୨୪ରୁ ଆବାସ ସର୍ଭେ । ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ । କୋହଳ ହେଲା ମାନଦଣ୍ଡ । ମୋଟର ସାଇକେଲ ଏବଂ ଫ୍ରିଜ୍ ଥିଲେ ବି ହୋଇପାରିବେ ସାମିଲ ।
ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।
ସାରା ଦେଶର ମୁଣ୍ଡ ତଳକୁ ନୁଆଁଇ ଦେଇଥିବା, ଲଜ୍ଜିତ କରିଥିବା କୋଲକାତା RG କର ମେଡିକାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି କୋର୍ଟଙ୍କ ରାୟ। ୫୭ ଦିନର ବିଚାର ପରେ ସଜା ଶୁଣାଇଛନ୍ତି ଅଦାଲତ ।
ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ ରହିଥିଲେ।
ଏଚଆରଏମଏସ୍ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୦୨ ଓ ଜଳେଶ୍ବରରେ ୧୮୦ ଜଣ ସରକାରୀ ଚାକିରିଆ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହାତୋଉଥିବା ଇକେୱାଇସିରୁ ଧରା ପଡ଼ିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି କାର୍ଡ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ।
ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି।
୨୦୨୨ରେ ବୟଫ୍ରେଣ୍ଡ ଶାରନ ରାଜଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଗ୍ରୀଷ୍ମା। ଉଭୟ ପରସ୍ପରକୁ ପ୍ରେମ କରୁଥିବା ବେଳ ଗ୍ରୀଷ୍ମା ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ।
ଆଜି ଆମେ ଆପଣଙ୍କୁ ଯେଉଁ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ତାଙ୍କର ସରଳତାରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ।
କିନ୍ନରଙ୍କ ଅଭିଯୋଗ ଦୀର୍ଘ ଦିନ ଧରି କେତେକ ପୁରୁଷ ଶାଢ଼ୀ ପିନ୍ଧି କିନ୍ନର ହୋଇ ଭିକ୍ଷାବୃତ୍ତି କରୁଛନ୍ତି। ଖାଲି ଭିକ୍ଷାବୃତ୍ତି କରୁନାହାନ୍ତି, ସରକାରୀ ସୁବିଧା ସୁଯୋଗ ହାତେଇ ନେଉଛନ୍ତି। ଯାହାଫଳରେ ଅସଲି କିନ୍ନର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅନେକ ବାର କିନ୍ନର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଛି।
ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କନ୍ନପ୍ପା’ର ପ୍ରଥମ ଝଲକକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି।
କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି, ଦେଶରେ ଇଲେକ୍ଟ୍ରୋନ୍ସ, ଗ୍ରୀନ୍ ଏନର୍ଜି ପାଇଁ ଲିଥିୟମ ଓ କପରର ଚାହିଦା ବଢ଼ି ଚାଲିଛି। ଦେଶକୁ କୋଇଲା ଆଉ ଖଣି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ ରହିଛି। ୨୦୧୫ ମସିହା ପୂର୍ବରୁ କୋଇଲା ଓ ଖଣି କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲା।
ସିବିଆଇ ବଳପୂର୍ବକ ଭାବେ ଏହି କେସ ପଶ୍ଚିମବଙ୍ଗ ପୋଲିସ ହାତରୁ ନେଇଥିଲା। ଯଦି ଏହି କେସ କୋଲକାତା ପୋଲିସ ଅଧୀନରେ ଥାଆନ୍ତା ତେବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ଭାବେ ହୋଇଥାନ୍ତା ବୋଲି ମମତା କହିଛନ୍ତି।
ବରଗଡ଼ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିଲେ।
ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ। ଖବର ପାଇ ଗାଁରେ ପହଞ୍ଚିଥିଲେ ବିଧାୟକ ସଞ୍ଜଲୀ ମୁର୍ମୁ। ସେ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତା’ପରେ ଆଦିବାସୀ ରୀତିନୀତିରେ ଗାଁ ଶ୍ମଶାନରେ ରାମଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ପଟୌଦୀ ପରିବାରର ଇତିହାସକୁ ଦୃଷ୍ଟି ଦେଲେ ଏମାନେ ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼େ। ପଟୌଦୀ ଖାନଦାନର ପ୍ରତିଷ୍ଠାତା ଭାବେ ସୈଫଙ୍କ ଜେଜେବାପା ଫୈଜ ତଲବ ଖାନ ପ୍ରସିଦ୍ଧ। ତେବେ ବ୍ରିଟିଶରଙ୍କୁ ସାହାଯ୍ୟ କରିବା ପରେ ପଟୌଦୀ ଇଷ୍ଟେଟ ସ୍ଥାପନ କରିଥିଲେ ଫୈଜ।
ମହାଭାରତରେ ଯମୁନାକୁ ପବିତ୍ରତାର ଦେବୀ ଓ ସମସ୍ତ ଜୀବଙ୍କ ଉଦ୍ଧାରର ସ୍ରୋତ ଭାବରେ ବର୍ଣ୍ଣନା କରାଯାଇଛି । ଯମୁନା କୂଳରେ ତପସ୍ୟା କରୁଥିବା ଋଷିମାନଙ୍କୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥିବା ଉଲ୍ଲେଖ ହୋଇଛି । ଯମୁନା ନଦୀ ଭାରତୀୟ ସଂସ୍କୃତି ଓ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ । ପାହାଡ଼ରେ ଥିବା ଚାରି ଧାମ ମଧ୍ୟରୁ ପ୍ରମୁଖ ଧାମ ଯମୁନା ନଦୀର ଉତ୍ପତ୍ତି ସ୍ଥଳ, ଯାହାକୁ ଯମୁନୋତ୍ରୀ ଧାମ କୁହାଯାଏ । ଗଙ୍ଗା ସହିତ ସମାନ ଯମୁନା ମଧ୍ୟ ଭାରତୀୟ ଜୀବନ ପଦ୍ଧତିର ଜୀବନରେଖା ।
ଉଭୟ ବଲିଉଡ୍ ଓ ଟଲିଉଡ୍ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି। ଉଭୟ ପାର୍ଶ୍ୱର ଲୋକମାନେ ପରସ୍ପର ଉପରେ ବିରୋଧାତ୍ମକ ମତ ଦେଉଛନ୍ତି ଏବଂ ନିଜ ନିଜ ଶିଳ୍ପ ଏବଂ କଳାକାରମାନଙ୍କୁ ଭଲ ବୋଲି କହୁଛନ୍ତି।
ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀଙ୍କ ସମେତ ସେମାନଙ୍କ ପ୍ରତିନିଧିଙ୍କ ଭିଡ ଦେଖିବାକୁ ମିଳିଛି ।
କୋଲକାତା ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସଂଜୟ ରୟକୁ ଆଜୀବନ ଜେଲ। କୋଲକତାର ସିଆଲଦା କୋର୍ଟ ପୂର୍ବରୁ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିସାରିଥିବା ବେଳେ ସୋମବାର ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି।
ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ। ଏପିରିକି ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ।
ଗୋଟିଏ ପଟେ ଏହି ଦେଶ ଋଣ ଭାରରେ ଛଟପଟ ହେଉଥିବା ବେଳେ ଅନ୍ୟ ପଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହାକୁ ଆଉ ଏକ ଝଟକା ଦେଇଛି। IMF ପକ୍ଷରୁ ପ୍ରକାଶିତ ନୂତନ ରେଟିଂରେ ପାକିସ୍ତାନ ତଳକୁ ଖସିଛି।
ଫ୍ୟାନ୍ଙ୍କୁ ଚମକାଇ ଦେଇଛନ୍ତି ନିରୋଜ ଚୋପ୍ରା । ହଠାତ୍ ନିଜ ବିବାହ ସମ୍ପର୍କରେ ଘୋଷଣା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଫ୍ୟାନ୍।
ଯିଏ ପ୍ରତି ମୁହୂର୍ତ୍ତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ଝାଡକଟା ଗାଁର ଲାଲ ମୋହନ ମଉସାଙ୍କୁ, I Love u ନୁହେଁ, ବରଂ ଆକାଶବାଣୀ କଟକ କହୁଥିଲା, କହୁଛି ଆଉ କହୁଥିବ…
କୋଭିଡ୍ ପ୍ରୋଟୋକଲ୍ ଆଳରେ ନବଙ୍କ ରକ୍ତ ଭିଜା ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ବୋଲି ଜଣାପଡ଼ିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି।
ପ୍ରଥମେ ଆରମ୍ଭ କରିବା ବାଇଡେନଙ୍କଠାରୁ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅବସର ନେବା ପରେ କ’ଣ କରିବାର ଯୋଜନା ରଖିଛନ୍ତି ? ବାଇଡେନ ଘରୋଇ ଏବଂ ବୈଦେଶିକ ନୀତି କ୍ଷେ୍ତ୍ରରେ ସଫଳ ହେବେ ବୋଲି ତାଙ୍କର ଅଭିପ୍ରାୟ ପ୍ରକାଶ କରିଛନ୍ତି । ସେ ତାଙ୍କର ଜନ୍ମସ୍ଥାନ ଡେଲାବେୟାରରେ ଅବସର ସମୟ ଅତିବାହିତ କରିବେ । ସେଠାରେ ଡେଲାବେୟର ୟୁନିଭର୍ସିଟିରେ ନିଜ ନାମରେ ଥିବା ଇନଷ୍ଟିଚ୍ୟୁଟରେ ପଲିସି ମେକରକୁ ନେଇ କାମ କରିବେ ।