Advertisment

ଭାରତରେ ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ, ଆଲର୍ଟରେ ସୁରକ୍ଷାକର୍ମୀ

ଭାରତରେ ଅନୁପ୍ରବେଶ କରିବା ଅପେକ୍ଷାରେ ଏବେ ୨୫୦-୩୦୦ ପାକିସ୍ତାନୀ ଆତଙ୍କବାଦୀ ।

author-image
Santosh Kumar Sahoo
300 terrorists waiting to infiltrate into J&K

300 terrorists waiting to infiltrate into J&K

ଭାରତରେ ପୁଣି ଆତଙ୍କୀ କାର୍ଯ୍ୟକଳାପ ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନ ଆତଙ୍କବାଦୀ। ଭାରତରେ ଅନୁପ୍ରବେଶ କରିବା ଅପେକ୍ଷାରେ ଏବେ ୨୫୦-୩୦୦ ପାକିସ୍ତାନୀ ଆତଙ୍କବାଦୀ । ପାକିସ୍ତାନ ସୀମା ଲଞ୍ଚପ୍ୟାଡରେ ଏହି ଆତଙ୍କବାଦୀମାନେ ରହିଛନ୍ତି । ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାକୁ ଏହି ଆତଙ୍କବାଦୀ ଅପେକ୍ଷା କରିଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଏହି ସୂଚନା ଦେଇଛନ୍ତି BSFର ଜଣେ ବରିଷ୍ଠ ଅଧିକାରୀ। ତେବେ ଏହି ଗୁଇନ୍ଦା ମିଳିବା ପରେ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି। ସୀମାରେ କୌଣସି ପ୍ରକାରର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଜାମ୍ମୁ-କାଶ୍ମୀର ପୁଲୱାମାରେ ବିଏସ୍‌ଏଫ୍‌ ଆଇଜି ଅଶୋକ ଯାଦବ କହିଛନ୍ତି ଯେ ଆତଙ୍କୀ ଗତିବିଧିକୁ ନଜରରେ ରଖି ଆମେ ସେନା ଓ ବିଏସ୍‌ଏଫ୍‌ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛୁ। ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ନଜର ରଖିବାକୁ ତାଙ୍କୁ ବିଶେଷ ଭାବରେ କୁହାଯାଇଛି। ବିଗତ କିଛି ବର୍ଷ ମଧ୍ୟରେ ସେନା ଓ କାଶ୍ମୀର ବାସିନ୍ଦାଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଛି। ଯଦି ଲୋକ ସହଯୋଗ କରିବେ ତାହାଲେ ବିକାଶ କାମ ଆହୁରି ଆଗକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।

India News Indian Army Terror Activities Jammu Kashmir
Advertisment
Advertisment