଆରମ୍ଭ ହେବା ପରେ ସାଧାରଣରେ ଅସନ୍ତୋଷ ଦେଖାଯାଇଛି । ହଟ୍‌ଷ୍ଟାର ୟୁଜର୍ସ, ସଂସ୍ଥାର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଅନେକ ୟୁଜର କହିଛନ୍ତି ହଟ୍‌ଷ୍ଟାର ନଦେଖିଲେ ଆମର କିଛି ଅସୁବିଧା ହେବ ନାହିଁ । ଅନେକ ଭଲ ଭଲ ଲୋକାଲ OTT ପ୍ଲାଟ୍‌ଫର୍ମ ଏବେ ଆମ ପାଖରେ ରହିଛି । ତେଣୁ ହଟ୍‌ଷ୍ଟାରର ଆଉ ବିଶେଷ ଆବଶ୍ୟକତା ବି ନାହିଁ । ତେବେ ହଟ୍‌ଷ୍ଟାରର ନୂଆ ନିୟମ ଅନୁସାରେ ମାତ୍ର ୪ ଜଣଙ୍କୁ ହିଁ ପାସ୍‌ୱାର୍ଡ ସେୟାର କରିହେବ ।

ଅଧିକ ପଢ଼ନ୍ତୁ: ଆପଣ ଏମିତି ରଖିଛନ୍ତି କି ପାସ୍‌ୱାର୍ଡ ? ୧ ମିନିଟ୍‌ ଭିତରେ ହୋଇଯିବ ହ୍ୟାକ୍‌..!

ଡିଜନି + ହଟଷ୍ଟାରର ପ୍ରିମିୟମ ଆକାଉଣ୍ଟ ପାସୱାର୍ଡ ବର୍ତ୍ତମାନ ଭାରତୀୟ ବଜାରରେ ୧୦ ଜଣଙ୍କ ସହ ସେୟାର ହୋଇପାରିବା ଭଳି ସୁବିଧା ରହିଛି । ଏହାସହ ସମସ୍ତେ ନିଜ ଡିଭାଇସରେ ସମାନ ଆକାଉଣ୍ଟ ବ୍ୟବହାର କରିପାରିବେ ବୋଲି ନିୟମ ରହିଛି । କିନ୍ତୁ ଏଭଳି ସୁବିଧା ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି । ବର୍ତ୍ତମାନ କେବଳ ଚାରି ଜଣଙ୍କୁ ହିଁ ପାସ୍‌ୱାର୍ଡ ସେୟାର କରିହେବ । ତାହା ପୁଣି ସେହି ଗୋଟିଏ ଆକାଉଣ୍ଟରେ ।

ରିପୋର୍ଟ ଅନୁଯାୟୀ, ଡିଜ୍‌ନି + ହଟଷ୍ଟାର ଏହି ନୂଆ ପଲିସିକୁ ପରୀକ୍ଷା ମୂଳକ ଭାବେ କିଛି ସ୍ଥାନରେ ଲାଗୁ କରିଛି । ଖୁବ୍‌ଶୀଘ୍ର ଏହାକୁ ବିଦ୍ଧିବଦ୍ଧ ଭାବେ ସମସ୍ତଙ୍କ ପାଇଁ ଲାଗୁ କରିବ । କିନ୍ତୁ ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରକାର ବିବୃତ୍ତି ଜାରି କରାଯାଇ ନାହିଁ।

ଭାରତୀୟ ବଜାରରେ OTT କଥା କହିଲେ କେବଳ ଡିଜ୍‌ନି, ନେଟଫ୍ଲିକ୍ସ, ଆମାଜନ୍‌ ଓ ଜିଓ ସିନେମା ଖୁବ୍‌ ଲୋକପ୍ରିୟ । ଭାରତରେ ଡିଜ୍‌ନି + ହଟଷ୍ଟାର ୟୁଜର ୫୦ ମିଲିୟନରୁ ଅଧିକ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ଭୁଲି ଯାଇଛନ୍ତି କି ଫୋନ୍‌ ପାସ୍‌ୱାର୍ଡ ? ଜାଣନ୍ତୁ, ଘରେ ବସି କେମିତି କରିବେ ରିସେଟ୍‌...