ଆମେରିକା ସିଟିଜେନସିପ୍ ବା ନାଗରିକତ୍ବ ପାଇବା ପାଇଁ ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ ହୋଇଛି। ଆମେରିକା ପ୍ରଶାସନର ନିୟମ ଅନୁସାରେ ଆସନ୍ତା ଫେବ୍ରୁୟାରୀ ୨୦ ତାରିଖରୁ ଆମେରିକାରେ ଜନ୍ମ ନେଉଥିବା ଶିଶୁଙ୍କ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ ।
ସରକାର ଏବଂ ସଙ୍ଗଠନ ଭିତରେ ଗ୍ୟାପ୍ କମାଇବାକୁ କସରତ । ସରକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ରହୁନି ଦଳର ଇନଭଲ୍ଭମେଣ୍ଟ ।
ଜାନୁଆରୀ ନ ଯାଉଣୁ ବଢ଼ିଲାଣି ତାତି । କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାପମାତ୍ରା । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତକାଲି କୋରାପୁଟରେ ସର୍ବାଧିକ ତାପମାତ୍ରା ଥିଲା ୩୩.୨ ଡିଗ୍ରୀ ।
ମୋଟିଭେସନାଲ୍ ସ୍ପିକର ଅକ୍ଷତ ଗୁପ୍ତା କହିଛନ୍ତି, କେଉଁଠି ଲେଖାଯାଇଛି ଇଂରାଜୀ ଶିଖିବା ପାଇଁ ଏ ଫର୍ ଆପ୍ଲ, ବି ଫର୍ ବଲ୍, ସି ଫର୍ କେଟ ଓ ଡି ଫର୍ ଡଗ୍ ଶିଖିବାକୁ ପଡ଼ିବ। କାହିଁକି ଏ ଫର୍ ଅଗ୍ନି ଶିଖାଯାଉନି? ଏ ଫର ଅମ୍ୱା, ଅମ୍ୱିକା ଓ ଅମ୍ୱଳିକା କାହିଁକି ଶିଖାଯାଉନି?
ନେତାଜୀଙ୍କ ୧୨୮ ତମ ଜୟନ୍ତୀକୁ ମହାସମାରୋହରେ ପାଳନ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ।
ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ । ଏଥର ଆଉ ବରଦାସ୍ତ କରାଯିବନି ବିଶୃଙ୍ଖଳା ! ବିରୋଧୀ ଦଳ ବିଧାୟକ ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।
କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। ପୋଲିସ୍ ଆଗରେ ହତ୍ୟାକାରୀ ସ୍ବାମୀ ସବୁ ମାନିଛି।
ମାଧବୀଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ପରେ ପ୍ରେସର କୁକରରେ ସିଝାଇ ଥିଲା। ସିଝିଗଲା ପରେ ହାଡ ଓ ମାଂସ ଅଲଗା କରିଥିଲା। ତା’ପରେ ହେମଦସ୍ତାରେ ସିଝି ଯାଇଥିବା ଶରୀରକୁ ଛେଚି ଖଣ୍ଡ ବିଖଣ୍ଡିତ କରିଥିଲା। ଏହାପରେ ସେ ୩ ଦିନ ଧରି ସେ ଗୁଡ଼ିକୁ ପ୍ରେସର କୁକୁରରେ ଆଉ ଥରେ ସିଝାଇଥିଲା।
ଏଥର ସାବାଡ଼ ହେବେ ରୋଡ଼ ରୋମିଓ । ଗାଡ଼ିରେ ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ ଲଗାଇଲେ ଏଣିକି କଟିବ ଫାଇନ୍ । ରୋଡ଼ ରୋମିଓ ଓ ରଙ୍ଗିଲା ଡ୍ରାଇଭରଙ୍କ ଉପରେ ଲାଗିବ ରୋକ୍ ।
ଅଧିକରୁ ଅଧିକ ସହରକୁ ଏବେ ଟିପି ସ୍କିମରେ ସାମିଲ ପାଇଁ ଯୋଜନା ରହିଛି । ସହର ବଢ଼ାଇବାକୁ ଚେଷ୍ଟା କରାଯାଉଛି । ସହର ବଢ଼ିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ମଧ୍ୟ ଦୂର ହେବ ।
ଉତ୍କର୍ଷଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ ପ୍ରଥମେ ବିଜୟନଗରମ୍ ଷ୍ଟେସନ୍ ଯାଇ ଖୋଳତାଡ କରିଥିଲା।
ଟ୍ରେନ୍ରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରସାରିତ ହେବା ପରେ ଶତାଧିକ ଯାତ୍ରୀ ଭୟରେ ପୁଷ୍ପକ ଏକ୍ସପ୍ରେସରେ ଚେନ ପୁଲ୍ କରି ଡେଇଁ ପଡ଼ିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସଂପୃକ୍ତ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ।
ଗୁରୁବାର ଠାରୁ ରଣଜୀ ଟ୍ରଫି ଆରମ୍ଭ ହୋଇଥିବା ବେଳେ ଭାରତୀୟ ଦଳର ଏକାଧିକ ସୁପରଷ୍ଟାର ମଇଦାନକୁ ଓହ୍ଲାଇଥିଲେ। ତେବେ ପ୍ରଥମ ଦିନରେ ସମସ୍ତ ସୁପରଷ୍ଟାର ଖେଳାଳିଙ୍କ ଫ୍ଲପ ଶୋ ଦେଖିବାକୁ ମିଳିଛି।
କେନ୍ଦ୍ର ନୋଟିସ୍ ଦେଇ ପଚାରିଛି ଯେ, OLA-Uber ରେ ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି ?
