Advertisment

KBC First Winner: ସ୍ୱପ୍ନ ଥିଲା IAS ଅଫିସର୍ ହେବା; KBC ଯୋଗୁଁ ହେଇପାରିଲେ ନାହିଁ

ଶୋ’ର ପ୍ରଥମ କୋଟିପତି ହର୍ଷବର୍ଦ୍ଧନ ନଭାଥେଙ୍କୁ ଦୀର୍ଘ ୨୫ ବର୍ଷ ପରେ 'କେବିସି'କୁ ଅଣାଯାଇଛି। ଏହି ଶୋ’ର ପ୍ରଥମ ବିଜେତା ହୋଇଥିବା ହର୍ଷବର୍ଦ୍ଧନ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବହୁତ ଉତ୍ସାହିତ ଦେଖାଯାଇଥିଲେ। ତାଙ୍କ ଅଭିଜ୍ଞତା ବାଣ୍ଟିବାବେଳେ ସେ କହିଥିଲେ ଯେ ଶୋ’ ତାଙ୍କ ଜୀବନକୁ ବଦଳାଇ ଦେଇଛି।

author-image
Pramod Behera
KBC First Winner Harshvardhan Nawathe

KBC First Winner Harshvardhan Nawathe

ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ 'କୌନ୍‌ ବନେଗା କରୋଡପତି' (କେବିସି) ଏବେ ମଧ୍ୟ ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏହି ଶୋ’ ପ୍ରସାରଣ ହେବାର ୨୫ ବର୍ଷ ହୋଇଯାଇଛି। ତେବେ ଏହି ମୁହୂର୍ତ୍ତକୁ ଖାସ କରିବା ପାଇଁ ଚ୍ୟାନେଲ୍ ତରଫରୁ ଶୋ’ରେ ଏକ ସ୍ୱତନ୍ତ୍ର ପ୍ରତିଯୋଗୀଙ୍କୁ ଡକାଯାଇ ଶୋ’ର ପ୍ରଶଂସକଙ୍କୁ ଉତ୍ସାହିତ କରାଯାଇଛି।

Advertisment

ଶୋ’ର ପ୍ରଥମ କୋଟିପତି ହର୍ଷବର୍ଦ୍ଧନ ନଭାଥେଙ୍କୁ ଦୀର୍ଘ ୨୫ ବର୍ଷ ପରେ 'କେବିସି'କୁ ଅଣାଯାଇଛି। ଏହି ଶୋ’ର ପ୍ରଥମ ବିଜେତା ହୋଇଥିବା ହର୍ଷବର୍ଦ୍ଧନ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବହୁତ ଉତ୍ସାହିତ ଦେଖାଯାଇଥିଲେ। ତାଙ୍କ ଅଭିଜ୍ଞତା ବାଣ୍ଟିବାବେଳେ ସେ କହିଥିଲେ ଯେ ଶୋ’ ତାଙ୍କ ଜୀବନକୁ ବଦଳାଇ ଦେଇଛି।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Advertisment
KBC First Winner Harshvardhan Nawathe KBCKBCର ପ୍ରଥମ କୋଟିପତି ହର୍ଷବର୍ଦ୍ଧନ ନଭାଥେ

ଚ୍ୟାନେଲ୍‌ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ହର୍ଷବର୍ଦ୍ଧନଙ୍କ ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ ସେ ତାଙ୍କ ବିଜୟ ପରେ ତାଙ୍କ ଜୀବନ ବିଷୟରେ କହିଛନ୍ତି। ଏତେ ବର୍ଷ ପରେ ଶୋ’କୁ ଫେରିବାର ଖୁସି ମଧ୍ୟ ପ୍ରକାଶ କରିଛନ୍ତି।

ହର୍ଷବର୍ଦ୍ଧନ କହିଛନ୍ତି – “ମୁଁ ଏହି ଶୋ’ରେ ବିଜେତା ହେବାର ବହୁତ ଦିନ ହେଇଗଲାଣି, କିନ୍ତୁ ଲୋକମାନେ ମୋତେ 'କେବିସି'ର ବିଜେତା ଭାବେ ଚିହ୍ନିଛନ୍ତି।”

'କେବିସି' ଦେଇଛି ନୂଆ ପରିଚୟ ଏବଂ ସମ୍ମାନ:

ଭିଡିଓରେ ହର୍ଷବର୍ଦ୍ଧନ କହିଛନ୍ତି – “୨୫ ବର୍ଷ ପରେ ଏହି ମଞ୍ଚକୁ ଆସିବା, ମୋତେ ଲାଗୁଛି ଯେପରି ମୁଁ ଘରକୁ ଫେରିଛି। ଏହି ଶୋ’ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ମୋତେ ପରିଚୟ, ଟଙ୍କା ଏବଂ ଲୋକଙ୍କ ଠାରୁ ବହୁତ ଭଲ ପାଇବା ଏବଂ ସମ୍ମାନ ଦେଇଛି। ମୁଁ ବହୁତ ଖୁସି ଯେ ଏତେ ବର୍ଷ ପରେ ମଧ୍ୟ ଲୋକମାନେ ମୋତେ ମନେ ରଖିଛନ୍ତି।”


ବହି ପଢିବାକୁ ପରାମର୍ଶ:

