• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଉଁଶ ବୁଦା...ଆଉ ତା’ ଭିତରେ ଶୋଇଛନ୍ତି ଜଣେ ବୃଦ୍ଧ । ଦଉଡିଆ ଖଟିଆରେ ସିଏ ଯେମିତି ଶୋଇଛନ୍ତି ଯେ ଦେଖିଲେ ଯିଏ ନାହିଁ ସିଏ କହିବ ରୋଗରେ ପଡିଛନ୍ତି । ହେଲେ ସିଏ ଘରେ ନଶୋଇ ବାଉଁଶ ବୁଦା ତଳେ କାହିଁକି ଶୋଇଲେ ? ହେଲେ ଘଟଣା ପଛରେ ଥିବା କାହାଣୀ ଜାଣିଲେ ଆପଣଙ୍କ ଆଖିରେ ବି ଜକେଇ ଆସିବ ଲୁହ ।

ସୁନ୍ଦରଗଡ଼ ନୂଆଗାଁ ଅଙ୍କୁରପାଲୀ ପଞ୍ଚାୟତ ଲାନକୋଇ ମୁଣ୍ଡାରୀ ବସ୍ତିର ଟୁକୁଲୁ ମୁଣ୍ଡାରୀ । ବୟସ ଥିବା ବେଳେ ଯାହା ଯେମିତି ରୋଜଗାର କରି ପରିବାର ଚଳାଉଥିଲେ ହେଲେ ବୟସ ଯିବା ପରେ ଏବେ ସେ ବିଛଣାରେ । ପରିବାର କହିଲେ ଏବେ କେହି ନାହାନ୍ତି । ସେଇଥି ପାଇଁ ତ ରୋଗରେ ପଡିବା ପରେ ପୂରା ଅସହାୟ ହୋଇ ପଡିଛନ୍ତି । ୬ ମାସ ହେଲାଣି ବିଛଣାରୁ ସେ ଉଠିପାରୁନାହାନ୍ତି କି ବସିପାରୁନାହାନ୍ତି । ନିଜର ବୋଇଲେ କିଛି ନାହିଁ...ସେଇଥି ଲାଗି ତ ବାଉଁଶ ବୁଦାରେ ଶୋଇ କାଟୁଛନ୍ତି ଜୀବନ ।

ଟୁକୁଲୁଙ୍କ ଦୁଃଖ ଏତିକିରେ ସରିନି । ଘରଦ୍ୱାର ନଥିବାରୁ ଖରା ବର୍ଷାରେ ଦଉଡ଼ିଆ ଖଟରେ ବିତୁଛି ଜୀବନ । ତାଙ୍କର ଯନ୍ତ୍ରଣା ଦେଖି କେତେବେଳେ ଗାଁ ଲୋକ କଣ ଖୁଆଇ ଦେଉଛନ୍ତି, କଣ ଟିକିଏ ପିଆଇ ଦେଉଛନ୍ତି । ଯଦି ସେମାନେ କିଛି ନଦେଲେ ତାହାଲେ ଭୋକ ଉପାସରେ ଦିନ କାଟୁଛନ୍ତି ଟୁକୁଲୁ । ଭଲ ଥିଲା ବେଳେ ସରକାରୀ ଯୋଜନାରେ ଖଣ୍ଡେ ଘର ପାଇବାକୁ ଅପିଲ୍‌ କରିଥିଲେ । ସରକାରୀ ଘର ବି ତାଙ୍କୁ ମିଳିଥିଲା ହେଲେ ତାହା ବି ହୋଇପାରିଲା ନାହିଁ ।

୭୩ ବର୍ଷର ଟୁକୁଲଙ୍କ ଦୁଃଖ ଏତିକିରେ ସରିନି  ବରଂ ଖଟିଆରେ ଶୋଇ ଅଭିଯୋଗ କରିଛନ୍ତି ଗରିବଙ୍କ ଲାଗି କେତେ କଣ ଯୋଜନା କରୁଛନ୍ତି ସରକାର । ହେଲେ ମତେ ଖଣ୍ଡେ ଘର ମିଳୁନି । ଆଉ ବୟସର ଅପରାହ୍ମରେ ଏବେ ବାଉଁଶ ବୁଦା ହିଁ ତାଙ୍କର ପାଲଟିଛି ସାହାଭରସା । ତେଣୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଟୁକୁଲଙ୍କ ଅସହାୟତା ସମ୍ପର୍କରେ ପାନପୋଷ ଉପଜିଲ୍ଲାପାଳଙ୍କୁ ଆମେ ଅବଗତ କରିଥିଲୁ । ସବୁ ଜାଣିବା ପରେ ବିଡିଓଙ୍କୁ ତଦନ୍ତ କରି ତୁରନ୍ତ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗରିବ ଓ ଖଟିଖିଆଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ରାଜ୍ୟ ସରକାର । ପ୍ରତିଘରେ ଖାଦ୍ୟ ପହଞ୍ଚୁଥିବା ନେଇ ସରକାର ବାରମ୍ବାର ଡିଣ୍ଡିମ୍ବ ପିଟୁଛନ୍ତି । ହେଲେ ପ୍ରକୃତରେ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

 

  • Reported by:
  • Rakesh Kumar Sahoo