ଅନନ୍ତପୁରରେ ଏକ ଘରୋଇ ଜୁନିୟର କଲେଜର + ୨ ପ୍ରଥମ ବର୍ଷରେ ପଢ଼ୁଥିଲେ କେ. ଚରଣ। ଭଲ ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ସକାଳେ କ୍ଲାସ୍ କରିବା ପାଇଁ ଯାଇଥିଲେ।
ମାତ୍ର ୫ଟି ସରଳ ଉପାୟ ଦ୍ୱାରା ସ୍ମୃତି ଶକ୍ତିକୁ ଅତି ସହଜରେ ବୃଦ୍ଧି କରାଯାଇ ପାରିବ ।
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହେବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଏହି ଘଟଣାରେ ପୋଲିସ୍ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।
ସରକାରୀ ଦଳ ବଜେଟ ଉପସ୍ଥାପନ କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଅଛି, ତାହାହେଲେ ଗଠନ ମୂଳକ ପରାମର୍ଶ ଦେଲେ, ତାହା ନିଶ୍ଚିତ ଭାବେ ଉପାଦେୟ ହେବ। ଯଦି ବିରୋଧୀମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତି, ତାହାହେଲେ ଚଳିତ ବିଧାନସଭାରେ ତାକୁ ବରଦାସ୍ତ କରାଯିବ ନାହିଁ।
ଧନୀ ବ୍ୟକ୍ତିଙ୍କ ଘରୁ ଲୁଟ୍ କରି ବାଂଲାଦେଶ ଚାଲିଯିବା ପାଇଁ ପ୍ଲାନ କରିଥିଲା ଅଭିଯୁକ୍ତ ।
ଏହି ଗାଡିର ନାଁ କାହିଁକି ‘ନନ୍ଦିଘୋଷ’ ରଖାଗଲା ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେଜର ରାଧିକା ସେନ୍। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାଁ ହେଉଛି ‘ନନ୍ଦିଘୋଷ’। ଏହା ରାସ୍ତାରେ ଆସୁଥିବା ସମସ୍ତ ଘାତ ପ୍ରତିଘାତ ଓ ବାଧାବିଘ୍ନକୁ ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ। ସେହିପରି ଏହି ନନ୍ଦିଘୋଷ ମଧ୍ୟ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବ।
ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ପ୍ରତି ବ୍ଲକ୍ରେ ୨୦୦ରୁ ୩୦୦ ଅଯୋଗ୍ୟ ରାସନ କାର୍ଡ ହାତିଧିକାରୀ ଅଛନ୍ତି। ତେଣୁ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ସରେଣ୍ଡର ପାଇଁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ।
ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ କିଏ ଓ କାହିଁକି ନବ ଦାସଙ୍କୁ ହତ୍ୟା କଲା? ଷଡ଼ଯନ୍ତ୍ରରେ କିଏ ଭାଗିଦାରୀ ? ଏସବୁ କଥା ନିଶ୍ଚିତ ଭାବେ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ପ୍ରଶ୍ନ ଉଠୁଛି ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡେ ଗଲେ? ସୌରଭ ଗାଏବ ହୋଇଯିବା ପଛରେ କ’ଣ ରହିଛି କାରଣ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ବି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯାଇଛି ସୌରଭଙ୍କ ନିଖୋଜ କାହାଣୀ। ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁଛି।
ନିଜ ଜୀବନ କାଳ ମଧ୍ୟରେ ସମୁଦାୟ ୩୭ ବର୍ଷ ବନ୍ଦୀ ଜୀବନ କାଟିଥିବା ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଫେବ୍ରୁଆରୀ ୨୮, ୧୮୮୪ରେ ସମସ୍ତଙ୍କ ଅଗୋଚରରେ ଗିରିଦୁର୍ଗ ମଧ୍ୟରେ ଶେଷ ନିଃଶ୍ଵାସ ତ୍ୟାଗ କଲେ। ହେଲେ ଅସୀମ ତ୍ୟାଗ ଓ ବୀରତ୍ଵର ପ୍ରତୀକ ବୀର ସୁରେନ୍ଦ୍ର ସାଏ ଆଜି ବି ଜଣେ ମହାନ୍ ଯୋଦ୍ଧା ରୂପେ ପ୍ରତିଟି ଭାରତୀୟଙ୍କ ମନରେ ଜୀବିତ ଅଛନ୍ତି।
ଆସନ୍ତା ଜାନୁଆରୀ ୨୮ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ଶୁଭାରମ୍ଭ ହେବ। ୨ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ।