/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704300404.jpg)
Minor boy killed
ଦୁଃଖଦ ଖବର । ବସ୍ ଚକାତଳେ ଚାଲିଗଲା ନାବାଳକ ପୁଅର ଜୀବନ । ମା’ ପାଇଁ ଔଷଧ ଆଣିବାକୁ ସ୍କୁଟି ନେଇ ମାର୍କେଟ୍କୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସ୍ ଦୁର୍ଘଟଣାରେ ନାବାଳକ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବାନେଇ ସୂଚନା ମିଳିଛି । ନାବାଳକର ମୃତ୍ୟୁ ପରେ ଘଟଣାସ୍ଥଳେରେ ଉତ୍ତେଜନା ଲାଗି ରହିଛି ।
ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ ନାବାଳକର ଘର ଆମ୍ବେଦକରନଗରରେ । ନାବାଳକ ଜଣକ ତା’ର ଅସୁସ୍ଥ ମା’ ପାଁ ଔଷଧ ଆଣିବାକୁ ବଜାରକୁ ଯାଇଥିଇଲା ।
ସ୍କୁଟି ନେଇ ବଜାରକୁ ଯିବା ସମୟରେ ଏକ ବସ୍ ସ୍କୁଟି ଉପରକୁ ମାଡ଼ିଯାଇଥିଲା । ଦୁର୍ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।
ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ସ୍ଥିତି ନସୁଧୁରିବାରୁ ଲାଠି ଚାର୍ଜ କରିଛି ପୋଲିସ । ସେପଟେ ମୃତ ନାବାଳକର ପରିଚୟ ଜଣାପଡ଼ିଛି । ମୃତ ନାବାଳକର ନାଁ କ୍ରିଷାନ ନାୟକ । ସେ ନବମ ଶ୍ରେଣୀର ଛାତ୍ର ଥିଲେ । ନିଜ ମା’ ପାଇଁ ଔଷଧ ଆଣିବାକୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)