ହର୍ଷବର୍ଦ୍ଧନ ଲୋକ ଏବଂ ପ୍ରତିଯୋଗୀମାନଙ୍କୁ ତାଙ୍କ ଅଭିଜ୍ଞତା ସହିତ ବହି ପଢିବାକୁ ପରାମର୍ଶ ଦେଇଛନ୍ତି। ଜ୍ଞାନ ଏବଂ ଶିକ୍ଷା ତାଙ୍କ ଜୀବନରେ କିପରି ଏକ ବଡ ପରିବର୍ତ୍ତନ ଆଣିଲା ସେ କହିଛନ୍ତି। ସେତେବେଳେ ଦେଖାଯାଇଥିବା ଶୋ’ରେ, ତାଙ୍କର ଜିତିବାର ମୂହୁର୍ତ୍ତଗୁଡିକୁ ମଧ୍ୟ ପୁନର୍ବାର ପ୍ରଦର୍ଶିତ ହୋଇଥିଲା, ଯାହା ଲୋକଙ୍କୁ ଖୁବ ପ୍ରେରଣା ଦେଇଥିଲା।

KBC First Winner Harshvardhan Nawathe KBCପରିବାର ସହ KBCର ପ୍ରଥମ କୋଟିପତି ହର୍ଷବର୍ଦ୍ଧନ ନଭାଥେ

୨୫ ବର୍ଷର ସ୍ମୃତି ସତେଜ:

ଏହି ସ୍ୱତନ୍ତ୍ର ଏପିସୋଡ୍‌ଟି ଜାନୁଆରୀ ୨୦ରେ ପ୍ରସାରିତ ହୋଇଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ହର୍ଷବର୍ଦ୍ଧନ ନଭାଥେଙ୍କ ପ୍ରତ୍ୟାବର୍ତ୍ତନ ପୁଣି ୨୫ ବର୍ଷର ସୁବର୍ଣ୍ଣ ମୁହୂର୍ତ୍ତକୁ ସତେଜ କରିଦେଇଥିଲା।

ଅଧିକ ପଢ଼ନ୍ତୁ: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍

ପ୍ରେରଣାର ଉତ୍ସ:

'କୌନ୍ ବନେଗା କରୋଡପତି' କେବଳ ଏକ ଗେମ୍ ଶୋ’ ନୁହେଁ, ଏହାଠାରୁ ଅଧିକ ହୋଇପାରିଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନକୁ ପୂରଣ କରିପାରିଛି। କେବଳ ସେତିକି ନୁହେଁ ଏହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ। ଏହା କେବଳ ଲୋକଙ୍କୁ ମନୋରଞ୍ଜନ କରେନି, ଲୋକମାନେ ଏହି ଶୋ’ରୁ ଅନେକ ଜ୍ଞାନ ମଧ୍ୟ ପାଇଥା’ନ୍ତି।

KBC First Winner Harshvardhan Nawathe ପତ୍ନୀଙ୍କ ସହ KBCର ପ୍ରଥମ କୋଟିପତି ହର୍ଷବର୍ଦ୍ଧନ ନଭାଥେ

MNC ରେ କାମ, ପତ୍ନୀ ଜଣେ ଅଭିନେତ୍ରୀ:

ହର୍ଷବର୍ଦ୍ଧନ ନଭାଥେ ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି ଏବଂ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି। କର୍ପୋରେଟ୍ ସେକ୍ଟରରେ ତାଙ୍କର ଏକ ଭଲ ନାଁ ମଧ୍ୟ ଅଛି। ହର୍ଷବର୍ଦ୍ଧନଙ୍କର ଦୁଇଟି ପୁଅ ଅଛନ୍ତି ଏବଂ ତାଙ୍କ ପତ୍ନୀଙ୍କ ନାଁ ସାରିକା ହର୍ଷବର୍ଦ୍ଧନ ନଭାଥେ। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଖୁବ୍ ସକ୍ରିୟ ଏବଂ ତାଙ୍କର ସୁନ୍ଦର ଫଟୋ ଏବଂ ଭିଡିଓଗୁଡିକ ଖୁବ ଭାଇରାଲ୍ ମଧ୍ୟ ହୁଏ।


IAS ହେବାର ସ୍ୱପ୍ନ ଥିଲା:

ହର୍ଷବର୍ଦ୍ଧନଙ୍କ ସ୍ୱପ୍ନ ଥିବା ସେ ଜଣେ ଆଇଏଏସ୍ ଅଧିକାରୀ ହେବେ। କିନ୍ତୁ 'କୌନ୍‌ ବନେଗା କରୋଡପତି' କାରଣରୁ ଏହା ହୋଇ ପାରିଲା ନାହିଁ। ହର୍ଷବର୍ଦ୍ଧନ କହିଥିଲେ ଯେ ଯେତେବେଳେ ସେ 'କେବିସି'କୁ ଯାଇଥିଲେ, ସେତେବେଳେ ସେ ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ସେତେବେଳେ ତାଙ୍କୁ ଶୋ’ ପାଇଁ ମଧ୍ୟ ପ୍ରସ୍ତୁତି ହେବାକୁ ପଡିଲା। ଏହି କାରଣରୁ ସେ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ।

ଅଧିକ ପଢ଼ନ୍ତୁ: ‘କନ୍ନପ୍ପା’ର ପ୍ରଥମ ଝଲକ: ଭୋଳା ବାବାଙ୍କ ଅବତାରରେ ଅକ୍ଷୟ କୁମାର

Amitabh Bachchan Kaun Banega Crorepati KBC
Advertisment
Advertisment