ଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମଧ୍ୟ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ।
ତେବେ ପ୍ରଶ୍ନ ଉଠୁଛି ସୁଭଦ୍ରା ଯୋଜନାରେ କେମିତି ତାଲିକାଭୁକ୍ତ ହୋଇଗଲେ ପୁରୁଷ ? ଏହି ଯୋଜନାରେ ପୁରୁଷମାନେ ଆବେଦନ କରିବା ପାଇଁ କିଛି ଗଳାବାଟ ଥିଲା କି ? ପୁରୁଷମାନେ ଯଦି ସୁଭଦ୍ରା ଆବେଦନ କଲେ ସରକାର କିପରି ଜାଣି ପାରିଲେନାହିଁ ?
କାଣି ଆଙ୍ଗୁଠି ଓ ଅନାମିକା ଆଙ୍ଗୁଠି ମଧ୍ୟରେ ଥିବା ରେଖାରୁ କୌଣସି ବ୍ୟକ୍ତି ମାନସିକ ଭାବରେ କିଭଳି ତାହା ଜଣା ପଡିଥାଏ। କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖା ମଧ୍ୟରେ ଥିବା ଦୂରତାରୁ ଏହା ନିର୍ଦ୍ଧାରଣ କରାଯାଏ।
ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବାବେଳେ ରଶ୍ମିକା ମନ୍ଦାନାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ତାଙ୍କର ମୁହଁକୁ ଲୁଚାଇ ଦେଇଥିଲେ ଏବଂ ଛୋଟେଇ ଛୋଟେଇ ଚାଲୁଥିଲେ।
ବିଫଳ ହେଲା ପ୍ରାଣୀ ଚିକିତ୍ସକଙ୍କ ପ୍ରଚେଷ୍ଟା । ସ୍ବତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ଚାଲିଥିବା ଚିକିତ୍ସା ହେଲା ଫେଲ୍।
ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଗତବର୍ଷ ଆଜିର ଦିନରେ ଗର୍ଭଗୃହରେ ମର୍ଯାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା।
କାଳିଆ ପାଖରେ ମାନସିକ । ବିଶ୍ବର କଲ୍ୟାଣ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିଲା ଯାତ୍ରା । ଦଣ୍ଡ ପ୍ରଣାମ କରି ୨ମାସ ପରେ ପହଞ୍ଚିଛନ୍ତି ଦୁଇ ଭକ୍ତ ।
କଣାସ ଡାଇରିଆକୁ ନେଇ ବଢିଲା ଚିନ୍ତା। ଦୟାନଦୀର ବିଷାକ୍ତ ପାଣି ବ୍ୟବହାର କରି ୮ ଦିନ ଭିତରେ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ତେବେ ଜନସ୍ବାସ୍ଥ୍ୟ ବିଭାଗ ଜଣଙ୍କ ମୃତ୍ୟକୁ ସ୍ବୀକାର କରିଛି।
୧୩ଟି ସିନ୍ କାଟିବା ପରେ ମଧ୍ୟ ପଞ୍ଜାବରେ ଚଳଚ୍ଚିତ୍ରକୁ ଇମରଜେନ୍ସିକୁ ବ୍ୟାନ୍ କରାଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କଙ୍ଗନା ।
ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କିଛି ସମୟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଆମେରିକାର ସବୁଠାରୁ ବଡ କର୍ମଚାରୀ ସଙ୍ଗଠନ ଡୋଜ (DOGE) ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।
ଶୋ’ର ପ୍ରଥମ କୋଟିପତି ହର୍ଷବର୍ଦ୍ଧନ ନଭାଥେଙ୍କୁ ଦୀର୍ଘ ୨୫ ବର୍ଷ ପରେ 'କେବିସି'କୁ ଅଣାଯାଇଛି। ଏହି ଶୋ’ର ପ୍ରଥମ ବିଜେତା ହୋଇଥିବା ହର୍ଷବର୍ଦ୍ଧନ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବହୁତ ଉତ୍ସାହିତ ଦେଖାଯାଇଥିଲେ। ତାଙ୍କ ଅଭିଜ୍ଞତା ବାଣ୍ଟିବାବେଳେ ସେ କହିଥିଲେ ଯେ ଶୋ’ ତାଙ୍କ ଜୀବନକୁ ବଦଳାଇ ଦେଇଛି।
ସୌରଭଙ୍କ ଶେଷ ମୋବାଇଲ୍ ଲୋକେସନ୍ ଇଛାପୁରମ୍ ଥିବା ପରିବାର ଲୋକ କହିଛନ୍ତି। ପୁଅକୁ ଖୋଜି ଆଣିବାକୁ ପୁଲିସ ଓ ନୌସେନାକୁ ନିବେଦନ କରିଛନ୍ତି ମା’।
ଗଜପତି ଜିଲ୍ଲାର ମୋହନା ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି। ଗାଁକୁ ସଡକ ନ ଥିବା କାରଣରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ଫଳରେ ୨ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ।
