Advertisment

ଜଙ୍ଗଲକୁ ଚଢ଼ାଉ ପାଇଁ ଯାଇଥିଲେ, ଖଣ୍ଡାରେ ହାଣି ପକାଇଲେ ମଦ ମାଫିଆ...

ରେଡ୍‌ ବେଳେ ମଦ ମାଫିଆଙ୍କ ଆକ୍ରମଣ। ଖଣ୍ଡାରେ ଆକ୍ରମଣ କରିବା ସହ ସହ ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମଦ ମାଫିଆ।

author-image
Rajalaxmi Sahoo
Excise team attacked during liquor raid in Khuntuni

Excise team attacked during liquor raid in Khuntuni

ରେଡ୍‌ ବେଳେ ମଦ ମାଫିଆଙ୍କ ଆକ୍ରମଣ। ଖଣ୍ଡାରେ ଆକ୍ରମଣ କରିବା ସହ ସହ ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମଦ ମାଫିଆ। କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ବେଳେ ମଦ ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଆଜି ଅବକାରୀ କର୍ମଚାରୀ ଡାଳୁଆ ଜଙ୍ଗଲକୁ ରେଡ୍‌ ପାଇଁ ଯାଇଥିଲେ। ହେଲେ ଏହି ସମୟରେ ମଦ ମାଫିଆ ଅବକାରୀ କର୍ମଚାରୀଙ୍କୁ ଖଣ୍ଡାରେ ହାଣିଥିବା ଅଭିଯୋଗ ହୋଇଛି। ମାଫିଆଙ୍କ ଅତର୍କିତ ଆକ୍ରମଣରେ ୪ କର୍ମଚାରୀ ଆହତ ହୋଇଛନ୍ତି।

ଆକ୍ରମଣ ସହ ମଦ ମାଫିଆମାନେ ଅବକାରୀ ଗାଡ଼ି ମଧ୍ୟ ଭାଙ୍ଗି ଦେଇଛନ୍ତି। ଘଟଣାସ୍ଥଳରେ ଖୁଣ୍ଟୁଣି ପୋଲିସ ସମେତ ଅବକାରୀ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment
Advertisment
Advertisment