Advertisment

BCCI Not Ready to Write Pakistan: ଚାମ୍ପିୟନ୍ସ ଟ୍ରଫି ଜର୍ସିରେ ପାକିସ୍ତାନ ନ ଲେଖିବା ଜିଦରେ ଅଟଳ ବିସିସିଆଇ

ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜର୍ସିରେ ପାକିସ୍ତାନ ନ ଲେଖିବା ପାଇଁ ଜିଦ ଧରିଛି। ଆଇସିସିର ନିୟମ ଅନୁସାରେ ଯେଉଁ ଦେଶରେ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ ସେହି ଦେଶର ନାମ ଜର୍ସିରେ ଲେଖିବାକୁ ପଡିଥାଏ।

author-image
Saroj Kumar Jena
ଅଦ୍ୟତନ ହୋଇଛି
India

India

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ବିସିସିଆଇର ଜିଦକୁ ନେଇ ଅଡୁଆ ପରସ୍ଥିତି ଦେଖାଦେଇଛି। ଫେବୃୟାରୀ ୧୯ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ପାକିସ୍ତାନରେ ଅନ୍ୟ ସମସ୍ତ ଦଳ ଖେଳିବାକୁ ଯିବେ। ଅନ୍ୟ ପକ୍ଷରେ ଭାରତ ଏହାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ। ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା କାରଣ ପାଇଁ ଅନୁମତି ମିଳି ନ ଥିବା କାରଣରୁ ପାକିସ୍ତାନ ଗସ୍ତ କରି ନଥିଲା ଭାରତ। ଭାରତୀୟ ଦଳ ଏହି ଟୁର୍ନାମେଣ୍ଟକୁ ହାଇବ୍ରିଡ ମଡେଲରେ ଖେଳିବ।

Advertisment

ଭାରତ ପକ୍ଷରୁ ପ୍ରଥମେ ପାକିସ୍ତାନ ନ ଯିବା ପାଇଁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜର୍ସିରେ ପାକିସ୍ତାନ ନ ଲେଖିବା ପାଇଁ ଜିଦ ଧରିଛି। ଆଇସିସିର ନିୟମ ଅନୁସାରେ ଯେଉଁ ଦେଶରେ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ ସେହି ଦେଶର ନାମ ଜର୍ସିରେ ଲେଖିବାକୁ ପଡିଥାଏ। ତେବେ ବିସିସିଆଇ ପାକିସ୍ତାନ ନ ଲେଖିବା ପାଇଁ ଜିଦରେ ଅଟଳ ରହିଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଭାରତରେ ଅନୁଷ୍ଠିତ ଦିନିକିଆ କ୍ରିକେଟବିଶ୍ବକପରେ ମଧ୍ୟ ପାକିସ୍ତାନ କ୍ରିକେଟ ଦଳ ଏହାର ଜର୍ସିରେ ଭାରତ ଲେଖିଥିଲା।

ଅଧିକ ପଢ଼ନ୍ତୁ: ବିସିସିଆଇର ‘ଗମ୍ଭୀର’ ନିଷ୍ପତ୍ତି; ଘରୋଇ କ୍ରିକେଟ୍‌ ଖେଳ, ନହେଲେ ଟିମ୍‌ରେ ନାହିଁ ସ୍ଥାନ !

Advertisment

ଭାରତ ମନା କରିବା ପରେ ଏହି ଘଟଣାରେ ଆଇସିସିର ହସ୍ତକ୍ଷେପ ଲୋଡିଛି ପାକିସ୍ତାନ କ୍ରିକେଟ ବୋର୍ଡ। ଏହା ଆଇସିସିର ନିୟମ ହୋଇଥିବା ବେଳେ ଆଇସିସି ଏହାକୁ ଲାଗୁ କରିବା ନେଇ ପଦକ୍ଷେପ ନେବା ଉଚିତ ବୋଲି ପିସିବି ପକ୍ଷରୁ କୁହାଯାଇଛି। ପୂର୍ବରୁ ଭାରତୀୟ ଦଳ ଉଦଘାଟନୀ ସମାରୋହ ଏବଂ କ୍ୟାପଟେନ୍ସ ମିଟ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କୁ ନ ପଠାଇବା ପାଇଁ ନିଷ୍ପତ୍ତି ନେଇଛି।

କ୍ୟାପଟେନ୍ସ ମିଟରେ ସମସ୍ତ ଦଳର ଅଧିନାୟକ ଉପସ୍ଥିତ ରହିବାକୁ ଥିବା ବେଳେ କେବଳ ରୋହିତ ଶର୍ମା ଅନୁପସ୍ଥିତ ରହିବେ। ପାକିସ୍ତାନ ପକ୍ଷରୁ ଉପସ୍ଥିତି ନେଇ ଅନୁରୋଧ କରାଯାଇଥିଲେ ମଧ୍ୟ ବିସିସିଆଇ ମନା କରି ଦେଇଥିଲା। ଭାରତ ଏହାର ସମସ୍ତ ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳିବ। ଫେବୃୟାରୀ ୨୦ରେ ବାଂଲାଦେଶ, ୨୩ ତାରିଖରେ ପାକିସ୍ତାନ ଓ ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଭାରତ। ଭାରତ ଯଦି ନକଆଉଟ ରାଉଣ୍ଡକୁ ଉନ୍ନୀତ ହୁଏ ତେବେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଗୁଡିକ ମଧ୍ୟ ଦୁବାଇରେ ଖେଳିବ। ଉଲ୍ଲେଖଯୋଗ୍ୟ ଯେ, ଯଦି ଭାରତ ଫାଇନାଲରେ ପ୍ରବେଶ କରେ ତେବେ ଲାହୋର ପରିବର୍ତ୍ତେ ଦୁବାଇରେ ଫାଇନାଲ ଖେଳାଯିବ।

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ଦ୍ୱି-ସ୍ତରୀୟ ବ୍ୟବସ୍ଥା

ICC Cricket
Advertisment
Advertisment