ଟ୍ରମ୍ପ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କୌଣସି ଘୋଷଣା କରିନଥିଲେ ସୁଦ୍ଧା ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି କୁହାଯାଇପାରିବ ନାହିଁ । ମେକ୍ ଆମେରିକା ଗ୍ରେଟ୍ ଏଗେନ ଭିଜନ ସହ ସତ୍ତାକୁ ଆସିଥିବା ଟ୍ରମ୍ପ କୌଣସି ସମୟରେ କିଛି ବି ନିଷ୍ପତ୍ତି ନେଇପାରନ୍ତି । ସାରା ଗତିବିଧିକୁ ଆମେରିକାରେ କେନ୍ଦ୍ରିତ କରିବା ଲକ୍ଷ୍ୟରେ ସେ ହ୍ୱାଇଟ ହାଉସ ଫେରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆମେରିକାକୁ ଅଗ୍ରାଧିକାର ଦେବା ସହ ପ୍ରାଥମିକତା ହେବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ ।
ବଜାରରୁ ବିସ୍କୁଟ୍ କିଣିବା ବେଳେ କେବେ ଥରେ ତାହାର ପଛପାଖରେ ଥିବା ଉପାଦାନ ବା କମ୍ପୋଜିସନ୍ ପଢ଼ନ୍ତୁ। ଦେଖିବେ ଏଥିରେ କେବଳ ମଇଦା, ସାଚୁରେଟେଡ୍ ଫ୍ୟାଟ୍ ବା ତେଲ ଓ ସୁଗାର ବା ଚିନି ଛଡ଼ା ଆଉ କିଛି ନାହିଁ।
ଭ୍ରମଣକାରୀ ଇଂଲଣ୍ଡକୁ ଘାଇଲା କରି ୫ ଟିକିଆ ଶୃଙ୍ଖଳାକୁ ଜିତିବା ସହ ଘରୋଇ ପରିବେଶରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ସିରିଜ୍କୁ ହାତେଇବାକୁ କସରତ କରିଛି ସୂର୍ଯ୍ୟ ବାହିନୀ ।
ଆପଣ ମଟନ୍ର ଝୋଳ ଅବା କଷା ଖାଇଥିବେ। ଆଜି କିନ୍ତୁ ଆମେ ଆପଣଙ୍କ ପାଇଁ ସ୍ୱାଦିଷ୍ଟ ଖାସି ମାଂସର ବେସର ପ୍ରସ୍ତୁତ କରିବୁ..
ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜର୍ସିରେ ପାକିସ୍ତାନ ନ ଲେଖିବା ପାଇଁ ଜିଦ ଧରିଛି। ଆଇସିସିର ନିୟମ ଅନୁସାରେ ଯେଉଁ ଦେଶରେ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ ସେହି ଦେଶର ନାମ ଜର୍ସିରେ ଲେଖିବାକୁ ପଡିଥାଏ।
ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଥାଏ। ତ୍ରୁଟିରେ ପୁରୁଷମାନେ ସୁଭଦ୍ରା ପାଇଁ ଆବେଦନ କରି ଦେଇଥିବେ। ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବା ଏକ ଅତି ସହଜ ଉପାୟ। କିନ୍ତୁ ମାଇକ୍ରୋୱେଭରେ କିଛି ଖାଦ୍ୟ ପଦାର୍ଥ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଏମିତି ୫ଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ମାଇକ୍ରୋୱେଭରେ ଭୁଲରେ ବି ଗରମ ହେବା ଉଚିତ ନୁହେଁ।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୧,୨୪୦ ଟଙ୍କା ରହିଛି ।
ବାଲେଶ୍ବରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ପ୍ରତିଦିନ ଚାଲିଛି ବିପଦପୂର୍ଣ୍ଣ ଯାତ୍ରା। ଗାଡ଼ି ବାହାରେ ଓହଳି ଯାଉଛନ୍ତି ଛାତ୍ରୀ । ଟ୍ରାଫିକ ପୋଷ୍ଟରେ ସଚେତନତା ଶୂନ, ଫାଇନ କାଟିବାରେ ବ୍ୟସ୍ତ ପ୍ରଶାସନ ।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି କ୍ବାଡ ସମ୍ମିଳନୀ। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଛନ୍ତି। ୱାଶିଂଟନ ଡିସିରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା।
ଡୋରରେ ମିରର୍ ଲଗାଇଲେ ଘର ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଏ। ଏଥିଯୋଗୁ ଆପଣଙ୍କ ଆୟର ସ୍ରୋତ ବି ପ୍ରଭାବିତ ହୋଇପାରେ।
ଆଉ କିଛି ଦିନ ପରେ ବାଜିଥାନ୍ତା ଶାହାନାଇ। ହାତକୁ ଦୁଇ ହାତ ହୋଇଥାନ୍ତେ କରନ। ନିଜର ଖୁସିର ସଂସାର ଗଢ଼ିଥାନ୍ତେ। ହେଲେ ସବୁ ଓଲଟପାଲଟ ହୋଇଯାଇଥିଲା। ଦୁର୍ଘଟଣାରେ କରନଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୨ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।