/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699412745.jpg)
Lack of demand for earthen lamps
ଆଗକୁ ଆଲୋକର ପର୍ବ ଦୀପାବଳି । ଘର ଝଲସିବ ଦୀପ ଓ ଆଲୋକମାଳାରେ । କିନ୍ତୁ ବର୍ତ୍ତମାନ ଦୀପର ବ୍ୟବହାର ଆଉ ଆଗ ଭଳି ନାହିଁ । ଆଧୁନିକ ଲାଇଟ ଓ ଚାଇନା ଦୀପ ବର୍ତ୍ତମାନ ମାଟି ଦୀପର ଜାଗା ନେଇ ସାରିଛି ।
ଦୀପାବଳି ଆସିଲେ କୁମ୍ଭାର ପରିବାର ଭଲ ଆୟ କରିବାକୁ ଲକ୍ଷ୍ୟ ରଖିଥାଏ । କିନ୍ତୁ ମାଟି ଦୀପର ଚାହିଦା କମି ଯାଇଥିବାରୁ କୁମ୍ଭାର ମଧ୍ୟ ଆଲୋଡ଼ା ହୋଇ ଗଲାଣି । କିଏ ଶୁଣିବ କୁମ୍ଭାର ଦୁଃଖ .. ବିଲୁପ୍ତ ହୋଇ ଯିବକି କୁମ୍ଭାରର ବୃତ୍ତି ..
ବାଲେଶ୍ବର ଜିଲ୍ଲା ପୁରୁଣା ବାଲେଶ୍ବରର ଅଞ୍ଚଳର କୁମ୍ଭାର କାରିଗର । ସାତ ପୁରୁଷ ଧରି ଏମାନେ ଏହି ବୃତ୍ତିରେ ଲିପ୍ତ । କିନ୍ତୁ ଆଜି ଏମାନଙ୍କର କୌଳିକ ବୃତ୍ତି ଘୋର ସଙ୍କଟରେ । ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି ଏମାନେ ।
ଭିନ୍ନ ଭିନ୍ନ ଆକୃତିର ଦୀପ ତିଆରି କରିବା ସହ ରଙ୍ଗ ବେରଙ୍ଗର ଦୀପ ମଧ୍ୟ ପ୍ରସ୍ତୁତ କରି ଥାଆନ୍ତି ଏମାନେ । ଚକିରେ କାଦୁଅ ପକାଇ ପ୍ରସ୍ତୁତ ହୁଏ ଦୀପ । ଏତେ କଷ୍ଟ ପରେ ମଧ୍ୟ ପାରିଶ୍ରମିକ ଆକାରରେ ଯାହା ମିଳେ, ପେଟକୁ ଗଣ୍ଡେ ଖାଇବା ମଧ୍ୟ ହୁଏ ନାହିଁ । ଲାଭ ବୋଇଲେ କିଛି ନାହିଁ । ଏତେ ପରିଶ୍ରମ ପରେ ମଧ୍ୟ ଚାହିଦା ନଥିବାରୁ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଲେଣି ଅନେକ ପରିବାର ।
ଭୁଲି ଗଲେଣି ଦୀପାବଳିର ପରମ୍ପରା । ଆଧୁନିକ ଲାଇଟ ଓ ଚାଇନା ଦୀପ ଲୋକଙ୍କୁ କରୁଛି ଆକୃଷ୍ଟ । ଏହା କୁମ୍ଭାର ପରିବାର ପ୍ରତି ଶକ୍ତ ପ୍ରହାର ସଦୃଶ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)