/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702825386.jpg)
Narendra Modi
ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ବାରଣାସୀରେ ରୋଡ୍ ଶୋ’ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ପଛରୁ ଆସିଥିଲା। ଆମ୍ବୁଲାନ୍ସର ସାଇରନ ଶୁଣି ପ୍ରଧାନମନ୍ତ୍ରୀ ତାଙ୍କ ଏସକର୍ଟ ଗାଡ଼ିକୁ ଅଟକାଇବା ସହ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ି ଦେଇଥିଲେ । ଦୁଇ ଦିନିଆ ବାରାଣସୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ୧୯ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୭ଟି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
Advertisment
ଏହି ଅବସରରେ ପ୍ରଧାନମନ୍ତ୍ରୀ ନମୋ ଘାଟରୁ କାଶୀ ତାମିଲ ସଙ୍ଗମ୍ ୨.୦ର ଉଦଘାଟନ କରିବେ । ଏଥିସହ କନ୍ୟାକୁମାରୀରୁ ବାରାଣସୀ ମଧ୍ୟରେ ଏକ ନୂଆ ଟ୍ରେନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପକ୍କାଇ ସ୍ୱାଗତ କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)