ବଲିଉଡ ଅଭିନେତା ଅମୀର ଖାନଙ୍କ ଝିଅ ଆୟରାଙ୍କର ଗତକାଲି ବିବାହ ହୋଇ ଯାଇଛି । ଆୟରା ଖାନ, ଫିଟନେସ ଟ୍ରେନର ନୁପୁର ଶିଖରେଙ୍କୁ ବିବାହ କରିଛନ୍ତି ।
ରାଜ୍ୟରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ଚିହ୍ନଟ । ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ମଣିଷ ମରିଯିବା ପରେ ତା’ର ଶୁକ୍ରାଣୁରେ ପିଲା କିଭଳି ଜନ୍ମ ହେବ । ସରୋଗେସି ପ୍ରକ୍ରିୟାରେ ପିଲା ଜନ୍ମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମ ଅଷ୍ଟ୍ରେଲିଆର ସୁପ୍ରିମକୋର୍ଟ ।
ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ଆଜି ଶ୍ରୀନହରରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।
୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ହେବଲ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଥିଲେ ମଧ୍ୟ ହେବଲଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଅର୍ଥାଭାବ ।
ଦିନକୁ ଦିନ ଜୋର ଧରୁଛି ବ୍ରହ୍ମପୁର ମହାନଗର ନିଗମକୁ ପୂର୍ଣ୍ଣାଙ୍ଗ କରିବା ଦାବି । ଆଖପାଖ ପଞ୍ଚାୟତକୁ ମିଶ୍ରଣ କରି ବ୍ରହ୍ମପୁର ମହାନଗର ନିଗମରେ ମିଶାଇବା ନେଇ ୧୫ ବର୍ଷ ପୂର୍ବେ ନୋଟିଫିକେସନ ହୋଇଥିଲା । ହେଲେ ଆଜି ଯାଏଁ କୌଣସି ମିଶ୍ରଣ ହୋଇନି ।
ପାହାଡି ଗ୍ୟାଙ୍ଗକୁ ଧରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ । ରାଜ୍ୟ ବାହାରେ ରେଡ୍ କରିବ କମିଶନରେଟ୍ ପୋଲିସ ।
କେପଟାଉନ ଟେଷ୍ଟରେ ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ । ଟ୍ରାଏଲ ବାଏ ଏଡ଼ାଇବାକୁ ଦକ୍ଷିଣ ଆଫ୍ରିକାର ସଂଘର୍ଷ । ଏବେ ବି ୩୬ ରନରେ ଅଗ୍ରଣୀ ରହିଛି ଭାରତ ।
ସାରା ଦେଶ ଏବେ ରାମଲାଲାଙ୍କ ପ୍ରେମରେ ବିଭୋର । ବିରାଟ ବା କେଉଁଠୁ ବର୍ତ୍ତିବେ । ସାଉଥଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ରାମଲାଲାଙ୍କୁ କଲେ ପ୍ରଣାମ ।
୫୦୦ ବର୍ଷ ପରେ ପିନ୍ଧିବେ ପଗଡ଼ି ଓ ଚମଡ଼ା ଜୋତା। ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରରେ ବିରାଜମାନ କରିବାକୁ ଯାଉଛନ୍ତି ରାମଲାଲା।
ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହୋଇ ୪୦ ଜଣ ଆହତ ହୋଇଛନ୍ତି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସ୍କୁ ପିଟିଲା ଆଉ ଏକ ଟ୍ରକ୍ ।
କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।
ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି।
ED କେଜ୍ରିୱାଲଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରିଛି ଆମ ଆଦମୀ ପାର୍ଟି ବା ଆପ୍ ।
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୪ ଗୁରୁବାର ଚନ୍ଦ୍ର- କନ୍ୟା ଅହୋରାତ୍ର ତିଥି- ୮ମୀ ରାତ୍ରି ୧୦.୦୫ ଗତେ ୯ମୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି
ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି ।
କଳାହାଣ୍ଡି ଜିଲ୍ଲାରେ ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।
ପ୍ରତ୍ୟେକ ଟିମ୍ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ସକାଳ ସାଢେ ପାଞ୍ଚଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ।
ପ୍ରତିବର୍ଷ ୪ ଜାନୁଆରୀରେ ଆନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଏ। ନେତ୍ରହୀନ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ, କାରଣ ଏହି ଦିନ ସେମାନଙ୍କ ଜୀବନରେ ଆଲୋକ ଆଣିଥିବା ଲୁଇସ୍ ବ୍ରେଲି ଜନ୍ମ ନେଇଥିଲେ।
ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ ନାବାଳକର ଘର ଆମ୍ବେଦକରନଗରରେ ।
ରାଧା ମୋହନ ଦାସ- ଏସ୍ ଟି ମୋର୍ଚ୍ଚା, ବିନୋଦ ତାୱଡେ- ଓବିସି ମୋର୍ଚ୍ଚାଏବଂ ଦୁଷ୍ୟନ୍ତ କୁମାର ଗୌତମ ହେଲେ ଅଳ୍ପସଂଖ୍ୟକ ମୋର୍ଚ୍ଚାର ନୂଆ ପ୍ରଭାରୀ ।
ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍କୁ ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି ।
୨ ବର୍ଷରୁ ଅଧିକ ସମୟ ହେଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କାରବାର କରିନାହାନ୍ତି କି ? ଯଦି ହଁ, ତେବେ ଅଚଳ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସେହିଭଳି ୧୦ ବର୍ଷରୁ ଅଧିକ କୌଣସି ନେଣଦେଣ ନ ହେଲେ ତାହା ଅନ୍କ୍ଲେମ୍ଡ ବା ଅଣଦାବିଦାର ହୋଇଯିବ ।
ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।
ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା ! ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା ! ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ! ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା !