• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲୋକସଭା ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଏହା ଏକ ଗୁରୁତର ଘଟଣା । ଏହା ପଛରେ କିଏ ଅଛି, ସେମାନଙ୍କର ଉଦ୍ଦେଶ୍ୟ କଣ ଥିଲା, ତାହା ସାମ୍ନାକୁ ଆସିବା ଦରକାର। ଘଟଣାର ପୁଙ୍ଖାନୁପୁଙ୍ଘ ତଦନ୍ତ କରାଯାଉଛି । ବାଚସ୍ପତି ସବୁ ପଦକ୍ଷେପ ନେଉଛନ୍ତି ।

କିନ୍ତୁ ଏହି ପ୍ରସଙ୍ଗରେ ସଂସଦରେ କିଛି ଆଲୋଚନା ଦରକାର ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୋଦି । ଗତ ବୁଧବାର ଦିନ ଗୃହ କାର୍ଯ୍ୟ ଚାଲିଥିବାବେଳେ ଦୁଇ ଜଣ ଯୁବକ ଭିଜିଟର୍ ଗ୍ୟାଲେରିରୁ ଗୃହର ମଧ୍ୟଭାଗକୁ ଡେଇଁ ପଡ଼ିଥିଲେ । ପରେ ପରେ ହଳଦିଆ ରଙ୍ଗର ସ୍ମୋକ୍ ଛାଡ଼ିଥିଲେ । ସେମାନଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ କିଛି ସାଂସଦ ।

ଗୃହ ବାହାରେ ମଧ୍ୟ ୨ ଜଣ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ୟୁଏପିଏ ପରି ସଂଗୀନ ଆଇନ ଲଗାଇଛି ଦିଲ୍ଲୀ ପୋଲିସ। ମଣିପୁର ହିଂସା, ଚାଷୀ ଓ ବେକାରୀ ସମସ୍ୟା ଉପରେ ଧ୍ୟାନ ଆକର୍ଷଣ କରିବାକୁ ଏପରି କରିଥିବା ଅଭିଯୁକ୍ତମାନେ କହିଛନ୍ତି । ବିରୋଧୀଙ୍କ ଦାବି ସତ୍ତ୍ୱେ ଗୃହରେ ସରକାରଙ୍କ ତରଫରୁ କିଛି ତଥ୍ୟ ରଖାଯାଇ ନାହିଁ ।