• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜିଠାରୁ ଚିଲିକାରେ ପକ୍ଷୀଗଣନା। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ରେଞ୍ଜ୍‌ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ସକାଳ ସାଢେ ପାଞ୍ଚଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ପକ୍ଷୀ ଗଣନା ସରିବା ଯାଏ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳ ବନ୍ଦ ରହିବ । ଚିଲିକାକୁ ପ୍ରାୟ ୧୧୮ ପ୍ରଜାତିର ୯ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ଆକଳନ କରିଛି।